Updated: Mar 14, 2025, 08:44 IST

ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଇନ୍ଷ୍ଟାଗ୍ରାମ ଭିଡିଓ ପାଇଁ ବଢିଲା ଝିଅର ସବୁ ସାରିଦେଲା ମଙ୍ଗୁଳୁ

Vg

ଇନଷ୍ଟାଗ୍ରାମ ପାଇଁ ଏହି ଝିଅଟିର ଆଜି ସବୁକିଛି ସରି ଯାଇଛି। ଏହି ଝିଅଟିର ନାମ ହେଉଛି ଲିଜା। ଆଉ ତାର ବୟସ ମଧ୍ୟ ହେଉଛି ମାତ୍ର ୨୦ ବର୍ଷ। ହେଲେ ଏହି ଝିଅ ସହ ଆଜି ଯାହା କିଛି ଘଟି ଯାଇଛି ତାହା କେବଳ ଇନଷ୍ଟାଗ୍ରାମ ପାଇଁ ହିଁ ଘଟିଛି। ଗାଁ ର ମଙ୍ଗୁଳୁ ନାୟକ ନାମକ ଏକ ଯୁବକ ଏହି ଝିଅ ଲିଜା ସହ ଆଗରୁ ଝଗଡ଼ା କରିଥିଲା ଯେଉଁଥି ପାଇଁ ଝିଅ ଘର ଆଉ ସେହି ମଙ୍ଗୁଳୁ ଘର ଲୋକଙ୍କ ଭିତରେ ଆଦୌ ପଡୁ ନଥିଲା।
Vg
ଆଉ ତାହାରି ଭିତରେ ଏହି ଝିଅ ର ଫଟୋ କୁ ମଙ୍ଗୁଳୁ ଇନଷ୍ଟାଗ୍ରାମ ରେ ଭାଇରାଲ କରି ଦେଇଥିଲା। ଫଟୋ ସହ ଝିଅର ମୋବାଇଲ୍ ନମ୍ବର ମଧ୍ୟ ମଙ୍ଗୁଳୁ ଇନଷ୍ଟାଗ୍ରାମ ରେ ପୋଷ୍ଟ କରିଦେଲା। ଆଉ ସମସ୍ତଙ୍କ ଆଗରେ ଜଣାଇ ଦେଇଥିଲା କି ଇଏ ଲିଜା ଆଉ ଏହା ହେଉଛି ଲିଜା ର ମୋବାଇଲ୍ ନମ୍ବର୍। ଯାହାକୁ ନେଇ ଏହି ଘରର ଝିଅ ଲିଜା ଓ ମଙ୍ଗୁଳୁ ମାଆ ସହିତ ପାଟି ତୁଣ୍ଡ କରିଥିଲେ। ଆଉ କାହିଁ ତାଙ୍କର ଝିଅ ର ଫଟୋ ଭାଇରାଲ କରୁଛୁ ବୋଲି କହି ଖୁବ ଗାଳି କରିଥିଲେ।
Ttyy
ଏହାପରେ ସେହି ଝିଅର ମାଆର ଅବସ୍ଥା ଏଭଳି କିଛି କରି ଦେଇଥିଲା ମଙ୍ଗୁଳୁ। ଏବେ ଝିଅ ଆଉ ତାର ମାଆ ହସ୍ପିଟାଲ ରେ ପଡ଼ି ଚିକିତ୍ସିତ ହେଉଛନ୍ତି। ଝିଅର ହାତରୁ ରକ୍ତ ବାହାରୁ ଥିବା ବେଳେ ମାଆକୁ ମଙ୍ଗୁଳୁ ଧାରୁଆ ଖଣ୍ଡାରେ ହାଣି ପକାଇଛି। ଆଉ ଏ ସବୁକିଛି ଇନଷ୍ଟାଗ୍ରାମ ପାଇଁ ଘଟିଛି ବୋଲି ଆଜି ଯେମିତି ଚାରିଆଡ଼େ ଚର୍ଚ୍ଚା ହେବାରେ ଲାଗିଛି। ଗଞ୍ଜାମ ଜିଲ୍ଲାର ଧରାକୋଟ ଥାନା ପଟୁ ଗ୍ରାମରେ ଏଭଳି ଘଟଣା ଘଟି ଯାଇଛି।
ଇନଷ୍ଟାଗ୍ରାମ ରେ ଫଟୋ ପୋଷ୍ଟ କୁ ନେଇ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ନେଇ ଏଭଳି ଏକ ବଡ଼ ଅଭିଯୋଗ ସାମ୍ନା କୁ ଆସିଛି। ପ୍ରଥମେ ମାଆ ଓ ଝିଅକୁ ଆସିକା ଉପଖଣ୍ଡ ଚିକିତ୍ସାଳୟରେ ରେ ଭର୍ତ୍ତି କରାଯାଇ ଥିବା ବେଳେ ପରେ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇ ଥିବା ଜଣା ପଡିଛି। ଏହାକୁ ନେଇ ବର୍ତ୍ତମାନ ସମୟରେ ଏବେ ଖୁବ ଚର୍ଚ୍ଚା ମଧ୍ୟ ହେବାରେ ଲାଗିଛି।

Advertisement