ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ଭୁବନେଶ୍ୱର ସହରରେ ଘଟିଥିବା ଘଟଣା ବିଷୟରେ ଜାଣିଥିବେ । ଭୁବନେଶ୍ଵର ସହରର ରସୁଲଗଡ଼ ଠାରେ ଏହି ଘଟଣା ଘଟିଛି । ଏହି ଘଟଣା ହେଉଛି ରାଜରାସ୍ତାର ବ୍ରିଜ ଉପରେ ଜଣେ ଯୁବକଙ୍କ ମୁଣ୍ଡରୁ ଦେହକୁ ଅଲଗା କରିଦେଲେ । ଏହି ଯୁବକ ଜଣକ ହେଉଛନ୍ତି ସହଦେବ । ସହଦେବ ନାମକ ଯୁବକ ତାଙ୍କ ଝିଅକୁ ସ୍କୁଲକୁ ଛାଡିବାକୁ ଯାଇଥିଲେ । ଆଉ ତାଙ୍କ ଫେରିବା ବାଟରେ ଏଭଳି ଘଟଣା ଘଟି ଯାଇଥିଲା । ଏବେ ଏହି ହ-ତ୍ୟାକାଣ୍ଡରେ ପୋଲିସ ଦୋଷୀଙ୍କୁ ଗିରଫ କରିଛି । ଏବେ ଏହି ଆସାମୀ ଏଭଳି କିଛି କହୁଛନ୍ତି ଯାହା ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ ।
ମଣିଷ ମରା ଆସାମୀ କଣ କହୁଛି ତାହା ଏବେ ଆପଣମାନେ ଜାଣିପାରିବେ । ବେକରୁ ମୁଣ୍ଡ ଅଲଗା କରି ଆସାମୀ ଜଣକ ଏବେ କହୁଛି ସେ ମୁଣ୍ଡ କାଟି ନାହିଁ । ଖଣ୍ଡା କେଉଁଠି ଅଛି ସେ ଜାଣି ନାହାଁନ୍ତି ଆଉ କେବଳ ଏହି ବ୍ୟାଗ୍ ତାଙ୍କର ବୋଲି ସେ କହିଛନ୍ତି । ଭୁବନେଶ୍ୱର ସହରରେ ମୁଣ୍ଡ କାଟି ନଦୀ ଭିତରେ ଖଣ୍ଡାକୁ ପକେଇଲା ଏହି ଯୁବକ ଜଣକ ଆଉ ଏବେ କହୁଛି ସେ କିଛି କରିନାହିଁ । ଏବେ ଏହି ଯୁବକ ଜଣକ କହୁଛନ୍ତି ତାଙ୍କ ସ୍ତ୍ରୀ ସହିତ ତାଙ୍କର କିଛି ସଂପର୍କ ନାହିଁ । ଏହି ଯୁବକ ଜଣକ ବେକରୁ ମୁଣ୍ଡକୁ ଅଲଗା କରି ନୟାଗଡ଼ ପଳାଇଲେ ଆଉ ପୋଲିସ ତାଙ୍କୁ ନୟାଗଡ଼ ରୁ ଗିରଫ କରିଛି ।
ଏବେ ରସୁଲଗଡ଼ ଅଞ୍ଚଳରେ ହୋଇଥିବା ହ-ତ୍ୟାକାଣ୍ଡରେ ତିନି ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଆଉ ତାଙ୍କୁ ଗିରଫ କରି ସିନ ରିକ୍ରିଏସନ୍ କରିଲା ପୋଲିସ । ଧଉଳି ନିକଟ ଦୟା ନଦୀ ବ୍ରିଜ ପାଖରେ ସର୍ଜମିନି ତଦନ୍ତ କରାଯାଇଛି । ହ-ତ୍ୟାରେ ଲାଗିଥିବା ଜିନିଷ ଏବଂ ପୋଷାକକୁ ଦୟା ନଦୀରେ ଫିଙ୍ଗିଥିଲେ ଅଭିଯୁକ୍ତ । କେଦାର ପଲ୍ଲୀ ବସ୍ତିର ସହଦେବ ନାୟକ ସେ ସଫେଇ ସଂଘର କର୍ମଚାରୀ ଥିଲେ । ଏହାସହ ସେ ପୋଲିସର ମଧ୍ୟ ଇନଫର୍ମର ଥିଲେ । ସେ କିଛିମାସ ପଳାଶୁଣୀର ଏକ ଭଡ଼ାଘରେ ରହୁଥିଲେ । ଆଉ ସେ ଝିଅକୁ ସ୍କୁଲରେ ଛାଡି ଏକ ନାଲି ସ୍କୁଟିରେ ଭଡ଼ାଘରକୁ ଫେରୁଥିଲେ ।
ଆଉ ତାଙ୍କୁ ଫେରିବା ବେଳେ ଚାରିଜଣ ଅଭିଯୁକ୍ତ ଦୁଇଟି ବାଇକରେ ଫଲୋ କରୁଥିଲେ । ବାଣୀବିହାର ଛକ ପାର ହେବା ପରେ ଚାରିଜଣ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ । ଏହାପରେ ତାଙ୍କୁ ସେମାନେ ଆକ୍ରମଣ କରିଲେ । ସହଦେବ ଦୁଇଜଣଙ୍କୁ କାବୁ କରିଥିଲେ । କିନ୍ତୁ ଲିପିକା ଏକ ଖଣ୍ଡା ଆଣି ଲକ୍ଷ୍ମୀଧରଙ୍କୁ ଧରାଇ ଦେଇଥିଲା । ଆଉ ଏହି ଖଣ୍ଡାରେ ତାଙ୍କୁ ମାରି ଦିଆଯାଇଥିଲା । ଏହିସବୁର ଭିଡିଓ ଏବେ ସାମ୍ନାକୁ ଆସିଛି । ଲିପିକା ବ୍ରାଉନସୁଗାର ବିକ୍ରି କରୁଥିଲା ଆଉ ତାଙ୍କୁ ରୋକିବା ପାଇଁ ସହଦେବ ଚେଷ୍ଟା କରିଥିବାରୁ ତାଙ୍କୁ ମାରି ଦିଆଯାଇଛି । ଏବେ ଅଭିଯୁକ୍ତ ତିନିଜଣଙ୍କୁ ପୋଲିସ ଧରିଥିବା ବେଳେ ଜଣେ ଫେରାର ରହିଛି ।