ଦିନିକିଆ ରିମାଣ୍ଡରେ ଆସିଛି ଜଲ୍ହାଦ ସ୍ବାମୀ ପ୍ରଦ୍ୟୁମ୍ନ କୁମାର୍। ଝାରପଡ଼ା ଜେଲ ରୁ ତାଙ୍କୁ ରିମାଣ୍ଡରେ ଅଣା ଯାଇଛି ତାଙ୍କୁ ଏବେ ଭରତପୁର ଜେଲ୍ ରେ ପଚରା ଉଚୁରା କରାଯିବ। ନିଜେ ଆଇଆଇସି ଯାଇ ତାଙ୍କୁ ଝାରପଡା ଜେଲ ରୁ ଆଣିଛନ୍ତି। ଏବେ ଘଟଣା ଦିନ କିଭଳି ସବୁ ଯୋଜନା କରିଥିଲେ ପ୍ରଦ୍ୟୁମ୍ନ ଆଉ ତାର ଦୁଇଜଣ ବାନ୍ଧବୀ ସେ ସବୁ ର ପଚରା ଉଚରା ଏବେ କରିବ ଭରତପୁର ଥାନା ପୋଲିସ।
ପ୍ରଦ୍ୟୁମ୍ନ କୁମାର ନିଜର ପତ୍ନୀ କୁ ବିଭତ୍ସ ଭାବରେ ହ-ତ୍ୟା କରିଥିଲା ତାର ଦୁଇ ପ୍ରେମିକା ସହ ମିଶି। ନିଜ ସ୍ତ୍ରୀ ର ଦୁଇ ହାତ ଗୋଡ ବାନ୍ଧି ତାକୁ ହେବି ଡୋଜ୍ ଅନାଥେସିଆ ଦେଇଥିଲା। ଫଳରେ ପତ୍ନୀ ର ୫ ମିନିଟ ଭିତରେ ହିଁ ମୃ-ତ୍ୟୁ ହୋଇ ଯାଇଥିଲା। ସ୍ବାମୀ ଏହାପରେ ତାଙ୍କୁ ମେଡିକାଲ ନେଇ ଯାଇଥିଲା ଏହାପରେ ସେଠାରେ ଏକ ନାଟକ କରିଥିଲା। କହିଥିଲା କି ସେ ଅଧିକ ନିଶା ବାଟିକା ଖାଇ ଦେଇଛନ୍ତି ବୋଲି।
ମାତ୍ର ଯେତେବେଳେ ପୋଷ୍ଟ ମର୍ଟମ କରାଯାଇଥିଲା ସେତେବେଳେ ଜଣା ପଡ଼ିଥିଲା କି ମୃ-ତ-କର ଦୁଇ ହାତରେ ଦାଗ ରହିଛି ବୋଲି। ଏହାପରେ ତଦନ୍ତ ପରେ ହିଁ ସ୍ପଷ୍ଟ ହୋଇଥିଲା କି ହେବି ଡୋଜ୍ ଆନାଥେସିଆ ଦେବା ପରେ ପତ୍ନୀ ଙ୍କ ମୃ-ତ୍ୟୁ ହୋଇଛି। ପୋଲିସ ଯେତେବେଳେ ଟିକନିକ୍ ପଚାରି ଥିଲା ସେତେବେଳେ ପୋଲିସ ସମ୍ମୁଖରେ ସବୁ ସତ ମାନି ନେଇଥିଲେ ସ୍ବାମୀ ପ୍ରଦ୍ୟୁମ୍ନ କୁମାର। ଶେଷରେ ଦୁଇ ବାନ୍ଧବୀ ସହ ପ୍ରଦ୍ୟୁମ୍ନ କୁ କୋର୍ଟ ଚାଲାଣ କରାଯାଇଥିଲା।
ଆଉ ଏବେ ତାଙ୍କୁ ରିମାଣ୍ଡରେ ମଧ୍ୟ ଅଣା ଯାଇଛି। ପୋଲିସ ଏବେ ଏହା ଜାଣିବାକୁ ଚାହୁଁଛି କି କଣ ପାଇଁ ସ୍ବାମୀ ଜଣକ ଏଭଳି ପଦକ୍ଷେପ ନେଇଥିଲା। ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ପୋଲିସ ସମ୍ମୁଖରେ ସବୁ ସତ ସ୍ବୀକାର କରିବା ପରେ ହିଁ ଘଟଣା ପଛରେ ଥିବା ପ୍ରକୃତ କାରଣ କଣ ତାହା ଜଣା ପଡ଼ିବ। ଏହି ଘଟଣା କୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ଭୁଲି ଯିବେ ନାହିଁ।