Jan 12, 2025, 08:15 IST

ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଫ୍ୟାନ୍ସି ନମ୍ବର ପାଇଁ ପାଗଳ କିଳା ଡାକିଲା ୨ କୋଟିର ଦାମୀ କାର...!

Gg

କମିଶନରେଟ ପୋଲିସ ର ତଦନ୍ତ ଯେତେ ଆଗଉଛି ଅନିଲ ଆଉ ହଂସିତା ଙ୍କ ଅଡ଼ୁଆ ସେତେ ମାତ୍ରାରେ ବଢ଼ିବାରେ ଲାଗିଛି। କିଛିଦିନ ପୂର୍ବରୁ ଯେତେବେଳେ ଆୟକର ବିଭାଗ ଅନିଲ ଙ୍କ ଘରେ ଚଢ଼ାଉ କରିଥିଲା ଦୁଇଟି ଗାଡ଼ି ସାମ୍ନା କୁ ଆସିଥିଲା । ଯାହାକୁ କମିଶନରେଟ ପୋଲିସ ର ସ୍ପେସିଆଲ କ୍ରାଇମବ୍ରାଞ୍ଚ୍ ୱାର୍ଡ ଏହାକୁ ଜବତ କରିବା ସହ ନିଜ ଆୟତ୍ତ କୁ ଆଣିଛି। ବଡ଼ କଥା ହେଉଛୁ ଏହି ତିନୋଟି ଯାକ ଗାଡ଼ି ଅନିଲ ଓ ହଂସିତା ଙ୍କ ଗାଡ଼ି।
Vb
ସମସ୍ତେ ଗାଡ଼ି କିଣୁଥିଲେ ଆଉ ଖୁବ ଆଡମ୍ବର ରେ ଜୀବନ ବିତାଉ ଥିଲେ। ସବୁ ଗାଡ଼ିର ଶେଷ ନମ୍ବର ମଧ୍ୟ ୭୭ ଦେଖିବାକୁ ମିଳିଥିଲା। କାରଣ ହଂସିତା ଆଉ ଅନିଲ ଙ୍କ ଲକି ନମ୍ୱର୍ ଥିଲା ୭୭। ଗୋଟେ ଗାଡ଼ିକୁ ସେଥି ମଧ୍ୟରୁ ସେପ୍ଟେମ୍ବର ମାସ ରେ ଅନିଲ ଙ୍କ ଜନ୍ମଦିନ ରେ ହଂସିତା , ଅନିଲ ଙ୍କୁ ଏହା ନଗଦ କ୍ୟାସ୍ ରେ ଦୁଇ କୋଟି ଟଙ୍କା ଦେଇ ଗାଡ଼ି କୁ ଗିଫ୍ଟ କରିଥିଲେ। ଏହି ଗାଡ଼ି ଯେତେବେଳେ ଗିଫ୍ଟ ଦେଇଥିଲେ ତା ପରେ ଅନିଲ ଆଉ ହଂସିତା ଙ୍କ ଅଡ଼ୁଆ ବଢିଥିଲା।
Gg
କାରଣ ଜନ୍ମଦିନ ରେ ମିଳିଥିବା ଏହି କାର ଟି ଖୁବ ଦାମୀ ଥିଲା। ଆଉ ଏହି କାର ତାଙ୍କ ପାଇଁ ଏତେ ବଡ ଯେ ବିପଦ ଆଣି ପାରେ ଏକଥା ସେମାନେ କେବେ ହେଲେ ମଧ୍ୟ ଭାବି ନଥିଲେ। କାରଣ ନଗଦ କ୍ୟାସ ରେ ଯେତେବେଳେ ଗାଡି ଆସିଥିଲା ସେ ସମୟରେ ଆୟକର ବିଭାଗ ନିକଟକୁ ଏହି ଘଟଣା ହସ୍ତଗତ ହୋଇଥିଲା। ତାହାର ପରବର୍ତ୍ତୀ ସମୟରେ ଯେତେବେଳେ ଠକେଇ ମାମଲାରେ ଦୁଇ ଜଣକୁ ଗିରଫ କରାଯାଇଥିଲା ,
ତଦନ୍ତ କରୁ କରୁ ଆୟକର ବିଭାଗ ପ୍ରଥମ ପର୍ଯ୍ୟାୟରେ ଦୁଇଟି କାର କୁ ସାମ୍ନା କୁ ଆଣିଥିଲା। ଏହା ପରେ ମର୍ସିଡିଜ୍ ସାମ୍ନା କୁ ଆସିଛି। ବର୍ତ୍ତମାନ ପର୍ଯ୍ୟନ୍ତ ତିନୋଟି ଖୁବ୍ ଦାମୀ କାର ପାଇଁ ୩୦ ଲକ୍ଷ ଟଙ୍କା ଆଡଭାନ୍ସ ଟଙ୍କା ଦିଆଯାଇ ଏହାକୁ ବୁକିଂ କରାଯାଇ ଥିଲା। ଯେତେବେଳେ ଆୟକର ବିଭାଗ ରେଡ କରିଛି ସେତେବେଳେ ବିଭିନ୍ନ ପ୍ରକାରର ଗୁରୁତ୍ୱପୂର୍ଣ୍ଣ ତଥ୍ଯ ମଧ୍ୟ ମିଳିଛି। ଯାହାକୁ ନେଇ ଏବେ ତାଙ୍କର ସବୁ କଳା କାରନାମା ଧରା ପଡି ଯାଇଛି।

Advertisement