ବାର୍ଦ୍ଧକ୍ୟ ଆସିଲେ ଏମିତି ଯେ ହଇରାଣ ହେବାକୁ ହୁଏ ତାହା ଆପଣ ଏହି ବୃଦ୍ଧା ଙ୍କ ସମ୍ପର୍କରେ ଜାଣିଲେ ହିଁ ବୁଝି ପାରିବେ। କାରଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଏକ ନଜର ଆସିଛି ଯାହାକୁ ଦେଖିଲେ ଆପଣଙ୍କ ଆଖିରେ ମଧ୍ୟ ଲୁହ ଆସିଯିବ। ପୁଅ ବୋହୁ ମାଆ ସହ କିଛି ଏଭଳି କରିଛନ୍ତି ଯାହାକୁ କି ସମସ୍ତେ ନିନ୍ଦା କରିଛନ୍ତି। କାରଣ ଏବେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯେଉଁଥିରେ କି ଜଣେ ବୃଦ୍ଧା ଦାଣ୍ଡ ବାରଣ୍ଡାରେ ପଡ଼ି ରହିଛନ୍ତି।

ପୁଅ ବୋହୁ ମଧ୍ୟ ଏହି ମାଆ କୁ ଦାଣ୍ଡ ବାରଣ୍ଡାରେ ଛାଡ଼ି ଦେଇ ଚାଲି ଯାଇଛନ୍ତି। ଦୁଇ ଦୁଇଟା ପୁଅ କୁ ବାହା କରି ବୋହୁ ଆଣିଥିଲେ ଆଉ ଭାବିଥିଲେ କି ଭବିଷ୍ୟତରେ ତାଙ୍କର ପୁଅ ଆଉ ବୋହୂ ତାଙ୍କର ଯତ୍ନ ନେବେ। ଆଉ ତାଙ୍କୁ ଦେଖିବେ ହେଲେ ତାଙ୍କର ଭାବନା ଯାହା ଥିଲା ଏବେ ପୁରା ତାର ଯେମିତି ଓଲଟା ହୋଇ ଯାଇଛି। ଏହି ବୃଦ୍ଧା ଜଣକ ଏତେ ହିନସ୍ଥା ହେଉଛନ୍ତି ଯେ ତାଙ୍କର ପୁଅ ବୋହୁଙ୍କ କଥା କହି ଖୁବ କାନ୍ଦୁଛନ୍ତି।

ମାଆ ଏପଟେ ଥର ଥର କଣ୍ଠରେ କାନ୍ଦି କାନ୍ଦି କହୁଛି କି ମୁଁ ବା ଆଉ କେତେଟା ଦିନ ବଞ୍ଚିବି। ମୋର ଟିକେ ଯତ୍ନ ନିଅ ରେ। ହେଲେ ତାଙ୍କର ଏହି ଆକୁଳ ନିବେଦନ ତାଙ୍କର ପୁଅ ମାନଙ୍କ ନିକଟରେ ପହଞ୍ଚି ପାରୁ ନାହିଁ।ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲାରେ। ଯେଉଁଠାରେ କି ପୁଅ ବୋହୂ ଏତେ ନିଷ୍ଠୁର ହୋଇ ଯାଇଛନ୍ତି ଯେ ଏହି ନିରୀହ ମାଆର ଟିକେ ଯତ୍ନ ମଧ୍ୟ ନେଉ ନାହାଁନ୍ତି।
ଏହି ମାଆର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଏହାକୁ ଏକାଧିକ ଲୋକମାନେ ମଧ୍ୟ ଦେଖି ସାରିଛନ୍ତି। ଏହାକୁ ଦେଖିବା ପରେ ସେମାନେ ଏହାର ଖୁବ୍ ନିନ୍ଦା ମଧ୍ୟ କରୁଛନ୍ତି। ଆଉ ଏବେ ଏହି ଘଟଣାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ତେବେ ଏହାକୁ ନେଇ ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।