Mar 14, 2025, 08:32 IST

ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଝିଅ କହୁଛି ଏମିତି ଛି ଛି ଛି ରେ ବାପ ଶେଷରେ ତୁ ଏମିତି କଲୁ ପାପ

Gg

ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ କି ଝିଅଟି କାନ୍ଦି କାନ୍ଦି ଏହା କହୁଛି କି ମୋ ବାପା କୁ ଯେମିତି ହେଲେ ବି ଦଣ୍ଡ ଦିଅ। କାରଣ ତାର ବାପା ସବୁକିଛି ସାରି ଦେଇଛି। ବାପା ସବୁଦିନ ରାତିରେ ଘରକୁ ମଦ ପିଇ ଆସନ୍ତି ଯାହା ସବୁକିଛି କରନ୍ତି ସେ ସବୁ ଝିଅ ସହି ଯାଉଥିଲା ହେଲେ ଏବେ ସେ ଯେଉଁ ପାପ କରିଛନ୍ତି ତାହାର ଦଣ୍ଡ ତାଙ୍କୁ ନିହାତି ମିଳିବା ଦରକାର୍।
Gg
ଏହି ନିରୀହ ଆଖିରେ ସେହି ଜନ୍ମ କଲା ବାପା ପ୍ରତି କେବଳ ଘୃଣା ଛଡ଼ା ଆଉ ଯେମିତି କିଛି ନାହିଁ। ସେହି ଜନ୍ମକଲା ବାପା ମଧ୍ୟ ଯାହା କରିଛି ତାହା ଆପଣ ଶୁଣିଲେ ଆପଣଙ୍କ ଲୋମ ମୂଳ ମଧ୍ୟ ଟାଙ୍କୁରି ଉଠିବ। ମଦୁଆ ବାପା ପାଇଁ ଆଜି ହସଖୁସୀ ର ପରିବାର ଟା ପୂରା ଛାରଖାର ହୋଇ ଯାଇଛି। ଯାହାକୁ ଶୁଣିଲେ ଆପଣ ମାନେ କହିବେ କି ଏଭଳି ବାପା କୁ ନିଶ୍ଚିତ ଭାବରେ ଦଣ୍ଡ ମିଳିବା ଦରକାର୍ ଅଟେ। ସବୁଦିନ ପରି ସେଦିନ ମଧ୍ଯ ବାପା ମଦ ପିଇ ଆସିଥିଲେ।
Gg
ଆଉ ମାଆ ଙ୍କୁ ଭାଇ ଭଉଣୀଙ୍କ ସାମ୍ନା ରେ ନିର୍ଯାତନା ଦେବା ସହ ଅମଣିଷ ଭଳି ତାଙ୍କୁ ପିଟିବାକୁ ଲାଗିଥିଲେ। ଭାଇ ଭଉଣୀ ଦୁଇଜଣ ଏହାକୁ ସହି ପାରି ନଥିଲେ। ସେମାନେ ଏହାକୁ ଖୁବ୍ ବିରୋଧ କରିଥିଲେ। ହେଲେ ଭାଇକୁ ଭଉଣୀ ଆଖି ସାମ୍ନା ରେ ହିଁ ଧାରୁଆ ଅସ୍ତ୍ରରେ ଭୁଷି ଭୁଷି ମାରିଦେଲା ମଦୁଆ ବାପା। ଭାଇର ମୁହଁ ଚାହିଁ ଏହି ମଦୁଆ ବାପା ର ସବୁ କାରନାମା କୁ ଭୁଲି ଯାଇଥିଲା ଝିଅ। ଭଉଣୀର ସବୁ ସୁଖଦୁଃଖ ର ସେ ସାଥୀ ଥିଲା।
ହେଲେ ନିଜ ଜୀବନ ଠୁ ଅଧିକ ଭଲ ପାଉଥିବା ଭାଇକୁ ମଦୁଆ ବାପା ଆଖି ସାମ୍ନା ରେ ହିଁ ନିଶା ରେ ମାରି ଦେଇଥିଲା।ଯାହାକୁ ନେଇ ଏବେ ଭଉଣୀ ଭାବୁଛି କି ତାର ସାହାରା ଚାଲିଗଲା ଆଉ ସେ କାହା ହାତରେ ରାକ୍ଷୀ ବାନ୍ଧିବ। ଏମିତି କିଛି କହି କାନ୍ଦି ପକାଉଛି ନିରୀହ ଝିଅଟି। ଏଭଳି ଏକ ଘଟଣା ବାଲେଶ୍ଵର ଜିଲ୍ଲାର ଖଇରା ଥାନା ଅଞ୍ଚଳରେ ଘଟିଥିବା ବେଳେ ଏହି ଘଟଣା ବର୍ତ୍ତମାନ ସମୟରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି।

Advertisement