ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆଜି ଓଡ଼ିଶା ବିଧାନସଭାରେ ଆଗତ ହୋଇଛି ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍। ଅର୍ଥ ବିଭାଗର ଦାୟିତ୍ଵରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଜେଟ୍ ଉପସ୍ଥାପନ କରିଛନ୍ତି। ଚଳିତ ବର୍ଷ ରାଜ୍ୟରେ ନୂଆ ସରକାର ଗଠନ ହେବାପରେ ଏହା ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ହୋଇଥିବାରୁ ଏହା ଉପରେ ସମସ୍ତଙ୍କ ନଜର ରହିଛି।
"ଓଡ଼ିଶାବାସୀଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବା ପାଇଁ ଆମେ ନିର୍ବାଚନ ସମୟରେ ପ୍ରତିଶ୍ରୁତି ଦେଇଥିଲୁ। ସେହି ପରିପ୍ରେକ୍ଷୀରେ ଏକ ବିକଶିତ ଓଡ଼ିଶା ଗଠନର ଲକ୍ଷ୍ୟରେ ଆଜିର ଏହି ବଜେଟ ପ୍ରସ୍ତୁତ କରାଯାଇଛି। ଏଥିରେ ଗରିବ, ମହିଳା, ଯୁବବର୍ଗ ଓ ଚାଷୀଙ୍କୁ ପ୍ରାଧାନ୍ୟ ଦିଆଯାଇଛି। ରାଜ୍ୟର ସାମଗ୍ରିକ ବିକାଶ ପ୍ରତି ଥିବା ଆମର ସଂକଳ୍ପ ଏହା ଦ୍ଵାରା ପୂରଣ ହେବ ବୋଲି ମୋର ବିଶ୍ଵାସ”, କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
୧- ରାଜ୍ୟରେ ସଡ଼କ ଓ ସେତୁ ନିର୍ମାଣ ପାଇଁ ୧୫ ହଜାର ୮୬୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଆର୍ଥିକ ବର୍ଷ ୨୦୨୪-୨୫ରେ ୧,୭୨୧ କିଲୋମିଟର ରାସ୍ତାର ନିର୍ମାଣ ଓ ଉନ୍ନତିକରଣ ପାଇଁ ଲକ୍ଷ୍ୟ ରଖାଯାଇଛି।
୨- ଖଣି ଓ ଇସ୍ପାତ ବିଭାଗ ପାଇଁ ବଜେଟରେ ୪୫୬ କୋଟି ଟଙ୍କାର ବ୍ୟୟବରାଦ। ଶକ୍ତି ବିଭାଗ ପାଇଁ ୩,୩୫୫ କୋଟି ଟଙ୍କା ବ୍ୟୟବରାଦ।
୩- ରାଜ୍ୟ ପର୍ଯ୍ୟଟନ ବିଭାଗ ପାଇଁ ବଜେଟରେ ୮୧୭ କୋଟି ଟଙ୍କାର ବ୍ୟୟବରାଦ। ଗ୍ରାମ୍ୟ ଉନ୍ନୟନ ବିଭାଗ ପାଇଁ ୯,୪୫୬ କୋଟି ଟଙ୍କାର ବ୍ୟବସ୍ଥା।
୪- ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ଅଧୀନରେ ବଜେଟ୍ ୧୯୭୬ କୋଟି ଟଙ୍କାର ବ୍ୟବସ୍ଥା କରିବେ ରାଜ୍ୟ ସରକାର।
୫- ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ପାଇଁ ବଜେଟରେ ୧୦୦୦ କୋଟି ଟଙ୍କା ଏବଂ ରାଜ୍ୟରେ ସଡ଼କ ଓ ସେତୁ ନିର୍ମାଣ ପାଇଁ ୧୫ ହଜାର ୮୬୫ କୋଟି ଟଙ୍କା ବ୍ୟୟବରାଦ।
୬- ଶିଳ୍ପ ବିଭାଗ ପାଇଁ ବଜେଟରେ ୮୦୮ କୋଟି ଟଙ୍କା ବ୍ୟୟବରାଦ। ୨୦୨୭ ସୁଦ୍ଧା ରାଉରକେଲା, ସମ୍ବଲପୁର, ପାରାଦୀପ, ଧାମରାକୁ ସଂଯୋଗ କରୁଥିବା ଶିଳ୍ପ କରିଡର ବିକାଶ ନିଷ୍ପତ୍ତି।