ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜଣେ ସରପଞ୍ଚଙ୍କ ବିଷୟରେ ଜାଣିପାରିବେ । ସରପଞ୍ଚଙ୍କ ସ୍ତ୍ରୀ ଜୀବନ୍ତ ଦଗ୍ଧ ହୋଇଗଲେ ଆଉ ତାଙ୍କୁ ବଞ୍ଚାଇବାକୁ ଯାଇଥିଲେ ତାଙ୍କ ସ୍ଵାମୀ । କିନ୍ତୁ ସ୍ଵାମୀ ଜଣକ ସ୍ତ୍ରୀକୁ ବଞ୍ଚାଇ ପାରିଲେ ନାହିଁ ଆଉ ସ୍ତ୍ରୀ ଜଣକ ଜୀବନ୍ତ ଦଗ୍ଧ ହୋଇଗଲା । ଏହି ସ୍ତ୍ରୀ ଜଣଙ୍କର ଏଭଳି ଅବସ୍ଥା ଦେଖି ସ୍ଵାମୀ ଜଣକ ସହିପାରି ନଥିଲେ । ସେ ମେଡ଼ିକାଲକୁ ଯାଇ ରଡ଼ି ଛାଡି କରି କାନ୍ଦୁଛନ୍ତି । ତାଙ୍କ ସ୍ତ୍ରୀ ବିନା ସେ ବଞ୍ଚିପାରିବେ ନାହିଁ ବୋଲି କହିଛନ୍ତି ।
ଏବେ ଏହି ସ୍ଵାମୀ ଜଣକ କହିଛନ୍ତି ସେ ତାଙ୍କ ସ୍ତ୍ରୀ ବିନା ବଞ୍ଚିପାରିବେ ନାହିଁ ତାଙ୍କୁ ମାରିଦିଅ । ଯେଉଁ ସରପଞ୍ଚ ଗ୍ରାମବାସୀଙ୍କ ସୁଖ ପାଇଁ ନିଜ ଜୀବନ ବିତାଇ ଦେଇଥିଲେ ଆଜି ତାଙ୍କ ସହିତ ଏଭଳି ଘଟଣା ଘଟିଛି । ଯିଏ ଦିନେ ଅନ୍ୟକୁ ଧର୍ଯ୍ୟ ଦେଉଥିଲେ ସେ ଆଜି ପୁରା ଭାଙ୍ଗି ପଡିଛନ୍ତି । ସ୍ତ୍ରୀକୁ ବଞ୍ଚାଇବାକୁ ଯାଇ ସ୍ଵାମୀ ଜଣକ ନିଜର ଜଳିଗଲେ ସିନା ସେ ନିଜ ସ୍ତ୍ରୀକୁ ବଞ୍ଚାଇ ପାରିଲେ ନାହିଁ । ଶିକ୍ଷୟତ୍ରୀ ସ୍ତ୍ରୀ ଆଉ ଏହି ଦୁନିଆରେ ନାହିଁ । ଏଭଳି ଘଟଣା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ।
ରୋଷେଇ ଶାଳରେ ନିଆଁ ଲାଗି ଜୀବନ୍ତ ଦଗ୍ଧ ହୋଇଗଲେ ଜଣେ ସ୍ତ୍ରୀ । ତାଙ୍କୁ ଉଦ୍ଧାର କରିବାକୁ ଯାଇ ତାଙ୍କ ସରପଞ୍ଚ ସ୍ଵାମୀ ଗୁରୁତର ହୋଇପଡିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଏବେ ଏହି ଅଭାବନୀୟ ଘଟଣା ବୌଦ୍ଧ ଜିଲ୍ଲା ହାଡ଼ଭଙ୍ଗା ବ୍ଲକ ଚାରିଛକରେ । ସେ ଜଣେ ଜଣାଶୁଣା ନେତା ଥିଲେ । ବୌଦ୍ଧ ଜିଲ୍ଲା ପୁରୁଣା କଟକ ଥାନା ଚାରିଛକରେ ଶ୍ରୀବନ୍ତ ବେହେରା ସ୍ଥାୟୀ ଭାବରେ ରହୁଥିଲେ । ଆଉ ସେ ବାଣୀଭୂଷଣପୁର ପଞ୍ଚାୟତର ସରପଞ୍ଚ ଥିଲେ । ଆଉ ତାଙ୍କ ସ୍ତ୍ରୀ ବିଷ୍ଣୁପ୍ରିୟା ସରକାରୀ ସ୍କୁଲର ଶିକ୍ଷୟତ୍ରୀ ଥିଲେ ।
ଗତକାଲି ବିଷ୍ଣୁପ୍ରିୟା ରୋଷେଇ କରୁଥିବା ବେଳେ ତାଙ୍କର ଅସାବଧାନତା ହେତୁ ଗ୍ୟାସରେ ତାଙ୍କ ଶାଢ଼ୀ ଲାଗିଗଲା । ସେ ପାଟି କରିବାରୁ ତାଙ୍କ ସ୍ଵାମୀ ଶ୍ରୀବନ୍ତ ତାଙ୍କୁ ବଞ୍ଚାଇବାକୁ ଆସିଥିଲେ । ଆଉ ଦେଖିଲା ବେଳକୁ ତାଙ୍କ ନିଜ ପତ୍ନୀ ନିଆଁରେ ହୁତୁହୁତୁ ହୋଇ ଜଳି ଯାଇଥିଲେ । ଆଉ ଏହାପରେ ସରପଞ୍ଚ ବାବୁ ତାଙ୍କ ସ୍ତ୍ରୀକୁ ବଞ୍ଚାଇ ଗାଧୁଆ ଘରକୁ ନେଇ ପାଣି ଢାଳିଥିଲେ । ଏହାପରେ ତାଙ୍କୁ ନେଇ ମେଡ଼ିକାଲକୁ ଯାଇଥିଲେ । ମେଡିକାଲ ନେଇଥିଲେ ମଧ୍ୟ କିଛି ସଫଳ ମିଳିନଥିଲା । ଏହାପରେ ଡାକ୍ତର ସେଠାରେ ତାଙ୍କ ସ୍ତ୍ରୀକୁ ମୃ-ତ ଘୋଷଣା କରିଥିଲେ । ଏବେ ସରପଞ୍ଚ ବାବୁ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି ।