Mar 19, 2025, 11:34 IST

ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଆମକୁ ନଣ୍ତା କରିଦେଲା ଏହି ହୋଟେଲ ମାଲିକ

Tt

ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି କିଛି ଖବର ପାଇପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଜିକାଲି ସମାଜରେ ଆପଣମାନେ ତ ଜାଣିଥିବେ ଯଦି କେହି କାହାର ଶୁଦ୍ଧି କ୍ରିୟା କରିଥାଏ ସେ ନଣ୍ଡା ହୋଇଥାଏ । ଆଉ ବ୍ରାହ୍ମଣ ଭୋଜନ ଦେଇଥାନ୍ତି । କେହି କେହି ମାନସିକ ଥିଲେ ନଣ୍ଡା ହୋଇଥାନ୍ତି । କେହି କେହି ପୁରୀ ଯାଇ ନଣ୍ଡା ହୋଇଥାନ୍ତି ତ ଆଉ କେହି ଶ୍ମଶାନରେ ନଣ୍ଡା ହୋଇଥାନ୍ତି । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି କିଛି ଖବର ପାଇବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
Bb
ଏହି ଲୋକମାନେ ନଣ୍ଡା ହୋଇଛନ୍ତି ଆଉ ବ୍ରାହ୍ମଣ ଭୋଜନ ଦେଉଛନ୍ତି ଆଉ ଏହାର କାରଣ ହେଉଛି ସେମାନେ ମଟନ ଖାଇଥିଲେ । ଏହି ଶୁଦ୍ଧି କ୍ରିୟା ନଣ୍ଡା ହେବା, ଗୋମୁତ୍ର ପିଇବା, ବ୍ରାହ୍ମଣ ଭୋଜନ ଦେବା ସବୁ ଏହି ମଟନ ପାଇଁ । ମଟନ ଖାଇଲେ ଶୁଦ୍ଧି ହେଲେ, ନଣ୍ଡା ହେଲେ ଆଉ ବ୍ରାହ୍ମଣ ଭୋଜନ ବି ଦେଲେ । ପୁରୀ ଜିଲ୍ଲା ସତ୍ୟବାଦୀ ଜାତୀୟ ରାଜପଥରେ ଥିବା ଜୟା ହୋଟେଲରୁ ଫେମସ ମଟନ ଖାଇଥିଲେ ଏହି ଲୋକମାନେ । ଏମିତି ଅନେକ ଲୋକ ଏହି ଜୟା ହୋଟେଲରେ ମଟନ ଖାଇଛନ୍ତି । 
Gg
ଏହି ହୋଟେଲରେ ଦିନକୁ କ୍ଵିଣ୍ଟାଲ କ୍ଵିଣ୍ଟାଲ ମଟନ ବିକ୍ରି ହେଉଥିଲା । ଆଉ କିଛି ୟୁଟ୍ୟୁବର ମଧ୍ଯ ନିଜ ଚ୍ୟାନେଲରେ ଏହି ଫେମସ୍ ମଟନ ଭିଡିଓ କରିଛନ୍ତି । ଏହା ପୁରା ରାଜ୍ୟ ଫେମସ ହୋଇ ଯାଇଥିଲା । ଯିଏ ପୁରୀ ଆସୁଥିଲା ସେ ଯିବା ବେଳେ ହେଉ ବା ଫେରିବା ସମୟରେ ଶୁ ହୋଟେଲ ଯାଇ ମଟନ ଖାଇଥାଏ । କିନ୍ତୁ କେହି ଜାଣିନଥିଲେ ଏହି ମଟନ ମାଂସରେ ଗୋରୁ ମାଂସ ମିଶୁଥିଲା । ଆଉ ଏହାକୁ ଲୋକମାନେ ଅଜାଣତରେ ଖାଇ ଚାଲିଥିଲେ । ହିନ୍ଦୁ ହୋଟେଲରେ ଜଣେ ହିନ୍ଦୁ ମାଲିକ ହୋଇ ଏଭଳି କରିବା ଠିକ୍ ନୁହେଁ ।
ହିନ୍ଦୁ ମାଲିକ ହୋଇ ଏଭଳି ହିନ୍ଦୁ ମାନଙ୍କର ଭାବନା ସହ ଖେଳିବା କଣ ଠିକ୍ । ଆଜି ସେହି ହୋଟେଲରେ ଏଭଳି ଲୋକମାନଙ୍କୁ ମଟନ ଖୁଆଇ ତାଙ୍କୁ ଏଭଳି ଶୁଦ୍ଧି କ୍ରିୟା କରାଇବା, ଖର୍ଚ୍ଚାନ୍ତ କରାଇବା କେତେ ଦୂର ଠିକ୍ ଅଛି ତାହା ଆପଣମାନେ ଭାବନ୍ତୁ । ଏହି ହୋଟେଲ ମାଲିକ ହିନ୍ଦୁ ହୋଇ ଏଭଳି କାମ କରିବା ନିନ୍ଦନୀୟ ଅଟେ । ହିନ୍ଦୁ ଶାସ୍ତ୍ରରେ ଯାହାକୁ ଆମେ ପୂଜା କରୁଛେ ତାକୁ ମାରି ମାଂସ କରି ଏଭଳି ଲୋକଙ୍କୁ ଖାଇବାକୁ ଦେବାଟା ଘୃଣ୍ୟ ଆଉ ନିନ୍ଦନୀୟ କାମ ଅଟେ । ଏବେ ଏହି ଦୋଷୀକୁ କେଉଁ ଦଣ୍ଡ ଦିଆଯାଉଛି ତାକୁ ଦେଖିବାକୁ ଅପେକ୍ଷା ରହିଲା ।

Advertisement