ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟରେ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ।
ବନ୍ଧୁଗଣ ଚଳନ୍ତା ଟ୍ରକରେ ଅଗ୍ନିକାଣ୍ଡ। ଲକ୍ଷାଧିକ ଟଙ୍କାର ଡାଲି ବୋଝେଇ ଟ୍ରକଟି ଜଳି ପୋଡ଼ି ପାଉଁଶ ହେଇଯାଇଛି। ହୁତୁହୁତୁ ହୋଇ ଜଳିଗଲା ଡାଲି ବୋଝେଇ ଟ୍ରକ। ଜଳି ପୋଡି ପାଉଁଶ ହୋଇଗଲା ପ୍ରାୟ ୩୦ ଟନ୍ ଡାଲି। ଆଜି ଭୋର ସମୟରେ ଫୁଲନଖରା ଓ ନିଆଳି ରାସ୍ତାର ଆମଣାକୁଦ ଛକ ନିକଟରେ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି। ଦୁଇ ଦୁଇଟି ଦମକଳ ଆସି ନିଆଁକୁ ଲିଭେଇବାକୁ ଚେଷ୍ଟା କରିଥିଲେ। ଆଉ ଦୀର୍ଘ ସମୟ ପରିଶ୍ରମ କରିବା ପରେ ନିଆଁକୁ ଆୟତ୍ତକୁ ଆଣି ପାରିଥିଲା ଅଗ୍ନିଶମ ବାହିନୀ।
ତେବେ ଖବର ପାଇ ନିଆଳି ଓ ଅଡଶପୁର ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡରେ ଟ୍ରକଟି ସମ୍ପୂର୍ଣ୍ଣ ପୋଡି ନଷ୍ଟ ହୋଇଯାଇଛି। ଟ୍ରକର ଡ୍ରାଇଭର କହିଛନ୍ତି," ଛତିଶଗଡର ରାୟପୁରରୁ ଡାଲି ବୋଝେଇ ଟ୍ରକଟି ପୁରୀ ଜିଲ୍ଲା କୋଣାର୍କ ଅଞ୍ଚଳକୁ ଆସୁଥିଲା। ଗାଡିରେ ନିଆଁ ଲାଗି ଯାଇଥିଲା ବୋଲି ସେ ଗାଡ଼ି ମିରରେ ଦେଖିଥିଲି। ପାଖାପାଖି ୩୦ ଟନର ଡାଲି ଗାଡିରେ ଥିଲା"।
ଅଡଶପୁର ଅଗ୍ନିଶମ ବିଭାଗ ଅଧିକାରୀ କହିଛନ୍ତି ଯେ, " ରାତି ୪.୪୦ ମିନିଟ ସମୟରେ ଜଣେ ବ୍ୟକ୍ତି ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ଦେଇଥିଲେ। ପରେ ଆମେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲୁ। ଏହି ଅଗ୍ନିକାଣ୍ଡ ଫୁଲନଖରା ଓ ନିଆଳି ରାସ୍ତାର ଆମଣାକୁଦ ଛକ ନିକଟରେ ହୋଇଛି। ଏକ ୧୬ଚକିଆ ଟ୍ରକ ଯୋଗେ ଡାଲି ଯାଉଥିବା ସମୟରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଟ୍ରକରେ ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି"। ଏହି ଘଟଣାରେ ଖୋର୍ଦ୍ଧା ଜିଲ୍ଲା ବନମାଳିପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।