Apr 1, 2025, 11:58 IST

ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ୨ତାରିଖରୁ ରାଜ୍ୟରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା...!

Gg

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ଆସିଥିବା ଖବର ବା ଭିଡିଓରେ ଆପଣମାନେ ପାଣିପାଗ ବିଷୟରେ କିଛି ସୂଚନା ପାଇପାରିବେ । ଏବେ ଆପଣମାନେ ସମସ୍ତେ ଏହି ଖବର ପାଇ ଅଧିକ କିଛି ଜାଣିପାରିବେ । ଆସନ୍ତା ୨ ତାରିଖରୁ ବର୍ଷା ହୋଇପାରେ ବୋଲି ସୂଚନା ମିଳିଛି । ଏବେ ରାଜ୍ୟରେ ଯେଉଁଭଳି ଭାବରେ ଗ୍ରୀଷ୍ମ ହେଉଛି ତାହାକୁ ନେଇ ସମସ୍ତେ ଚିନ୍ତାରେ ଅଛନ୍ତି । 
Gg
ଗ୍ରୀଷ୍ମର ପ୍ରଭାବ ବହୁତ ଅଧିକ ରହିଥିବା ବେଳେ ଏବେ ଲୋକମାନଙ୍କୁ ଆଶ୍ୱସ୍ତି ମିଳିଲା ଭଳି ଖବର ଆସିଛି । ପାଣିପାଗରେ ବଡ ପରିବର୍ତ୍ତନ ହେବାକୁ ଯାଉଛି । ଆସନ୍ତା ୨ ତାରିଖରୁ ରାଜ୍ୟରେ ହାଲୁକା ବର୍ଷା ହୋଇପାରେ । ଆଉ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହେବା ସହ ଅନେକ ସ୍ଥାନରେ ପବନ ବି ବହିପାରେ । ଆସନ୍ତା ୨ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସୂଚନା ମିଳିଛି । ପାଣିପାଗ ବିଭାଗ ଦେଇଥିବା ସୂଚନା ଅନୁସାରେ ରାଜ୍ୟର ଅନେକ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହୋଇପାରେ ।
Gg
୨ ତାରିଖରେ କୋରାପୁଟ ଆଉ ମାଲକାନଗିରି ଜିଲ୍ଲାର ଅନେକ ସ୍ଥାନରେ ମଧ୍ୟମ ବା ସ୍ୱଳ୍ପ ଧରଣର ବର୍ଷା ହୋଇପାରେ । ଏହାସହ ୩ ତାରିଖ ବେଳକୁ ମଧ୍ୟ କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର ଏବଂ କଳାହାଣ୍ଡି ଜିଲ୍ଲାରେ ସ୍ୱଳ୍ପ ପରିମାଣର ବର୍ଷା ସମ୍ଭାବନା ରହିଛି । ସେହିପରି ୪ ତାରିଖରେ କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି ଆଉ ଗଜପତି ଜିଲ୍ଲାରେ ବର୍ଷା ହେବ ବୋଲି ଖବର ଆସିଛି । ଏବେ ଏହି ଖବରକୁ ନେଇ ସବୁଠି ଚର୍ଚ୍ଚା ହେଉଛି ।
ଆସନ୍ତା ୫ ତାରିଖରେ ଦକ୍ଷିଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇପାରେ ବୋଲି ସୂଚନା ମିଳିଛି । ଜଗତସିଂହପୁର, ପୁରୀ ଏବଂ ଗଞ୍ଜାମ ଜିଲ୍ଲାରେ ବର୍ଷା ହୋଇପାରେ ବୋଲି ସୂଚନା ଦିଆଯାଇଛି । ପାଣିପାଗ ଦେଇଥିବା ସୁଚନା ଅନୁସାରେ ଆଗାମୀ ଦିନରେ ତାପମାତ୍ରା କମିବ । ଅନୁଗୁଳ, ଟିଟଲାଗଡ ଆଉ ବୌଦ୍ଧ ଅଞ୍ଚଳରେ ତାପମାତ୍ରା ୪୦ ଡିଗ୍ରୀ ରହିବ ବୋଲି ସୂଚନା ମିଳିଛି । ଆଉ ସୁନ୍ଦରଗଡ଼, ବାରିପଦା, ଢେଙ୍କାନାଳ ଜିଲ୍ଲାରେ ୩୯ ଡିଗ୍ରୀ ତାପମାତ୍ରା ରହିବ । ଏଭଳି ଅନେକ ଜିଲ୍ଲାର ତାପମାତ୍ରା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ ।

Advertisement