ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହାଣି ପକାଇଲେ। ବେକ ସେଣ୍ଡା କୁ ଚୋଟ ମାରିଲେ ଦୃର୍ବୁତ୍ତ।ପୂର୍ବତନ ସରପଞ୍ଚଙ୍କର ରକ୍ତରେ ରାସ୍ତା ପୂରା ଭିଜି ଗଲା। ବଞ୍ଚାଅ ବଞ୍ଚାଅ କହି ସେ ଦୌଡି ଚାଲିଥିଲେ। ହେଲେ ତାଙ୍କୁ କେହି ହେଲେ ମଧ୍ୟ ବଞ୍ଚେଇ ପାରିଲେ ନାହିଁ। ମାରଣାସ୍ତ୍ର ରେ ଗୋଟେ ପରେ ଗୋଟେ ଚୋଟ ପକାଇବାକୁ ଲାଗିଲେ। ଯେ ପର୍ଯ୍ୟନ୍ତ ସେ ମରି ନଥିଲେ ସେ ପର୍ଯ୍ୟନ୍ତ ସେମାନେ ଚୋଟ ପରେ ଚୋଟ ପକାଇ ଚାଲିଥିଲେ।
ଏଭଳି ଘଟଣା ଘଟି ଯାଇଥିବା ବେଳେ କେହି କିଛି ହେଲେ ମଧ୍ଯ ଜାଣି ପାରି ନଥିଲେ। ଯେତେବେଳେ ସମସ୍ତଙ୍କ ନଜର ପଡ଼ିଥିଲା ଦେଖିଲା ବେଳକୁ ସେ ଆଉ କେହି ନଥିଲେ ସେ ଥିଲେ ବରିଷ୍ଠ ବିଜେଡ଼ି ନେତା ଚିତ୍ତ ରଞ୍ଜନ ରାଉତ୍। ରାସ୍ତା ମଝିରେ ହିଁ ପଡ଼ି ରହିଛି ଶବ। ଶବ ଦେହରୁ ମଧ୍ୟ ଖୁବ ରକ୍ତ ବାହାରିବାରେ ଲାଗିଛି। ଶବ ଚାରି କଡ଼ରେ ସହ ସହ ଲୋକ ମାନଙ୍କ ଭିଡ଼ ମଧ୍ୟ ଲାଗି ରହିଛି। ଆଉ ତାଙ୍କର ଏଭଳି ଅବସ୍ଥା କିଏ କରିଦେଇ ଚାଲିଗଲା ଏନେଇ ଚର୍ଚ୍ଚା ହେଉଛି।
ସୁଚନା ମୁତାବକ ଭଦ୍ରକ ର ବନ୍ଧ ଗାଁ ପଞ୍ଚାୟତ ରେ ପୂର୍ବତନ ସରପଞ୍ଚ ବରିଷ୍ଠ ବିଜେଡ଼ି ନେତା ଚିତ୍ତ ରଞ୍ଜନ ରାଉତ୍ ସବୁ ଦିନ ପରି ସେ ସେଦିନ ମଧ୍ୟ ଘରୁ ସକାଳେ ବାହାରି ଯାଇଥିଲେ। ଏକ ଅଷ୍ଟପ୍ରହରୀ କୁ ମଧ୍ୟ ଯାଇଥିଲେ। ସମୟ ବିତି ଥିବା ସତ୍ତ୍ବେ ମଧ୍ୟ ସେ ଘରକୁ ଫେରି ନଥିଲେ। ଯାହା ଫଳରେ ପରିବାର ଲୋକେ ତାଙ୍କୁ ଫୋନ କରିବାରୁ ତାଙ୍କର ଫୋନ ସ୍ଵିଚ୍ ଅଫ ଆସିଥିଲା। ଯେହେତୁ ଚିତ୍ତ ରଞ୍ଜନ ଜଣେ ଲୋକ ପ୍ରତିନିଧି ଭାବରେ କାର୍ଯ୍ୟ କରି ଆସୁଛନ୍ତି ,
ସେଥିପାଇଁ ତାଙ୍କର ଘରକୁ ଆସିବା ଓ ଯିବାର ସମୟ ମଧ୍ୟ ଅଲଗା ଥିଲା। ହେଲେ ସକାଳୁ ଘର ଠାରୁ କିଛି ଦୂରରେ ଥିବା ଏକ ଧାନ କିଆରୀ ରେ ଗାଁ ଲୋକ ଏକ ରକ୍ତାକ୍ତ ମୃ-ତ-ଦେହ ଦେଖିଥିଲେ। ତାଙ୍କର ମୁଣ୍ଡର ପଛ ପଟେ ଏକ ଗଭୀର ଆଘାତ ଲାଗିଥିଲା। ମାତ୍ର କିଏ ତାଙ୍କର ଅବସ୍ଥା ଏଭଳି କରିଛନ୍ତି ତାହା ଆଦୌ ହେଲେ ଜଣା ପଡ଼ି ପାରି ନାହିଁ। ପୋଲିସ ଏହି ଘଟଣାର ତଦନ୍ତ କରିବା ପରେ ହିଁ ଘଟଣାର ସତ୍ୟତା ଜଣା ପଡ଼ିବ।