ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆଜି ହେଉଛି ପବିତ୍ର ଗୁରୁଦିବସ । ଯିଏ ଅଜ୍ଞାନ ରୂପକ ଅନ୍ଧକାରରୁ ଜ୍ଞାନ ରୂପକ ଆଲୋକ ପ୍ରଦାନ କରିଥାଏ ସେ ହିଁ ହେଉଛି ଗୁରୁ । ଯାହାଙ୍କ ଜ୍ଞାନ ବଳରେ ଆମେ ଉନ୍ନତି କରିପାରୁ ଆଉ ଭଲ ମଣିଷ ଟିଏ ହୋଇପାରୁ ସେ ହିଁ ହେଉଛନ୍ତି ଗୁରୁ । ଆଜିର ଦିନ ସେହିମାନଙ୍କ ପାଇଁ ଉଦ୍ଦିଷ୍ଟ ।
ଗୁରୁ ଆମକୁ ମଣିଷ ପରି ମଣିଷଟିଏ ଗଢି ତୋଳିଛନ୍ତି । ଏହି ଦିନର ତାତ୍ପର୍ଯ୍ୟ ଏବଂ ଏହି ଦିନକୁ କାହିଁକି ପାଳନ କରାଯାଉଛି ଆଉ କେବେ ଠାରୁ ଏହି ଦିବସ ପାଳନ କରାଯାଉଛି ଏହି ବିଷୟରେ ଆପଣମାନେ ସମ୍ପୂର୍ଣ୍ଣ ଭାବରେ ଜାଣିପାରିବେ । ମହାନ୍ ଦାର୍ଶନିକ ଶିକ୍ଷାବିତ୍ ଡକ୍ଟର ଜନ୍ମ ତିଥିକୁ ଗୁରୁଦିବସ ରୂପରେ ପାଳନ କରାଯାଇଥାଏ । ସେ ପ୍ରଥମେ ଭାରତ ରତ୍ନ ଉପାଧି ପାଇଥିଲେ । ଏହି ମହାନ୍ ଦାର୍ଶନିକ ଜଣକ ରାଷ୍ଟ୍ରପତି ହୋଇଥିଲେ । ତାଙ୍କର ଭାରତୀୟ ଶିକ୍ଷା କ୍ଷେତ୍ରକୁ ଅବଦାନ ବହୁତ ଅଛି ।
ସେ ସ୍ଵାଧୀନ ରାଷ୍ଟ୍ରର ପ୍ରଥମ ଉପ ରାଷ୍ଟ୍ରପତି ହୋଇଥିଲେ । ୧୯୬୨ ମସିହା ମେ ମାସ ୧୪ ତାରିଖରେ ଦ୍ଵିତୀୟ ରାଷ୍ଟ୍ରପତି ଭାବରେ ଦାୟିତ୍ଵ ଗ୍ରହଣ କରିଥିଲେ । ସେ ୫ ବର୍ଷ ଯାଏଁ ଦାୟିତ୍ୱରେ ରହିଥିଲେ । ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ୧୮୮୮ ମସିହା ସେପ୍ଟେମ୍ବର ୫ ତାରିଖ ତାମିଲନାଡୁର ତରୁତାଳି ଗାଁର ଏକ ବ୍ରାହ୍ମଣ ପରିବାରରେbuhsr ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଥିଲା ସର୍ବପଲ୍ଲୀ ବୀର ସ୍ବାମୀ । ସେ ଗରିବ ଥିଲେ ମଧ୍ୟ ପ୍ରଚଣ୍ଡ ଧି ଶକ୍ତିର ଅଧିକାରୀ ।
କିଶୋର ଅବସ୍ଥାରୁ ହିଁ ସେ ନିଜେ ଶିକ୍ଷା ଦେଇଥିଲେ । ସେ ସବୁବେଳେ ପିଲାମାନଙ୍କୁ ଭଲ ପାଉଥିଲେ । ସେ ୧୬ ବର୍ଷ ବୟସରେ ବିବାହ କରିଥିଲେ । ସେ ୧୯୬୨ ମସିହାରେ ରାଷ୍ଟ୍ରପତି ପଦ ସମ୍ଭାଳିଥିଲେ ଆଉ ଏହାପରେ ଛାତ୍ରଛାତ୍ରୀମାନେ ତାଙ୍କ ଜନ୍ମଦିନକୁ ପାଳନ କରିବାକୁ ତାଙ୍କ ଠାରୁ ଅନୁମତି ମାଗିଥିଲେ କିନ୍ତୁ ସେ ସବୁବେଳେ ପିଲାମାନଙ୍କୁ ଏବଂ ଶିକ୍ଷକ ମାନଙ୍କୁ ପାଉଥିଲେ ଆଉ ଏହି କାରଣରୁ ସେ ତାଙ୍କ ଜନ୍ମଦିନକୁ ଗୁରୁଦିବସ ରୂପେ ପାଳନ କରିବାକୁ କହିଥିଲେ । ଏବେ ଏହାକୁ ନେଇ ଚର୍ଚ୍ଚା ହେଉଛି ।