ଟ୍ରେନ୍ ରେ ବସି ଦିଲ୍ଲୀରୁ ପୁଅ ଫେରୁଥିଲା ଘରକୁ। ଆଉ ଅଧା ରାସ୍ତାରେ ହଠାତ୍ ଟ୍ରେନ୍ ରୁ ଓହ୍ଲାଇ କୁଆଡେ ଚାଲି ଯାଇଥିଲା। ତାର ପରିଦିନ ପୁଅର ଦେହ ଗଛରେ ଝୁଲୁଥିବା ଖବର ପାଇଥିଲା ମାଆ। ଏବେ ଏହି ଦୃଶ୍ୟ ସୋସିଆଲ ମିଡ଼ିଆ ରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ପୁଅ ଟ୍ରେନ୍ ରେ ବସି ଦିଲ୍ଲୀ ରୁ ଘରକୁ ଫେରୁଥିଲା ଆଉ ତାର ମାଆ ସହ ସେ ଫୋନ ରେ କଥା ମଧ୍ୟ ହୋଇଥିଲା। ହେଲେ ହଠାତ୍ କଣ ହୋଇଥିଲା କେଜାଣି ,

ଟ୍ରେନ୍ ରୁ ଓହ୍ଲାଇ ସେ କୁଆଡେ ଯିବାକୁ ଲାଗିଥିଲା। ମାଆ ପୁଅର ଆସିବା ବାଟକୁ ଅନେଇ ବସିଥିଲା ହେଲେ ପୁଅର ମଲା ଦେହ ସେପଟେ ଗଛରେ ଝୁଲି ଥିଲା। ତେବେ କିଏ ଆଉ କାହିଁକି ଏମିତି କଲା? ଏହା ପୁର୍ବ ଶତ୍ରୁତା କୁ କେନ୍ଦ୍ର କରି ହ-ତ୍ୟା ନା କୌଣସି କାରଣ ବଶତଃ ଆ-ତ୍ମ-ହ-ତ୍ୟା ତାହା କେହି ହେଲେ ମଧ୍ୟ ଜାଣି ପାରୁ ନାହାଁନ୍ତି। ପୁଅର ଝୁଲନ୍ତା ମୃ-ତ-ଦେହ କୁ ଉଦ୍ଧାର କରିଛି ପୋଲିସ। କିଛିଦିନ ହେବ ଜଣେ ଯୁବକ ନିଖୋଜ ଥିବା କଥା ଜଣା ପଡ଼ିଥିଲା।

ଏହାପରେ ଘର ଲୋକେ ଏହାକୁ ନେଇ ଥାନାରେ ଅଭିଯୋଗ କରିଥିଲେ। ଆଉ ପୋଲିସ ମଧ୍ୟ ତାଙ୍କୁ ଅନେକ ଖୋଜାଖୋଜି କରିଥିଲା। ଷ୍ଟେସନ୍ ରେ ଟ୍ରେନ୍ ରୁ ଓହ୍ଲାଇ ଥିବା ନେଇ ସିସିଟିଭି ରେ କଏଦ ହୋଇଥିଲା। ଏହାପରେ ପରିବାର ଲୋକେ ଗୋଟେ ଗଛରୁ ପୁଅର ଝୁଲନ୍ତା ମୃ-ତ-ଦେହ ଉଦ୍ଧାର କରିଥିଲେ। ଭଦ୍ରକ ଚରମ୍ପା ଜଙ୍ଗଲ ରୁ ନିଖୋଜ ଯୁବକଙ୍କ ମୃ-ତ-ଦେ-ହ ଠାବ କରାଯାଇ ଥିବା ସୁଚନା ମିଳିଛି।
ଏହି ଯୁବକ ଜଣକ ଯାଜପୁର ଜିଲ୍ଲାର ବିଞ୍ଝାରପୁର ଜିଲ୍ଲାର ଅନିଲ କୁମାର ସାମଲ। ଅନିଲ କିଛିଦିନ ହେବ ଘରୁ ଫେରାର ଥିଲେ ସେ ମାନସିକ ବିକୃତ ଥିବା ନେଇ ସୁଚନା ମିଳିଛି। ନିଖୋଜ ପରେ ଅନିଲ ଙ୍କ ମାଆ ବିଭିନ୍ନ ଅଞ୍ଚଳ କୁ ଯାଇ ଥାନାରେ ଏତଲା ଦେଇଥିଲେ। ଗତକାଲି ଭଦ୍ରକ ର ଚରମ୍ପା ଷ୍ଟେସନ ରେ ଟ୍ରେନ୍ ରୁ ଓହ୍ଲାଇ ଥିବା ନେଇ ସୁଚନା ମିଳିଥିଲା। ଏହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି।