ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଏଭଳି କିଛି ଖବର ପାଇବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି କିଛି ଘଟଣା ଘଟଣା ବିଷୟରେ ଜାଣିପାରିବେ ଯାହାକୁ ନେଇ ଏବେ ଅନେକ କଥା ଆସୁଛି । ଗୋଟେ ମାଆ ତାର ଛୁଆ ପାଇଁ କିଛି ବି କରିପାରେ । ଗୋଟେ ମାଆ ଚାହିଁଲେ ଛୁଆ ପାଇଁ ଯେତେ ବି ବାଧାବିଘ୍ନ ଆସୁ ତାର ସାମ୍ନା କରିଥାଏ । ଏବେ ଏଭଳି କିଛି ଦେଖିବାକୁ ମିଳିଛି ।

ଜଣେ ମହିଳା ତାଙ୍କର ୧୫ ଦିନର ଶିଶୁ ପୁତ୍ରକୁ ବଞ୍ଚାଇ ଘରକୁ ଆଣିଛନ୍ତି । ଏବେ ଏହି ଘଟଣା ସାମ୍ନାକୁ ଆସିବା ପରେ ସବୁଠି ଚର୍ଚ୍ଚା ହେଉଛି । ଏହି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାରେ ।ମାଲକାନଗିରି ଜିଲ୍ଲାର କିଛି ସ୍ଥାନରେ ଏଭଳି କିଛି ଦେଖିବାକୁ ମିଳିଛି । ଏହି ଅଞ୍ଚଳର ଜଣେ ମହିଳାଙ୍କ ପୁଅ ଜନ୍ମ ହୋଇଥିଲା । ଶେଷରେ ମାଆ ଜଣକ ପୁଅକୁ ବଞ୍ଚାଇ କରି ଘରକୁ ଆଣିଲେ । ଗତ ୮ ତାରିଖ ଦିନ ଏହି ମହିଳାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । ପୁଅ ଜନ୍ମ ହେଇଥିଲା ବୋଲି ପରିବାରର ସମସ୍ତେ ଖୁସି ଥିଲେ ।

ମାଆ ଜଣକ ତାଙ୍କ ପୁଅ ଜନ୍ମ ହେବାର ଦୁଇଦିନ ପରେ ମଧ୍ୟ ମଳ ତ୍ୟାଗ କରିପାରି ନଥିଲେ । ଆଉ ସେ ଡାକ୍ତରଙ୍କୁ ଦେଖାଇବା ପରେ ଡାକ୍ତର ଅନ୍ୟତ୍ର ଦେଖାଇବାକୁ କହିଥିଲେ । ଏହାପରେ ସଦର ମହକୁମା ଡାକ୍ତରଙ୍କ ପାଖକୁ ନେଇ ଯାଇଥିଲେ ।
ସେଠାରେ ମଧ୍ୟ ଡାକ୍ତର ଉଚ୍ଚ ଅଧିକାରୀଙ୍କୁ ଦେଖାଇବାକୁ କହିଥିଲେ । ଏହାପରେ ସେହି କୁନି ପୁଅକୁ ଧରି ମାଆ ଜଣକ କୋରାପୁଟ ମେଡ଼ିକାଲକୁ ଯାଇଥିଲେ । ସେଠାରେ ମଧ୍ୟ ଡାକ୍ତର ମଧ୍ୟ ଉଚ୍ଚ ଅଧିକାରୀଙ୍କ ପାଖକୁ ଯିବାକୁ କହିଥିଲେ । କିନ୍ତୁ ଅର୍ଥ ଅଭାବ ଥିବାରୁ ସେ କୌଣସି ମେଡିକାଲ ଯାଇ ନଥିଲେ ।
ଏହାପରେ ତାଙ୍କୁ କିଛି ସମାଜସେବୀ ସାହାଯ୍ୟ କରିଥିଲେ । ପିଲାର ଅବସ୍ଥା ପାଇଁ କଟକ ଶିଶୁ ଭବନକୁ ନେଇ ଯାଇଥିଲେ । ଆଉ ୨୩ ତାରିଖରେ ଶିଶୁ ଜଣଙ୍କର ଅପରେସନ ପରେ ପିଲାର ଅବସ୍ଥାରେ ସୁଧାର ଆସିଥିଲା । ଏବେ ଏହି ପିଲା ଜଣକ ଭଲ ଅଛି । ସମାଜସେବୀ ଏବଂ ଅନ୍ୟାନ୍ୟ ସହାୟତାରେ ଆଜି ଶିଶୁ ପୁତ୍ର ଜଣକ ବଞ୍ଚି ଯାଇଛନ୍ତି । ଏହି ଶିଶୁ ଜଣଙ୍କର ଅପରେସନ ପରେ ଏବେ ସେ ସୁସ୍ଥ ଅଛି ଆଉ ଘରେ ଅଛି ବୋଲି ସୂଚନା ମିଳିଛି। ଏବେ ଏହି ଘଟଣାକୁ ନେଇ ସବୁଠି ଚର୍ଚ୍ଚା ହେଉଛି ।