ଏବେ ଏକ ଘଟଣା ସାରା ଓଡ଼ିଶାରେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି। ଯାହାକୁ ନେଇ ଏବେ ଚାରିଆଡେ ଖୁବ ଆଲୋଚନା ମଧ୍ୟ ହେଉଛି। ଲୋକମାନେ ମଧ୍ୟ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି। କିଭଳି ଭାବରେ ଜଣେ ଆଇଆଇସି ଜଣେ ମହିଳା ହୋମ ଗାର୍ଡ ଙ୍କୁ ଧୋକା ଦେଇଛନ୍ତି ତାହାକୁ କେହି ହେଲେ ମଧ୍ୟ ବିଶ୍ଵାସ କରି ପାରୁ ନାହାଁନ୍ତି। ଆଉ ଏଭଳି କଳାକାରନାମା କରୁଥିବା ପୋଲିସ ଅଫିସର ଜଣକ ଧରା ପଡ଼ି ଯାଇଛନ୍ତି।

ଦିନ ଥିଲା ସେ ସମସ୍ତଙ୍କୁ ଧମକ ଦେଉଥିଲେ ମାତ୍ର ଆଜି ତାଙ୍କୁ ଗିରଫ କରା ଯାଇଛି। ମହିଳା ହୋମ ଗାର୍ଡ ଙ୍କୁ ବାହା ହେବା ପାଇଁ ପ୍ରତିଶ୍ରୁତି ଦେଇ ତାଙ୍କ ସହ ଅନେକ ଥର ସମ୍ପର୍କ ରଖିଥିଲେ ଏଭଳି କି ନାଇଟ ଡ୍ୟୁଟି ସମୟରେ ସେ ମହିଳା ହୋମ ଗାର୍ଡ ଙ୍କ ସହ ଅନେକ ଥର ଶାରୀରିକ ସମ୍ପର୍କ ରଖିଛନ୍ତି। ହେଲେ ଯେତେବେଳେ ବାହାଘରର କଥା ଆସିଥିଲା ସେତେବେଳେ ମହିଳା ଆଇଆଇସି ଜଣକ ପଛ ଘୁଂଚା ଦେଇ ଦେଇଥିଲେ।

ଆଉ ସେ ବାହା ହେବାକୁ ବାରଣ କରିଦେବା ସହ ସେ ଯୁବତୀ ଜଣକୁ ଏହା ଧମକ ଦେଉଥିଲେ କି ୨୭ ଲକ୍ଷ ରେ ମାନି ଯିବା ପାଇଁ ନହେଲେ ସେ କ୍ୟାରିୟର ବରବାଦ୍ କରିଦେବେ ବୋଲି କହିଥିଲେ।ଅନେକ ଦିନ ଧରି ମହିଳାଙ୍କ ସହ ଏଭଳି ସମ୍ପର୍କ ରଖି ଆସୁଥିଲେ ଆଇଆଇସି ବାବୁ ଜଣକ।ଏହି ଆଇଆଇସି ଜଣକ ହେଉଛନ୍ତି ତପନ ନାହାଗ।ନିଜ ଡିପର୍ଟମେଣ୍ଟ ର ଜଣେ ମହିଳା ହୋମ୍ ଗାର୍ଡ ଙ୍କ ସହ ଚାଲିଥିଲା ତାଙ୍କର ପ୍ରେମ ସମ୍ପର୍କ।
ଜଗତସିଂହପୁର କୁଜଙ୍ଗ ଥାନାର ଆଇଆଇସି ତପନ ନାହାଗ ଙ୍କ ବିରୁଦ୍ଧରେ ଏଭଳି ଅଭିଯୋଗ ଆସିଛି ଯାହାକୁ ନେଇ ବର୍ତ୍ତମାନ ସମୟରେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ଜଣେ ପୋଲିସ କର୍ମଚାରୀ ଯିଏକି ସାଧାରଣ ଲୋକଙ୍କୁ ସୁରକ୍ଷା ଦେଇ ଥାଏ ସିଏ କେମିତି ଏଭଳି ଜଣେ ମହିଳା ହୋମ ଗାର୍ଡ ସହ କରି ପାରିବ ବୋଲି ଚର୍ଚ୍ଚା ହେବାରେ ଲାଗିଛି। ଏହାକୁ ନେଇ ବର୍ତ୍ତମାନ ସମୟରେ ଖୁବ ଚର୍ଚ୍ଚା ହେବା ସହ ଲୋକମାନେ ନିଜ ନିଜର ମତାମତ ଦେଇଛନ୍ତି।