ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଏବେ ଏଭଳି କିଛି ଖବର ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଜିକାଲି ସମାଜରେ ଏଭଳି ଲୋକ ଅଛନ୍ତି ଯେଉଁମାନେ ଏଭଳି ସବୁ ନିନ୍ଦନୀୟ କାମ କରନ୍ତି । ଯୁବକ ଜଣକ ତାଙ୍କ ସ୍ତ୍ରୀ ଥାଉ ଥାଉ ଶଳା ଭାଉଜ ସହିତ ପ୍ରେମ କରୁଛନ୍ତି । ଏବେ ଶଳା ଭାଉଜ ପ୍ରେମରେ ଉବୁଟୁବୁ ହେଉଛନ୍ତି ଏହି ଯୁବକ ଜଣକ । ସେ ପ୍ରେମର କଳା ଦେଖାଇବାରେ ନିପୂଣ ଅଟନ୍ତି ।
ଏହି ଯୁବକ ଜଣଙ୍କୁ ତାଙ୍କ ସ୍ତ୍ରୀଙ୍କ ପ୍ରେମ ପିତା ଲାଗୁଛି ଆଉ ତାଙ୍କ ସ୍ତ୍ରୀର ଭାଉଜ ପ୍ରେମ ମିଠା ଲାଗୁଥିଲା । ଏହି ଯୁବକ ଜଣକ ଏବେ କହୁଛି ସେ ଆଉ ତାର ସ୍ତ୍ରୀକୁ ରଖିବ ନାହିଁ । ଏହି ଯୁବକ ଜଣକ ତାଙ୍କ ଶଳା ଭାଉଜକୁ ନେଇ କାଠଯୋଡି ନଦୀରେ ଡେଇଁ ପଡ଼ିଥିଲେ । ଆଉ ଏହାର କାରଣ ହେଉଛି ରସିକୀୟା ପ୍ରେମ । ପର ସ୍ତ୍ରୀକୁ ଧରି କିଭଳି ଚମ୍ପଟ ମରାଯାଏ ଏହି ଯୁବକ ଜଣଙ୍କୁ ଭଲଭାବରେ ଜଣା । ଏବେ ସମସ୍ତଙ୍କ ମୁହଁରେ ଅନେକ ପ୍ରଶ୍ନ ଆସୁଛି କି ଏହି ବ୍ୟକ୍ତି ଜଣକ ଏଭଳି କାହିଁକି କରିଲେ ।
ଏହି ବ୍ୟକ୍ତି ଜଣକ ଶଳା ଭାଉଜ କଟକ ତ୍ରିଶୁଳିଆ ଅଞ୍ଚଳରୁ କାଠଯୋଡି ନଦୀକୁ ଡେଇଁ ପଡ଼ିଛି ବୋଲି କହି ନଣନ୍ଦେଇ ଦିନ ରାତି ଏକ କରି ଅଗ୍ନିଶମ ବିଭାଗକୁ ନେଇ ଖୋଜୁଛି । ଏହି ବ୍ୟକ୍ତି ଜଣକ ହେଉଛନ୍ତି କୃଷ୍ଣ ମୁଦୁଲି । ଏହି ବ୍ୟକ୍ତି ଏବଂ ତାଙ୍କ ଶଳା ଭାଉଜ କାଠଯୋଡି ନଦୀକୁ ଡେ଼ଇଁ ପଡ଼ିଥିଲେ । ଆଉ ସେମାନେ ଘାସ ଥିବା ଅଞ୍ଚଳରେ ଲାଗି ଯାଇ ବଞ୍ଚି ଯାଇଥିଲେ । ଏବେ ସୂଚନା ମିଳୁଛି କି ଏହି ଭାଉଜ ଆଉ ନଣନ୍ଦେଇ ଭିତରେ ପ୍ରେମ ସଂପର୍କ ରହିଛି । ଏହି ନଣନ୍ଦେଇ ଆଉ ଭାଉଜଙ୍କୁ ଆପଣମାନେ ଏହି ଭିଡିଓରେ ଦେଖିପାରିବେ ।
ଏହି ନିର୍ଲଜ୍ଜ ଭାଉଜ ଜଣକ ନିଜ ନଣନ୍ଦର ଘର ଭାଙ୍ଗିଦେଲା । ଏହି ନିର୍ଲଜ୍ଜ ଭାଉଜ ଜଣକ ଏଭଳି କାମ କରିବା ନିନ୍ଦନୀୟ ଅଟେ । ଭାଉଜ ଜଣକ ନଣନ୍ଦେଇ ପାଖରୁ ପ୍ରେମ ପାଇ ନିଜ ସ୍ବାମୀ ଆଉ ଛୁଆଙ୍କୁ ଭୁଲିଗଲା । ଏହି ମହିଳା ଜଣଙ୍କର ସ୍ବାମୀ ଅର୍ଥାତ୍ ଝିଅର ଭାଇ କହିଛନ୍ତି ତାଙ୍କ ସ୍ତ୍ରୀ ତାଙ୍କ ଭଉଣୀର ସ୍ୱାମୀଙ୍କୁ ଭଲପାଇ ଘରୁ ପାଞ୍ଚ ଥର ଯାଇ ସାରିଥିଲେ । ଏବେ ଏହି ଘଟଣାକୁ ସମସ୍ତେ ଜାଣିବା ପରେ ସେମାନେ ଏଭଳି କରିଥିଲେ ବୋଲି ଜଣାପଡିଛି । ଏବେ ପୁରୀଘାଟ ପୋଲିସ ଏହି ନଣନ୍ଦେଇ ଏବଂ ଶଳା ଭାଉଜକୁ ନେଇ ତଦନ୍ତ କରୁଛି ।