ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇବା ସହ ଏଭଳି କିଛି ଖବର ଏବେ ପାଇବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଏହି ଭିଡିଓ ମାଧ୍ୟମରେ ଏହି ଘଟଣା ବିଷୟରେ ଜାଣିପାରିବେ । ସ୍ଵାମୀ ଜଣକ ଆସି ତାଙ୍କ ସ୍ତ୍ରୀକୁ ଖୋଜିଲେ କିନ୍ତୁ ସ୍ତ୍ରୀ ଜଣକ ଘରେ ମିଳି ନଥିଲେ । କାରଣ ଏହି ସ୍ତ୍ରୀ ଜଣଙ୍କୁ ୪ ଲକ୍ଷ ଟଙ୍କା ନେଇ ବିକ୍ରି କରି ଦେଇଛନ୍ତି ସେହି ମହିଳାଙ୍କ ସ୍ବାମୀଙ୍କ ଭାଇ ଓ ଭାଉଜ । ଏବେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ରାୟଗଡ଼ା ଜିଲ୍ଲା ପନାରସିଂ ବ୍ଲକ ପାର୍ଷାଲି ପଞ୍ଚାୟତ ଭାଲେରୀ ଗ୍ରାମର ନରସିଂହ ବାଗଙ୍କ ପୁଅ ବଳରାମ ବାଗଙ୍କ ସ୍ତ୍ରୀ ରଶ୍ମିତାଙ୍କୁ ୪ ଲକ୍ଷ ଟଙ୍କାରେ ତାଙ୍କ ଶଶୁର ଘର ଲୋକେ ବିକ୍ରି କରି ଦେଇଛନ୍ତି ବୋଲି କହି ଥାନାରେ ଅଭିଯୋଗ କରିଛନ୍ତି । ବଳରାମ ବାଗ ରଶ୍ମିତାଙ୍କୁ ପ୍ରେମ ବିବାହ କରିଥିଲେ । ତାଙ୍କର ବିବାହକୁ ୧୪ ବର୍ଷ ହୋଇଗଲାଣି । ତାଙ୍କର ଦୁଇଟି ଝିଅ ଆଉ ଗୋଟିଏ ପୁଅ ରହିଛନ୍ତି । ଘରର ଅବସ୍ଥା ପାଇଁ ବଳରାମ ଦାଦନ ଭାବରେ ଆନ୍ଧ୍ରପ୍ରଦେଶ ଯାଇଥିଲେ । ବଳରାମ ଅନେକ ଦିନ ହେବ ଘରକୁ ଫେରି ନଥିଲେ ।

ଆଉ ଏହାର ସୁଯୋଗ ନେଇ ୨୦୨୪ ମସିହା ମେ ମାସ ୩୦ ତାରିଖରେ ରଶ୍ମିତାଙ୍କ ଭାଇ ବକଚ୍ଛେନ୍ଦ୍ ଛତରିଆ, ଅଭିମନ୍ୟୁ ଛତରିଆ ଏବଂ ଭାଉଜ ଏଭଳି ନିନ୍ଦନୀୟ କାମ କରିଥିଲେ । ସେମାନେ ରାଜସ୍ଥାନର ଲୋକମାନଙ୍କ ଠାରୁ ୪ ଲକ୍ଷ ଟଙ୍କା ଆଣି ତାଙ୍କ ସହିତ ସୁଲା ସୁତୁରା କହି ମହିଳା ଜଣଙ୍କୁ ପଠାଇ ଦେଇଛନ୍ତି । ଏବେ ଏହି ଘଟଣାକୁ ନେଇ ଅନେକ କଥା ଆସୁଛି । ଏହି ଘଟଣାରେ ଆସୁଛି କି ଏବେ ସ୍ଵାମୀ ଜଣକ ଆସି ତାଙ୍କ ସ୍ତ୍ରୀକୁ ଖୋଜିବାରୁ ଏହି ସବୁ କଥା ସାମ୍ନାକୁ ଆସିଥିଲା । ଏବେ ଏହାକୁ ନେଇ ସବୁଆଡେ ଚର୍ଚ୍ଚା ହେଉଛି ।
ଏବେ ଏହି ଯୁବକ ଜଣକ କହିଛନ୍ତି ତାଙ୍କ ସ୍ତ୍ରୀ ତାର ନିଜ ଇଚ୍ଛାରେ ଏମିତି କାମ କେବେ କରିନଥିବ । ସେ ତାର ତିନି ଛୁଆଙ୍କୁ ଛାଡି ଏଭଳି କାମ କରି ନଥିବ । ଏଭଳି କିଛି କହି ସ୍ଵାମୀ ଜଣକ ଏବେ ବିଶ୍ୱାସ କରିବା ସହ ନିଜ ସ୍ତ୍ରୀକୁ ଖୋଜିବା ପାଇଁ ଥାନାରେ ଅଭିଯୋଗ କରିଛନ୍ତି । ବଳରାମ ଆନ୍ଧ୍ରପ୍ରଦେଶରୁ ଫେରିବା ପରେ ସ୍ତ୍ରୀକୁ ଆଣିବାକୁ ଯାଇଥିଲେ । କିନ୍ତୁ ସ୍ତ୍ରୀର ଏଭଳି ଅବସ୍ଥା କଥା ସେ ଜାଣିପାରିଲେ । ଆଉ ଏହାପରେ ବଳରାମଙ୍କୁ ତାଙ୍କ ଶାଶୂଘର ଲୋକେ ଏନେଇ ଗାଳି ଗୁଲଜ କରିଥିଲେ । ଏବେ ପୋଲିସ ଏହି ଘଟଣାର ତଦନ୍ତ କରୁଛି ।