Nov 30, 2024, 00:02 IST

ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଛୁଆ ଚୋରୀ ପଛରେ ପୁରୁଣା ଲଭ୍ ଷ୍ଟୋରୀ

Gg

ପ୍ରେମୀ ଜୁଗଳ ଦୁହିଁକୁ ସ୍କୁଲ୍ ପଢ଼ିବା ଦିନଠାରୁ ହିଁ ଖୁବ୍ ଭଲ ପାଉଥିଲେ। ହେଲେ ପୁଅର ଯେତେବେଳେ ମାଆ ମରି ଯାଇଥିଲା ସେତେବେଳେ ସେ ମହାରାଷ୍ଟ୍ର ଚାଲି ଯାଇଥିଲା। ଅନ୍ୟ ପିଲାଙ୍କ ସହ ସେଠାକୁ ଯାଇ କାମ କରିବାକୁ ଲାଗିଥିଲା। ଏହାପରେ ମହିଳା ଜଣକ ବରେଇପାଲି ର ଜଣେ ବ୍ୟକ୍ତିକୁ ବାହା ହୋଇ ଯାଇଥିଲା। ଦୁହିଁଙ୍କର ଦଶ ରୁ ଏଗାର ବର୍ଷର ଗୋଟେ ଝିଅଟିଏ ମଧ୍ୟ ରହିଛି। ହେଲେ ମହିଳାର ସ୍ବାମୀ ବାହା ହେବାରେ କିଛିଦିନ ପରେ,
Gg
ଆଉ ଏକ ଝିଅକୁ ଭଲ ପାଇ ବସିଥିଲା । ଏହାପରେ ସେ ତାର ସାଙ୍ଗରେ ପଳେଇ ମଧ୍ୟ ଯାଇଥିଲା। ଏହାପରେ ମହିଳା ଜଣକ ତାଙ୍କର ଗାଁ ରେ ମଧ୍ୟ ଏକୁଟିଆ ରହି ଆସୁଥିଲେ। ମହିଳାଙ୍କ ସହ ତାଙ୍କର ବାପା ମାଆ ଓ ଭାଇ ମଧ୍ଯ ରହୁଥିଲେ। ମହିଳା ଜଣକ ବୟସ ପ୍ରାୟ ୨୫ ରୁ ୨୬ ବର୍ଷ ହେବ। ଏହି ଘଟଣା ରେ ଯିଏ ସଂପୃକ୍ତ ଅଛନ୍ତି ତାଙ୍କର ବୟସ ମଧ୍ୟ ୨୮ ବର୍ଷ ହେବ। ସେ ମହାରାଷ୍ଟ୍ରରୁ ଫେରି ଓଡ଼ିଶାରେ କାମ କରୁଥିଲେ।
Hh
ଏହାପରେ ଉଭୟ ମହିଳା ଓ ବ୍ୟକ୍ତି ଜଣକ ମଧ୍ୟରେ ପୁଣି ଥରେ ସମ୍ପର୍କ ଗଢି ଉଠିଥିଲା। ପୁଣି ସେମାନେ ମଧ୍ୟ ଗୋଟେ ସ୍ଥାନରେ ରହୁଥିଲେ। ରେଙ୍ଗାଲି ଠାରେ ଭଡ଼ା ନେଇ ରହୁଥିଲେ। ହେଲେ ତାଙ୍କର ପିଲାପିଲି କିଛି ହେଉ ନଥିଲା। ସମସ୍ତେ ତାଙ୍କୁ ଅନେକ କଥା କୁହନ୍ତି। ସେଥିପାଇଁ ମହିଳା ଜଣକ ଭାବିଥିଲେ କି କେଉଁଠାରୁ ଏକ ପିଲା ଆଣିବେ ବୋଲି। ଏହାପରେ ସେ ବୁର୍ଲା ମେଡିକାଲ୍ କୁ ଯାଇଥିବା ବେଳେ ଏକ ପିଲାର ମାଉସୀ ସହ ଦେଖା ହୋଇଥିଲା।
ପିଲାଟିର ଯତ୍ନ ମଧ୍ୟ ସେହି ମେଡିକାଲ ରେ ନେବା ଆରମ୍ଭ କରି ଦେଇଥିଲା ଆଉ ପିଲାଟି ପ୍ରତି ମନରେ ଲୋଭ ଚାଲି ଆସିଥିଲା। ଏହାପରେ ସ୍ବାମୀ ମଧ୍ୟ ନିଜର ପୁଅ ହୋଇଛି ବୋଲି କହି ଛୁଟି ନେଇ ଆସିଥିଲା। ଆଉ ୨୬ ତାରିଖ ଦିନ ସେ ପିଲାଟିକୁ ଚୋରୀ କରି ନେଇ ତାଙ୍କର ଗାଁ କୁ ନେଇ ପଳାଇ ଯାଇଥିଲେ। ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ବୁର୍ଲା କୁ ଚିକିତ୍ସା ହେବାକୁ ଆସି ପିଲାକୁ ନେଇ ଚାଲି ଯାଇଛନ୍ତିହୁ

Advertisement