ନମସ୍କାର ପାଠକ ବନ୍ଧୁ । ଆଜିକାଲି ଦୁନିଆରେ ଏଭଳି ଅନେକ ଘଟଣା ଘଟୁଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି କିଛି ଖବର ଦେଖିପାରିବେ ଯାହା ଦେଖିଲେ ବା ଶୁଣିଲେ ମନରେ ଅନେକ ଭାବନା ଆସିବ । ଏବେ ଏହି ଘଟଣା ବିଷୟରେ ଆପଣମାନେ ଜାଣିପାରିବେ । ଏବେ ଶାଶୁଘରେ ବୋହୂକୁ ନିର୍ଯ୍ୟାତନା ଦେବା ବନ୍ଦ ହୋଇନାହିଁ । ଶାଶୁଘରେ ବୋହୂକୁ ନିର୍ଯ୍ୟାତନା ଦେଇ ମାରି ଦେଉଛନ୍ତି । ଏବେ ଶାଶୁଘରେ ପୁଣି ଶବ ପାଲଟି ଯାଇଛି ଗୋଟିଏ ଭାଇର ଭଉଣୀ ।

ଏବେ ଭଉଣୀର ଭାଇ ଏହି ଘଟଣା ବିଷୟରେ ଗଣମାଧ୍ୟମ ଆଗରେ କହିଛି । ଏହି ଭାଇ ଜଣକ ପାଖକୁ ତାର ଭଉଣୀର ଶଶୁର କଲ୍ କରିଥିଲେ । ଆଉ ଶଶୁର କଲ୍ କରି ତାଙ୍କୁ ଘରକୁ ଡାକିଥିଲେ । ଘରକୁ ଆସିବା ପରେ ସେ ଦେଖିଥିଲେ ତାଙ୍କ ଭଉଣୀର ଶାଶୁ ଶଶୁର ଏଭଳି ବସିଛନ୍ତି । ଆଉ ସେମାନଙ୍କର କିଛି ସମସ୍ୟା ବି ନାହିଁ । ସତେ ଯେଭଳି କିଛି ହୋଇନାହିଁ ବୋଲି ଲାଗୁଥିଲା । ଏହି ଭାଇ ଜଣକ ତାର ବଡ ଭଉଣୀକୁ ଡାକିଲା କିନ୍ତୁ ତାର ବଡ ଭଉଣୀ କବାଟ ଖୋଲି ନଥିଲା ।

ଏହାପରେ ସେ ଝରକା ପାଖରେ ଦେଖିଲେ କି ତାଙ୍କର ବଡ ଭଉଣୀ ଖଟ ପାଖରେ ଏଭଳି ତଳକୁ ମୁଁହ କରି ବସିଛି ଆଉ ବାନ୍ତି କରୁଛି । ବାନ୍ତି ଶୋଚନୀୟ ଅବସ୍ଥାରେ ହୋଇଛି । କବାଟ ଖୋଲିବାକୁ ଚେଷ୍ଟା କରୁଥିବା ବେଳେ ବଡ ଭଉଣୀ କବାଟ ଖୋଲି ପାରିନଥିଲେ ଆଉ ମୁଣ୍ଡ ବୁଲେଇବାରୁ ସେଠାରେ ସେ ଶୋଇ ପଡ଼ିଥିଲେ । ଏହି ଯୁବକ ଜଣକ ଏବେ କହିଛନ୍ତି କି ତାଙ୍କ ମୃ-ତ୍ୟୁର କାରଣ ତାଙ୍କ ଶାଶୂଘର ଲୋକେ ହୋଇଥିବେ । ଝିଅର ବିବାହ ୯ ମାସ ବୋଲି ସୂଚନା ମିଳିଛି ।
ଏହି ଝିଅର ଶଶୁର ଜଣେ ପୋଲିସ ଅଫିସର । ପୋଲିସ ଅଫିସରଙ୍କ ଘରେ ଏଭଳି ଘଟଣା ଘଟିଛି । ପୋଲିସ ଅଧିକାରୀ ନିଜ ଶଶୁର ହୋଇ ଏଭଳି କାମ ଏହି ସମାଜ ପାଇଁ ନିନ୍ଦନୀୟ ଅଟେ । ସମାଜରେ ଏଭଳି କାମ ବହୁତ ଘୃଣ୍ୟ ଅଟେ । ଭଉଣୀ ଜଣଙ୍କର ଜୀବନ ସ୍ଲୋ ପଏଜନ ପାଇଁ ଯାଇଛି ବୋଲି ଯୁବକ ଅର୍ଥାତ୍ ଝିଅର ଭାଇ କହିଛନ୍ତି । ଏବେ ତାଙ୍କୁ ନ୍ୟାୟ ମିଳିବାକୁ ଭାଇ ଜଣକ କହିଛନ୍ତି । ଦେଖାଯାଉ ଏହି ଭଉଣୀ ଜଣଙ୍କୁ କେବେ ନ୍ୟାୟ ମିଳୁଛି । ଏଭଳି ଘଟଣା ନ ଘଟିବା ପାଇଁ ସରକାର କିଛି ପଦକ୍ଷେପ ନେବା ଉଚିତ୍ ।