ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଖବର ଜାଣିପାରିବେ । ଯାଜପୁର ଜିଲ୍ଲାରେ ଖାକିରେ ଲାଗିଲା ପୁଣି କଳଙ୍କ । ପାଣିକୋଇଲି ହେଡ କ୍ୱାଟରରେ ଥିବା ପୋଲିସ ଜେନା ବାବୁଙ୍କୁ ସମସ୍ତେ ଭୟ କରିଥାନ୍ତି । ସେ ବହୁତ ଶକ୍ତିଶାଳୀ ଅଟନ୍ତି । ଆଉ ଏହି ବଳରେ ଜେନା ବାବୁ ଗୋଟିଏ ପରେ ଆଉ ଗୋଟିଏ ସ୍ତ୍ରୀ କରି ରଖୁଥିଲେ । ସେ ଅନେକ ସ୍ତ୍ରୀ ରଖିଥିଲେ । ଆଉ ଏହି ସ୍ତ୍ରୀ ମାନଙ୍କୁ ସେ ପରେ ନିର୍ଯ୍ୟାତନା ଦେବା ତାଙ୍କର ଅଭ୍ୟାସ ବୋଲି ଜଣାପଡ଼ିଛି ।

ଏବେ ତାଙ୍କ ନାଁରେ ଆସିଛି ସାଙ୍ଘାତିକ ଅଭିଯୋଗ । ଜେନା ବାବୁ ପୋଲିସ ଏଏସଆଇ ଅଟନ୍ତି । ତାଙ୍କର ବୟସ ୫୦ ଛୁଇଁଲାଣି କିନ୍ତୁ ତାଙ୍କର ଏବେବି ଦରକାର ୨୪ ବର୍ଷୀୟ ଝିଅ । ସେ ଅନେକ ଯୁବତୀଙ୍କୁ ତାଙ୍କ ପାଖରେ ରଖିଛନ୍ତି । ଆଉ ତାଙ୍କ ଠାରୁ ଦେହ ସୁଖ ନେଇ ସାରିବା ପରେ ଯେତେବେଳେ ତାଙ୍କ ମନ ଭାରିଯାଏ ସେତେବେଳେ ପୋଲିସ ବାବୁ ସେହି ଯୁବତୀକୁ ନିର୍ଯ୍ୟାତନା ଦେଇଥାନ୍ତି । ଏବେ ଏଭଳି ଅନେକ ଖବର ତାଙ୍କ ବିରୋଧରେ ଆସିଛି । ଆଉ ଏହି ସବୁକୁ ନେଇ ଏବେ ଜଣେ ଯୁବତୀ କିଛି କଥା କହିଛନ୍ତି ।

ଯାଜପୁର ଜିଲ୍ଲା ଅଧୀନ ବଡଚଣା ବ୍ଲକ ଅଧୀନ ୨୪ ବର୍ଷୀୟ ଯୁବତୀଙ୍କ ସହ ଏହି ପୋଲିସ ବାବୁ ଜଣକ କରିଛନ୍ତି ଏଭଳି କିଛି । ଏବେ ଏହାକୁ ନେଇ ଆସିଛି ଖବର । ଏବେ ଯୁବତୀ ଜଣକ ଅଭିଯୋଗ ଆଣିଛନ୍ତି । ସୂଚନା ଅନୁସାରେ ଏହି ଯୁବତୀ ଜଣକ ପୂର୍ବରୁ ବିବାହିତ ଅଟନ୍ତି । ଏହି ଯୁବତୀ ଏବଂ ତାଙ୍କ ସ୍ବାମୀଙ୍କ ମଧ୍ୟରେ କିଛି ପାରିବାରିକ ସମସ୍ୟା ସମାଧାନ କରିବା ପାଇଁ ସ୍ତ୍ରୀ ଜଣକ ଥାନାର ଦ୍ୱାରସ୍ଥ ହୋଇଥିଲେ । ଆଉ ଏହି ସ୍ତ୍ରୀ ଜଣକର ସମସ୍ୟା ଦୂର ହେବା ପରିବର୍ତ୍ତେ ସ୍ଵାମୀ ଜଣଙ୍କୁ ରଗଡ଼ି ଜେଲକୁ ପଠାଇ ଦେଇଥିଲେ ।
ଆଉ ଏହି ଯୁବତୀ ଜଣଙ୍କୁ ପଟାଇ ତାଙ୍କ ସହ ସମ୍ପର୍କ ରଖିଥିଲେ । ଜେନା ବାବୁଙ୍କ ପରିବାର ଗାଁରେ ଥିବା ବେଳେ ତାଙ୍କର ପତ୍ନୀ ଏବଂ ୫ ଝିଅ ଗାଁରେ ରହୁଥିଲେ । କିନ୍ତୁ ତାଙ୍କର କେହି ନାହାନ୍ତି ବୋଲି ସେ ଯୁବତୀଙ୍କ ଆଗରେ କହୁଥିଲେ । ଆଉ ଏହି କଥା ଶୁଣି ନିରୀହ ଯୁବତୀ ଜଣକ ଫସି ଯାଇଥିଲେ । ସେ ତାଙ୍କ ସହିତ ସମ୍ପର୍କ ରଖୁଥିଲେ । ବିବାହର ପ୍ରତିଶ୍ରୁତି ଦେଇ ଏଭଳି କାମ କରୁଥିଲେ ପୋଲିସ ବାବୁ ଜଣକ । ଏହି ପୋଲିସ ବାବୁ ଜଣକ ଏହି ଯୁବତୀଙ୍କ ପୂର୍ବରୁ ଜଣେ ଶିକ୍ଷୟତ୍ରୀଙ୍କୁ ଫସାଇ ତାଙ୍କ ସହିତ ସମ୍ପର୍କ ରଖିଥିଲେ ।
ସେ ଅନେକ ସ୍ଥାନରେ ଘର ଭଡ଼ା ନେଇ ଏଭଳି କାମ କରୁଥିଲେ । ଏବେ ଏହି ୨୪ ବର୍ଷୀୟ ଯୁବତୀଙ୍କୁ ଶାରୀରିକ ଆଉ ମାନସିକ ନିର୍ଯ୍ୟାତନା ଦେଉଥିବାରୁ ଏବେ ଥାନାର ଦ୍ବାରସ୍ଥ ହୋଇଛନ୍ତି । ପୋଲିସ ବାବୁଙ୍କ ନାଁରେ ସେ ଧର୍ମଶାଳା ପୋଲିସ ଥାନାରେ ଅଭିଯୋଗ କରିଛନ୍ତି । ଏହି ପୋଲିସ ଜଣକ ତିନିଜଣ ପତ୍ନୀ ଏଭଳି ରଖିଥିବା ବେଳେ ବାହାରେ ତାଙ୍କର ଅନେକ ଝିଅଙ୍କ ସହିତ ସମ୍ପର୍କ ଥିବାର ସୂଚନା ମିଳୁଛି । ଜିଲ୍ଲା ଏସପି ଏଭଳି ଜଣେ ଜଘନ୍ୟ ପୋଲିସ ଅଫିସରଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଉଚିତ୍ । ଏବେ ଏହି ଯୁବତୀ ଜଣକ ନ୍ୟାୟ ଦାବି କରିଛନ୍ତି ।