Jun 1, 2024, 18:59 IST

ହଠାତ୍ ବହି ଦୋକାନରେ ଆସି ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ଦେଖନ୍ତୁ ଲାଗିଗଲା ଲୋକଙ୍କ ଭିଡ଼ ଆଉ ତା ପରେ

Gg

ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ନିର୍ବାଚନ ପ୍ରଚାର ଶେଷ ହେବା ପରେ ଆଜି ମାର୍କେଟ୍‌ ବାହାରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ରାଜଧାନୀର ମାଷ୍ଟରକ୍ୟାଣ୍ଟିନ୍‌ ସ୍ଥିତ ମଡର୍ଣ୍ଣ ବୁକଷ୍ଟୋର୍‌ରେ ପହଞ୍ଚିଥିଲେ। ସେଠାରେ ଏକ ସ୍ବତନ୍ତ୍ର ପୁସ୍ତକ କିଣିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। `ସିକ୍ରେଟ୍ ଅଫ୍ ଶିମିଳିପାଳ’ ବହି କିଣିଲେ ମୁଖ୍ୟମନ୍ତ୍ରୀ।
Tt
ମାସେ ଧରି ମାରାଥନ୍ କ୍ଯାମ୍ପେନ୍ ପରେ ଆଜି ନିଜ ପାଇଁ ସମୟ ବାହାର କରିଥିଲେ ମୁଖ୍ୟମନ୍ତ୍ରୀ। ଏହାପରେ ତାଙ୍କୁ ଆଜି ମାର୍କେଟ୍‌ରେ ଦେଖିବାକୁ ମିଳିଥିଲା। ଜଣେ ମୁଖ୍ୟମନ୍ତ୍ରୀ ତଥା ନେତା ଛଡ଼ା ପୁସ୍ତକପ୍ରେମୀ ଭାବେ ନବୀନ ବେଶ ଜଣାଶୁଣା। ଆଦର୍ଶ ଆଚରଣ ବିଧି ଅନୁଯାୟୀ ଆଜି କ୍ୟାମ୍ପେନ୍‌ ଶେଷ ହୋଇଛି। 
ପ୍ରାୟ ଏକ ମାସର ବ୍ଯସ୍ତବହୁଳ ନିର୍ବାଚନ ପ୍ରଚାର ଲାଗି ଗ୍ରୀଷ୍ମ ପ୍ରବାହ ତାତିରେ ମଧ୍ୟ ଜୋରଦାର ପ୍ରଚାର କରିଥିଲେ ନବୀନ ପଟ୍ଟନାୟକ। ଶୁକ୍ରବାର ସନ୍ଧ୍ଯା ସାଢ଼େ ସାତଟା ବେଳେ ମାଷ୍ଟରକ୍ଯାଣ୍ଟିନ ସ୍ଥିତ ମଡର୍ଣ୍ଣ ବୁକ୍‌ଷ୍ଟୋର୍‌ରେ ପହଞ୍ଚିଥିଲେ ନବୀନ। ବିଜେଡିର ନେତା ତଥା ଫାଇଭ୍‌ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍‌ଙ୍କୁ ମଧ୍ୟ ତାଙ୍କ ସହ ଦେଖିବାକୁ ମିଳିଥିଲା। ଜଣେ ସାଧାରଣ ବ୍ୟକ୍ତିଙ୍କ ଭଳି ଗାଡ଼ିରୁ ଓହ୍ଲାଇ ବହି ଦୋକାନକୁ ଯାଇ ବହି କିଣିଥିଲେ ମୁଖ୍ୟମନ୍ତ୍ରୀ। 
Yyu
ଏହି ସମୟରେ ସେ ଜଣେ କୁନି ଝିଅଙ୍କ ସହ ସେଲ୍‌ଫି ମଧ୍ୟ ଉଠାଇଥିଲେ। ଖାଲି କୁନି ଝିଅ ନୁହଁନ୍ତି ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ଫଟୋ ଉଠାଇ ଅନେକ ପ୍ରଶଂସକଙ୍କ ଭିଡ଼ ଜମିବାରେ ଲାଗିଥିଲା। ତେବେ ବୁକ୍‌ ଷ୍ଟୋର୍‌ରୁ ଦୁଇଟି ବହି କିଣିଥିଲେ ମୁଖ୍ୟମନ୍ତ୍ରୀ। ଗୋଟିଏ ହେଉଛି "ଦେବବ୍ରତ ସ୍ବାଇଁ"ଙ୍କ ଦ୍ବାରା ରଚିତ ସିକ୍ରେଟ୍ସ "ଅଫ୍ ଶିମିଳିପାଳ" ଏବଂ ଅନ୍ୟ ଟି ହେଉଛି "ଚାର୍ଲ୍ସ ଆଲେନଙ୍କ" ଲିଖିତ ପୁସ୍ତକ "ଆରିୟନ୍ସ"। ଜଣେ ଲେଖକ ଭାବରେ ବି ଖ୍ୟାତି ଅର୍ଜନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। 
"ଦ ଗାର୍ଡନ ଅଫ ଲାଇଫ ଏ ସେକଣ୍ଡ ପାରାଡାଇଜ ଓ ଏ ଡେଜର୍ଟ କିଙ୍ଗଡମ" ପୁସ୍ତକ ରଚନା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିପାଇଁ ବିଶ୍ବ ସାହିତ୍ଯରେ ତାଙ୍କର ସ୍ବତନ୍ତ୍ର ପରିଚୟ ରହିଛି। ବହି କିଣିବା ପରେ ସେଠାରେ ଉପସ୍ଥିତ କିଛି ବ୍ୟକ୍ତିବିଶେଷଙ୍କ ସହ ଆଲୋଚନା ବି କରିଥିଲେ ମୁଖ୍ୟମନ୍ତ୍ରୀ। ଏହାପରେ ସେ ନିଜ ବାସଭବନ ନୀବନ ନିବାସ ଫେରି ଯାଇଥିଲେ। ସେପଟେ ବହି ଦୋକାନୀ କହିଛନ୍ତି ବିଜୁ ପଟ୍ଟନାୟକ ମଧ୍ୟ ତାଙ୍କ ଦୋକାନରୁ ବହି କିଣି ନେଉଥିଲେ।

Advertisement