Feb 28, 2025, 04:22 IST

ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଦେହ ସୁଖ ଦେଇଗଲା ଖାଲି ଦୁଃଖ...!

Ff

ଦେହ ସହ ଖେଳିଲେ ସୁଖ ନେଲା ପରେ ଭୁଲିଗଲେ। ଧୋକା ଖାଇଲେ ହୋମ ଗାର୍ଡ ଆଉ ବନ୍ଧା ହେଲେ ଆଇଆଇସି। ନାଇଟ୍ ଡ୍ୟୁଟି ସମୟରେ ଅଫିସ ଭିତରେ ବସି ସେ ଖେଳ କରୁଥିଲେ। ଶେଷରେ ଚାକିରୀ ରୁ ତଡ଼ା ଖାଇଥିଲେ ଆଉ ତାଙ୍କ ଉପରେ ଲାଗିଥିଲା ସଙ୍ଗୀନ ଦଫା। ଆଉ ରହିଲାନି ତାଙ୍କର ସେହି ଟାଣ ପଣ। ସାଧାରଣ ଲୋକଙ୍କୁ ସେ ଜୁଲୁମ ଦେଖାଉ ଥିଲେ। ଏହି ଥାନା ବାବୁଙ୍କୁ ଦେଖିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇ ଯିବେ।
Gg
ଛାତି ଚଉଡା କରି ସେ ବିର ଦର୍ପ ରେ ଯାଉଛନ୍ତି। ଏହି ବାବୁ ଜଣକ ହେଉଛନ୍ତି କୁଜଙ୍ଗ ଥାନା ଅଧିକାରୀ ତପନ ନାହାଗ। ମହିଳା ହୋମ ଗାର୍ଡ ଙ୍କୁ ପ୍ରେମ କରୁଥିଲେ ଆଉ ତାଙ୍କ ଠାରୁ ଦେହ ସୁଖ ମଧ୍ୟ ନେଇଥିଲେ। ଏହାପରେ ପୋଲିସ ଠାଣି ରେ ମଧ୍ୟ ତାଙ୍କୁ ଅଟକାଇ ରଖିଥିଲେ। ହେଲେ ଲେଡୀ ହୋମ ଗାର୍ଡ କିନ୍ତୁ ତାଙ୍କୁ ଛାଡି ନଥିଲେ। ସିଧା କହିଥିଲେ କି ବାହା ହେବାକୁ କହିଛ ତ ବାହା ହୁଅ ନହେଲେ କେସ କରିଦେବେ।
Gg
ଏହାପରେ ଚାଲିଥିଲା ଆପଶ ବୁଝାବଣା। ଏସପି ଙ୍କ ଯାଏଁ କଥା ଯାଇଥିଲା ଶେଷରେ ଫାଇନାଲ ହୋଇ ପାରି ନଥିଲା। ଏହାପରେ ଏଭଳି କାଣ୍ଡ କରିଥିବା ଆଇଆଇସି ଜଣକ ବନ୍ଧା ହୋଇଥିଲେ। ମହିଳା ହୋମ ଗାର୍ଡ ଙ୍କ ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତି ରେ ୧୬୪ ବୟାନ ରେକର୍ଡ କରାଯାଇ ଥିଲା। ଏହାପରେ ସଂପୃକ୍ତ ଥାନା ଅଧିକାରୀ ଙ୍କୁ ନିଲମ୍ବିତ କରୁଛନ୍ତି ଡ଼ିଜି।ଏହାପରେ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ତାଙ୍କର ମେଡିକାଲ ଟେଷ୍ଟ କରା ଯାଇଛି।
ତପନ ଙ୍କ ଆଧାର ରେ ବିଏନଏସ ଦଫା ଲାଗି ହୋଇଛି। ତାଙ୍କ ନାମରେ ଅନେକ ମାମଲା ରୁଜୁ କରା ଯାଇଛି। ଏଠାରେ ଏହା ପ୍ରଶ୍ନ କି ସାଧାରଣ ଲୋକଙ୍କ ପାଇଁ କାର୍ଯ୍ୟରେ ରତ ଥିବା ପୋଲିସ ଅଧିକାରୀ କେମିତି ଅନ୍ୟ ସହ ଏଭଳି ନିନ୍ଦନୀୟ କାର୍ଯ୍ୟ କରିଛନ୍ତି। ଏହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ସୋସିଆଲ ମିଡ଼ିଆ ରେ ମଧ୍ୟ ଏହି ଘଟଣା ଏବେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି।

Advertisement