ଆପଣମାନେ ସମସ୍ତେ ତ ଦେଶ, ବିଦେଶର ଖବର ପାଇ ପାରୁଛନ୍ତି । ଏବେ ପାରାଦ୍ବୀପରେ ହୋଇଥିବା ଘଟଣା ବିଷୟରେ ତ ଆପଣମାନେ ଜାଣିଥିବେ । ପାରାଦ୍ବୀପରେ ବୋଟ ଜଳି ଯାଇଛି । ଆଉ ଏହି ବିଷୟରେ ଏବେ ଅଫିସର ଜଣକ କହିଛନ୍ତି । ସନ୍ଧ୍ୟା ୭ଟା ସମୟରେ ପାରାଦ୍ବୀପରେ ପ୍ରାୟ ୧୦ଟି ଜାହାଜ ନିଆଁ ଲାଗି ଯାଇଥିଲା । ଆଉ ଏହି ଖବର ସଂଗେସଂଗେ ଅଫିସର ପାଇବା ପରେ ସେଠାରେ ପହଞ୍ଚି ଯାଇଥିଲେ । ଏହି ବିଷୟରେ ଏବେ କିଛି କଥା ଶୁଣିବାକୁ ମିଳୁଛି ।

ଆଇଆଇସି ଅଫିସର, ଲୋକାଲ ପୋଲିସ ଏବଂ ଅଗ୍ନିଶମ ବିଭାଗ ସେହି ଘଟଣା ସ୍ଥଳରେ ପହଞ୍ଚିଲେ । ଏହି ବୋଟରେ ନିଆଁ ଲାଗିବା ପରେ ଏହା ବହୁତ ଜୋରରେ ଜଳି ଥିଲା । ଆଉ ଏହି ବୋଟ ଜଳିବା ପରେ ଅନେକ କିଛି ଘଟଣା ଘଟି ନଥିଲେ ମଧ୍ୟ ଏହାକୁ ନେଇ ସମସ୍ତେ ଭୟଭୀତ ହୋଇ ଯାଇଥିଲେ । ଏହି ଘଟଣା ଘଟିବା ପରେ ସେଠାରେ ଅଫିସର ମାନେ ପହଞ୍ଚି ଏହି ସ୍ଥାନକୁ ବିଭିନ୍ନ ସ୍ଥାବର ଅଗ୍ନିଶମ ବିଭାଗକୁ ଡ଼ାକି ଏହି ନିଆଁ ବନ୍ଦ କରିଛନ୍ତି ।

ଆଉ ଏବେ ନିଆଁକୁ ଆୟତ୍ତ କରାଯାଇଛି । ଏବେ ସ୍ଥିତି ଆୟତ୍ତରେ ରହିଛି । ଏହି ବୋଟ ଜଳିବା ପଛରେ କଣ କାରଣ ରହିଛି ଏହା ତଦନ୍ତ କରିଲେ ଜଣାପଡିବ । ଆସନ୍ତାକାଲି ବୈଷୟିକ ଟିମ୍ ଏଠାକୁ ଆସିଲେ ଏହାର ତଦନ୍ତ କରିବେ । କେଉଁ ବୋଟ କେତେ କ୍ଷତିଗ୍ରସ୍ତ ହୋଇଛି ତାହା ତଦନ୍ତ କରିଲେ ଜଣାପଡ଼ିବ । ଏବେ ଏହି ବିଷୟରେ ସୂଚନା କିଛି ମିଳିନାହିଁ । ଆଉ କିଛି ବୋଟ ଆଂଶିକ ଭାବରେ ଜଳି ଯାଇଛି ବୋଲି ଅଫିସର ଜଣକ କହିଛନ୍ତି ।
ସକାଳେ ହେଲେ ସେଠାରେ ବୈଷୟିକ ଟିମ୍ ପହଞ୍ଚି କେତୋଟି ବୋଟ ଜଳିଛି ଆଉ କେଉଁ ବୋଟ କେତେ କ୍ଷତିଗ୍ରସ୍ତ ହୋଇଛି ତାହା ତଦନ୍ତ କରି ଜାଣିପାରିବେ । ଏହି ବୋଟ ଜଳିବା ସମୟରେ ଜଣେ ବ୍ୟକ୍ତି ଦେଖିଥିଲେ । ଆଉ ସେ ସଂଗେସଂଗେ ଖବର ଦେଇଥିଲେ । ଆଉ ସେଠାରେ ସଂଗେସଂଗେ ସେଠାରେ ଅଫିସର, ପୋଲିସ ଆଉ ଅଗ୍ନିଶମ ବିଭାଗ ପହଞ୍ଚି ଯାଇଥିଲେ । ଏହି ବୋଟ ଭିତରେ କେହି ନଥିଲେ ବୋଲି ଖବର ଆସୁଥିବା ବେଳେ ସେଠାରେ ଟିମ୍ ପହଞ୍ଚିବା ପରେ ସତ୍ୟ କଣ ଜଣାପଡ଼ିବ । ଏହି ନିଆଁ ଲାଗିବାର କାରଣ ମଧ୍ୟ ତଦନ୍ତ ପରେ ଜଣାପଡ଼ିବ ।