କିଟ କଲେଜରେ ଘଟିଥିବା ଘଟଣା ବିଷୟରେ ତ ସମସ୍ତେ ଜାଣିଥିବେ । ଏହି କିଟ କଲେଜର ହଷ୍ଟେଲରୁ ଜଣେ ନେପାଳୀ ଛାତ୍ରୀଙ୍କ ମୃତଦେହ ମିଳିଥିଲା । ଏହି ନେପାଳୀ ଛାତ୍ରୀ ଜଣକ ଆ-ତ୍ମ-ହ-ତ୍ୟା କରିଛନ୍ତି ବୋଲି ସୂଚନା ମିଳିଥିଲା । ଏବେ ଏହି ଘଟଣାକୁ ନେଇ ଅନେକ କିଛି ଖବର ଆସୁଛି । ଏବେ ସଂପୂର୍ଣ୍ଣ ଭିଡିଓ ସାମ୍ନାକୁ ଆସିଛି ବୋଲି ଖବର ଆସିଛି । କିଟ କଲେଜ ଭିତରେ ଏହି ନେପାଳୀ ଛାତ୍ରୀ ଜଣକ କିଭଳି ଆ-ତ୍ମ-ହ-ତ୍ୟା କରିଛନ୍ତି ଏବେ ଏନେଇ ଭିଡିଓ ଆସିଛି । ଏହି ନେପାଳୀ ଛାତ୍ରୀ ଜଣକ କିଟ କଲେଜରେ ବିଟେକ କରୁଥିଲେ । ସେ ବିଟେକର ଦ୍ଵିତୀୟ ବର୍ଷର ଛାତ୍ରୀ ଥିଲେ ।

ଆଉ ସେ ଜଣେ ଯୁବକଙ୍କୁ ଭଲ ପାଉଥିଲେ ଯିଏ କି ଏହି ଛାତ୍ରୀ ଜଣଙ୍କୁ ଆ-ତ୍ମ-ହ-ତ୍ୟା କରିବା ପାଇଁ ବାଧ୍ୟ କରିଥିଲେ । ଏହି ଯୁବତୀ ଜଣକ କଲେଜ ଭିତରେ ପ୍ରେମ କରି ବସିଥିଲେ । ଯୁବତୀ ଜଣକ ଇଞ୍ଜିନିୟରିଙ୍ଗ ପାଠ ପଢୁଥିବା ବେଳେ ଏହି ଯୁବକ ଜଣଙ୍କୁ ପ୍ରେମ କରି ଆଜି ତାଙ୍କର ଏଭଳି ଅବସ୍ଥା ହୋଇଛି ବୋଲି ଖବର ଆସୁଛି । ଏହି ଯୁବତୀ ଜଣଙ୍କୁ ନୃଶଂସ ଯୁବକ ଜଣକ ଏଭଳି କାମ କରିବାକୁ ବାଧ୍ୟ କରିଥିଲେ ବୋଲି ସୂଚନା ମିଳୁଛି । ଭୁବନେଶ୍ୱର ସହରରେ ଥିବା ସୁନାମ ଧନ୍ୟ କଲେଜ ହେଉଛି କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି ।

ଏବେ ଏହି କଲେଜରେ ଏଭଳି ଘଟଣା ଘଟିଛି ଯାହାକୁ ନେଇ ଏବେ ନେପାଳ ରୁ ଓଡ଼ିଶା ଯାଏଁ ଚର୍ଚ୍ଚା ହେଉଛି । ଏହି କଲେଜକୁ ଅନେକ ଦେଶ ବିଦେଶରୁ ପାଠ ପଢିବାକୁ ଲୋକମାନେ ଆସିଥାନ୍ତି । ଏହି ଯୁବତୀ ଜଣକ ଆଉ ଏକ ବର୍ଷ ପଢ଼ିବା ପରେ ତାଙ୍କ ପାଠ ସରି ଯାଇଥାନ୍ତା ଆଉ ସେ ଘରକୁ ପଳେଇ ଯାଇଥାନ୍ତେ କିନ୍ତୁ ଏଭଳି ଘଟଣା ଘଟିଗଲା । ଶେଷ ବର୍ଷରେ ଛାତ୍ରୀଙ୍କ ସହ ଏଭଳି ଘଟଣା ଘଟିଗଲା ଯାହାକୁ ନେଇ ଏବେ ଅନେକ କଥା ଆସୁଛି । ଏହି ଯୁବତୀ ଜଣକ ବେକରେ ରସି ଲଗାଇ ଆ-ତ୍ମ-ହ-ତ୍ୟା କରି ଦେଇଥିବା ଘଟଣା ଏବେ ଚାଞ୍ଚଲ୍ୟ ସୃଷ୍ଟି କରୁଛି ।
ଏତେ ବଡ କିଟ କଲେଜ ଭିତରେ ଯୁବତୀ ଜଣକ ଏଭଳି କରିବା ସତରେ ବହୁତ ଆଶ୍ଚର୍ଯ୍ୟର କଥା । କଲେଜ୍ ଭିତରେ ଯୁବକ ଆଉ ଯୁବତୀ ଭଲ ପାଉଥିଲେ । ଏହି ନେପାଳୀ ଛାତ୍ରୀଙ୍କ ପ୍ରେମିକ ଆଉ ତାଙ୍କ ଭିତରେ ଝଗଡ଼ା ହୋଇଥିଲା । ଆଉ ଝଗଡ଼ା ପରେ ଯୁବକ ଜଣଙ୍କ ଶାରିରୀକ ଆଉ ମାନସିକ ନିର୍ଯ୍ୟାତନା ଦେଉଥିଲେ । ଆଉ ଏହି ନିର୍ଯ୍ୟାତନାରେ ଯୁବତୀ ଜଣକ ଏଭଳି କାମ କରିଦେଲେ ବୋଲି ସୂଚନା ମିଳୁଛି । ଏହାସହ ଏହି ଯୁବତୀ ଜଣଙ୍କୁ କିଛି କଲେଜ କର୍ତ୍ତୃପକ୍ଷ କିଛି କଥା କହି କଟକ ବସଷ୍ଟାଣ୍ଡ ପଠାଇ ଦେଇଥିଲେ ପୁଣି ତାଙ୍କୁ ଅନୁରୋଧ କରି ସେଠାରୁ ଡାକିଥିଲେ । ଏବେ ଏହି ଯୁବତୀ ଜଣଙ୍କ ଏଭଳି କାମ କରିବାର କାରଣ କଣ ତାହା ତଦନ୍ତ ପରେ ଜଣାପଡ଼ିବ ।