ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆଜିକାଲି ଦୁନିଆରେ ଅନେକ ପ୍ରକାରର ଘଟଣା ଦୁର୍ଘଟଣା ଘଟୁଛି ଯାହା ଏହି ସୋସିଆଲ ମିଡ଼ିଆ ଦ୍ଵାରା ଆପଣମାନେ ଜାଣି ପାରୁଛନ୍ତି । ଏବେ କିଛି ଖବର ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଖବର ଆସିଛି କି ଜଣେ ଯୁବକ କରିଛି ଏଭଳି କାମ ଯାହା ଏବେ ଚିନ୍ତାର ବିଷୟ ପାଲଟିଛି । ବାପା ଶୋଇଛନ୍ତି ବୋଲି ଭାବି ଝିଅର ଛାତିକୁ ଗୁଳି କରିଦେଲା ଯୁବକ । ଆଉ ଯେତେବେଳେ ଯୁବକ ଜଣକ ସତ ଜାଣିଲା ସତେ ଯେମିତି ତାର ହୋସ ଉଡ଼ି ଯାଇଥିଲା ।
ବାପାଙ୍କୁ ମାରିବାର ଟାର୍ଗେଟ ରଖିଥିଲା ଯୁବକ ଆଉ କରିଥିଲା ଏଭଳି କାମ । ଏବେ ନିକଟରେ ଆପଣମାନେ ଶୁଣିଥିବେ କି ଘରେ ଭାଇଭଉଣୀ ଶୋଇଥିଲେ ଆଉ ହଠାତ୍ ଜଣେ ଯୁବକ ପଶି ଆସିଥିଲେ । ଆଉ ଏହି ଯୁବକ ଜଣକ ପଶି ଆସି ଭାଇଭଉଣୀଙ୍କୁ ଟାଣି ଆଣି ଆଖି ବୁଜା ଗୁଳି ଚାଳନା କରିଥିଲେ । ପ୍ରଥମେ ସାନଭାଇ ଉପରକୁ ଆଖି ବୁଜି ଗୁଳି ବର୍ଷା କରିଥିଲା ଯୁବକ । ଆଉ ଭାଇକୁ ବଞ୍ଚାଇବାକୁ ଯାଇ ଭଉଣୀ ଜଣକ ଆଗରେ ଛିଡା ହୋଇ ଯାଇଥିଲା ।
ଏହି ଯୁବକ ଜଣକ ଭଉଣୀ ବୋଲି ଜାଣିବା ପରେ ମଧ୍ୟ ଗୁଳି ବର୍ଷା କରିଥିଲା । ଭାଇ ଭଉଣୀ ଦୁଇଜଣ ଏହି ଗୁଳି ବାଜି ଆହତ ହୋଇଥିଲେ । ଆଉ ରକ୍ତରେ ଭିଜି ଯାଇଥିଲା ଘରର ଚଟାଣ । ପ୍ରକୃତରେ ଏହି ଯୁବକ ଜଣକ ଭାଇ ଭଉଣୀଙ୍କୁ ମାରିବା ପାଇଁ ଆସିନଥିଲେ । ବରଂ ସେ ତାଙ୍କର ବାପାଙ୍କୁ ମାରିଦେବାକୁ ଆସିଥିଲେ । ଆଉ ତାଙ୍କର ସବୁ ପ୍ଲାନ୍ ନଷ୍ଟ ହୋଇ ଯାଇଥିଲା । ଏହି ଯୁବକ ଜଣକ ବାପାକୁ ମାରିବାକୁ ଆସିଥିଲେ କିନ୍ତୁ ସେଦିନ ବାପାଙ୍କ ରୁମରେ ଭାଇଭଉଣୀ ଶୋଇଥିଲେ । କିଛି ନ ବୁଝି ଏହି ଯୁବକ ଜଣକ ଗୁଳି ମାଡ କରିଥିଲା ।
ଏହାପରେ ସେ ଜାଣି ପାରିଥିଲା ବାପା ବଂଚିଛନ୍ତି ସେତେବେଳେ ତାର ମୁଣ୍ଡ ଆଉ କାମ କରିନଥିଲା । ଏହି ଘଟଣା ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଭାଗମୁଣ୍ଡା ଗାଁରେ ଏହି ଘଟଣା ଘଟିଛି । ଭାଇ ଭଉଣୀଙ୍କ ବାପା ପ୍ରଫୁଲ୍ଲ ମେଧାଙ୍କ ସହିତ ପ୍ରସନ୍ନ ମେଧାଙ୍କର ଝଗଡ଼ା ଥିଲା । ଆଉ ତାପରେ ସେ ତାଙ୍କୁ ଗୁଳି କରିବାକୁ ଭାବିଥିଲେ କିନ୍ତୁ ଏଭଳି କିଛି ହୋଇ ଯାଇଥିଲା । ଭାଇଭଉଣୀଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲ୍ ଆଉ ତାପରେ କଟକ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଏବେ ସେମାନେ ଚିକିତ୍ସିତ ଅବସ୍ଥାରେ ଅଛନ୍ତି ବୋଲି ସୂଚନା ମିଳିଛି । ୨ ତାରିଖ ରାତିରେ ଏହି ଘଟଣା ଘଟିଛି ବୋଲି ସୂଚନା ମିଳିଛି ।