May 20, 2024, 16:39 IST

ଅଧା ରାତିରୁ ମାଡ଼ି ଆସିବ ଭୟଙ୍କର ଝଡ଼ ପବନ ଦେଖନ୍ତୁ ଆସିଲା ବହୁତ୍ ବଡ଼ ଅପଡେଟ

Yy

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ବର୍ଷା ଜାରି ରହିଥିବା ବେଳେ ଏବେ ଲଘୁଚାପ ଜନିତ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ବଙ୍ଗୋପସାଗର ରେ ଆସନ୍ତା ଦୁଇ ଦିନରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ।
୨୨ ତାରିଖ ବେଳକୁ ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ପ୍ରାଥମିକ ପର୍ଯ୍ୟାୟରେ ଏହା ଉତ୍ତର ପୂର୍ବ ମୁହାଁ ହେବ। ୨୪ ତାରିଖ ବେଳକୁ ଏକ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। 
Hh
ତେବେ କେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚିବା ପରେ ଏହା କେତେ ଘନୀଭୂତ ହେବ, କେଉଁ ଆଡ଼କୁ ଗତି କରିବ ଓ କେଉଁ ଉପକୂଳରେ କେତେ ପ୍ରଭାବ ପକାଇବ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। ଏହା ଉପରେ ନଜର ରଖିଛି ପାଣିପାଗ ବିଭାଗ।
କାରଣ ପ୍ରାକ୍ ମୌସୁମି ସମୟରେ ଯଦି ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୁଏ ତାହା ଅଧିକ ଶକ୍ତିଶାଳୀ ହେବା ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଥାଏ ବୋଲି ପାଣିପାଗ ବିଭାଗ କହିଛି। ଏହାର ପ୍ରଭାବ ଆଜିଠାରୁ ହିଁ କେତେକ ଜିଲ୍ଲାରେ ଦେଖିବାକୁ ମିଳିପାରେ। 
ତେବେ ଆଜି ପାଇଁ ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲା ସହ ଉତ୍ତର ପୂର୍ବ ଓ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ଜିଲ୍ଲାରେ ବର୍ଷା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଦକ୍ଷିଣ ଓଡ଼ିଶାର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼଼ା,
Ju
ଗଜପତି, ଗଞ୍ଜାମ, କନ୍ଧମାଳ ଆଦି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ସେହିଭଳି ପୂର୍ବ ଓଡ଼ିଶାର ନୟାଗଡ଼, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କଟକ, ଯାଜପୁର, କେନ୍ଦ୍ରାପଡ଼ା। 
ଏବଂ ଉତ୍ତର ଓଡ଼ିଶାର ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ ଆଦି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟର କୋଟପାଡ଼ରେ ସର୍ବାଧିକ ୬୧ ମିମି ବର୍ଷା ରେକର୍ଡ କରାଯାଇଛି।
ସେହିଭଳି ଲମତାପୁଟରେ ୪୭.୪ ମିମି ବର୍ଷା ରେକର୍ଡ କରାଯାଇଛି। ନବରଙ୍ଗପୁର କୋଷାଗୁମୁଡ଼ାରେ ୪୦.୨ ମିମି ବର୍ଷା ହୋଇଥିବା ବେଳେ ଗଜପତିର ମୋହନାରେ ୩୯.୬ ମିମି ବର୍ଷା ରେକର୍ଡ କରାଯାଇଛି।

Advertisement