ଏହି ଗୁରୁଙ୍କ ଠାରୁ ପାଇଲେ ଗୁରୁମନ୍ତ୍ର ଯାହା ଫଳରେ କି ପଡ଼ିଆରେ ଉଡ଼ିଥିଲା ଚୌକା ଛକା। ଶେଷରେ ପାକିସ୍ତାନ ଚାଟିଲା ଧୂଳି। ଏବେ ଇତିହାସ ରଚି ଛନ୍ତି ବିରାଟ କୋହଲି। ବିରାଟ କୋହଲି ଙ୍କ ଉପରେ ରହିଛି ଏବେ ଏହି ଗୁରୁଙ୍କ ଆଶୀର୍ବାଦ। ଏହି ଗୁରୁଙ୍କ ଆଶୀର୍ବାଦ ନେଇ କୋହଲି ମାରନ୍ତି ଚଉକା ଛକା। ପାକିସ୍ତାନ କୁ ଧୂଳି ଚଟାଇବା ରେ କାମ କରିଲା ଗୁରୁମନ୍ତ୍ର। ଚମ୍ପିୟାନ୍ସ୍ ଟ୍ରଫି ରେ ଭାରତ ପାକିସ୍ତାନ ମଝିରେ ଚାଲିଥିବା ମ୍ୟାଚ୍ ରେ ,

ବିରାଟ କୋହଲି ପାକିସ୍ତାନ କୁ ପରାସ୍ତ କରିଛନ୍ତି। ଏଥି ସହ ଦଳ ସେମି ଫାଇନାଲରେ ମଧ୍ୟ ପ୍ରବେଶ କରିଛି। କୋହିଲି ଙ୍କ ଦମଦାର ଶତକ ମ୍ୟାଚ୍ ର ଗୌରବ କୁ ଆହୁରି ମଧ୍ଯ ବୃଦ୍ଧି କରିଛି। ଏବଂ ତାଙ୍କର ପ୍ରଶଂସକ ମାନେ ମଧ୍ୟ ଅତ୍ୟନ୍ତ ଖୁସି ହୋଇ ଯାଇଛନ୍ତି। କୋହଲି ଙ୍କ ଏଭଳି ଗୌରବ ଆଣିବା ପଛରେ ରହିଛି ଏକ ଗୁରୁଙ୍କ ବିଶେଷ ଅବଦାନ। ଏହି ଗୁରୁ ହେଉଛନ୍ତି ସନ୍ଥ ପ୍ରେମାନନ୍ଦ ମହାରାଜ।

ମ୍ୟାଚ୍ ପୂର୍ବରୁ ସନ୍ଥ ପ୍ରେମାନନ୍ଦ ମହାରାଜ ଙ୍କ ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହେବାରେ ଲାଗିଥିଲା। ଯେଉଁଥିରେ କି ସେ ଟିମ ଇଣ୍ଡିଆ କୁ ବିଜୟର ମନ୍ତ୍ର ଦେଇଥିଲେ। ଏହା ପୂର୍ବରୁ ମଧ୍ୟ ଆଉ ଏକ ଭିଡିଓ ସାମ୍ନା କୁ ଆସିଥିଲା। ଯେଉଁଥିରେ କୋହଲି ତାଙ୍କର ପତ୍ନୀ ଅନୁଷ୍କା ଶର୍ମା ଓ ତାଙ୍କର ଝିଅ ସହିତ ପ୍ରେମାନନ୍ଦ ମହାରାଜ ଙ୍କ ସତସଙ୍ଗ କୁ ଯାଇଥିଲେ। ଆଉ ତାଙ୍କ ଠାରୁ ଗୁରୁ ମନ୍ତ୍ର ଅନୁସରଣ କରି,
ବିରାଟ କୋହଲି ଏକ ବିରାଟ ଶତକ ହାସିଲ କରିଥିଲେ। ଆଉ ପ୍ରମାଣ କରିଥିଲେ କି ପ୍ରେମାନନ୍ଦ ଯାହା କହିଥିଲେ ତାହା ୧୦୦ ପ୍ରତିଶତ ସତ ବୋଲି। କ୍ରିକେଟ ପ୍ରତି ଲୋକଙ୍କ ଅନେକ କ୍ରେଜ୍ ରହିଥାଏ। ଯେତେବେଳେ ଭାରତ ପାକିସ୍ତାନ କଥା ଆସେ ସେତେବେଳେ ଲୋକଙ୍କ ଆଶା ଟିକେ ବଢ଼ି ଯାଇଥାଏ। ଆଉ ଏବେ ଭାରତ ପାକିସ୍ତାନ ମଧ୍ୟରେ ହେଉଥିବା ମ୍ୟାଚ୍ ରେ ଭାରତ ମ୍ୟାଚ୍ ଜିତିବା ପରେ ଏବେ ଏଭଳି ଖବର ସାମ୍ନା କୁ ଆସିଛି।