ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ପାଇବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଜଣେ ମହିଳା ତାଙ୍କ ସ୍ବାମୀଙ୍କୁ ଖୋଜୁଛନ୍ତି । ଏହି ମହିଳା ଜଣକ ସ୍ବାମୀଙ୍କ ଫଟୋକୁ ଦେଖି କେତେବେଳେ କାନ୍ଦି ପକାଉଛି ତ ଆଉ କେତେବେଳେ ସ୍ୱାମୀର ଫଟୋକୁ ଧରି ଆଉଁସି ଦେଉଛନ୍ତି । ଆଉ ସ୍ବାମୀଙ୍କ କଥା ମନେ ପକେଇ କାନ୍ଦୁଛନ୍ତି । କେତେବେଳେ ଏହି ସ୍ତ୍ରୀ ଜଣକ ସ୍ବାମୀଙ୍କ ଫଟୋକୁ ଧରି ବୁଲୁଛନ୍ତି ତ ଆଉ କେତେବେଳେ ଥାନାର ଦ୍ୱାରସ୍ଥ ହେଉଛନ୍ତି ।

ଏହି ମହିଳା ଜଣକ କେଶବନ । କେଶବନ୍ ଅନେକ ବର୍ଷ ହେଲା ତଳ ସର୍ଦ୍ଦାରଙ୍କୁ ବିବାହ କରିଥିଲେ । ଆଉ ଏବେ ସ୍ଵାମୀ ଜଣକ କେଉଁଆଡେ ପଳାଇ ଯାଇଛନ୍ତି କି ତାଙ୍କ ସହ କଣ ହୋଇଛି ତାହା ଜଣାପଡ଼ି ନାହିଁ । ଏବେ ଏହି ସ୍ଵାମୀ ଜଣଙ୍କୁ ଖୋଜିବା ପାଇଁ ସ୍ତ୍ରୀ ଜଣକ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଆଜି ଭାଗ୍ୟ ତାଙ୍କ ଠାରୁ ତାଙ୍କ ସ୍ବାମୀଙ୍କୁ ଛଡ଼ାଇ ନେଇଛି । ସେମାନେ ଅନୁଗୁଳ ଜିଲ୍ଲା ନାଲୋକ ଥାନା ଅନ୍ତର୍ଗତ ଏକ ବସ୍ତିରେ ରହି ଆସୁଥିଲେ । ଗତ ଜାନୁଆରୀ ମାସ ୨୪ ତାରିଖରେ ବୁବନ ବେହେରା ନାମକ ବ୍ୟକ୍ତି ଏହି ମହିଳାଙ୍କ ସ୍ବାମୀଙ୍କୁ ଚୁଡ଼ି ବିକ୍ରି କରିବେ ବୋଲି ସାଙ୍ଗରେ ନେଇଥିଲେ ।

ଏବେ ଏହି ମହିଳା ଜଣକ କିଛି କଥା ଜାଣି ପାରୁନାହାନ୍ତି । ଏବେ ଭାଗ୍ୟ ଏହି ମହିଳାଙ୍କ ଠାରୁ ତାଙ୍କ ସ୍ବାମୀଙ୍କୁ ନେଇ ଯାଇଛି । ଏହି ମହିଳା ଜଣଙ୍କ ସ୍ଵାମୀ ଘରକୁ ଯାଉଛନ୍ତି ବୋଲି ଏହି ବୁବନ୍ ବେହେରା କଲ କରି କେଶବନଙ୍କୁ କହିଥିଲେ । ଆଉ କେଶବନ୍ ତାଙ୍କ ସ୍ବାମୀଙ୍କ ବାଟକୁ ଅନାଇ ବସିଥିଲେ କିନ୍ତୁ ସ୍ଵାମୀ ଜଣକ ଆସି ନଥିଲେ । ଏବେ ଏହି ମହିଳା ଜଣକ ତାଙ୍କ ସ୍ବାମୀଙ୍କୁ ଖୋଜୁଛନ୍ତି କିନ୍ତୁ ସ୍ଵାମୀ ମିଳୁ ନାହାଁନ୍ତି । ତାଙ୍କ ସ୍ଵାମୀ କେତେବେଳେ ତାଙ୍କ ଗାଁ ମୟୁରଭଞ୍ଜକୁ ଯାଇଥିବେ ସେହି ସ୍ଥାନକୁ କଲ୍ କରି ସ୍ତ୍ରୀ ଜଣକ ପଚାରିଥିଲେ ।
ଏବେ ଏହି ଘଟଣାକୁ ନେଇ ପୋଲିସ ପାଖକୁ ଯାଇଥିଲେ ମହିଳା ଜଣକ । ମହିଳା ଜଣକ ଏବେ ନିଜ ସ୍ବାମୀଙ୍କୁ ଅନେକ ସ୍ଥାନରେ ଖୋଜୁଛନ୍ତି କିନ୍ତୁ ତାଙ୍କୁ ପାଉ ନାହାଁନ୍ତି । ଆଉ ଏବେ ଏହି ସ୍ତ୍ରୀ ଜଣକ ନାଲୋକ୍ ଥାନାରେ ଏନେଇ ଅଭିଯୋଗ କରିଛନ୍ତି । ଅଭିଯୋଗ କରିବା ପରେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ବୋଲି ସୂଚନା ମିଳିଛି । ଏବେ ପ୍ରଶାସନ ଏଭଳି କାମ କରିବ ବୋଲି କିଏ ବା ଭାବିଥିଲା । ନିରାଶ ହୋଇଛନ୍ତି ଏହି ମହିଳା ଜଣକ । ମହିଳା ଜଣକ ଏବେ ଅନେକ କିଛି କଥା କହି ସ୍ବାମୀଙ୍କ ବାଟକୁ ଚାହିଁ ରହିଛନ୍ତି ।