ଆପଣମାନେ ସମସ୍ତେ ଯାତ୍ରା ଜଗତକୁ ନେଇ ଆସୁଥିବା ଖବର ସବୁ ପାଇ ପାରୁଛନ୍ତି । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଯାତ୍ରା ଜଗତର ଅଭିନେତା ପୀୟୂଷ ତ୍ରିପାଠୀଙ୍କୁ ନେଇ ଆସିଥିବା ଖବର ବିଷୟରେ ଜାଣିପାରିବେ । ଯାତ୍ରା ଅଭିନେତା ପୀୟୂଷ ତ୍ରିପାଠୀ ଏବେ ବିବାଦରେ ରହିଛନ୍ତି । ଯାତ୍ରା ଅଭିନେତା ପୀୟୂଷ ତ୍ରିପାଠୀଙ୍କୁ ନେଇ ଏବେ ଆସିଛି କିଛି ଏଭଳି ଘଟଣା । ପୀୟୂଷ ତ୍ରିପାଠୀ ଜଣେ ମହାନ୍ କଳାକାର ଅଟନ୍ତି । ଏହି ଅଭିନେତା ଜଣକ ଯାତ୍ରା ଜଗତର ଦୁର୍ଦ୍ଦଶ ଖଳନାୟକ ।

ଦମଦାର ଡାଇଲଗ ସାଙ୍ଗକୁ ନିଖୁଣ ଅଭିନୟକୁ ନେଇ ସେ ସବୁଠି ଚର୍ଚ୍ଚାରେ ରହିଥାନ୍ତି । ତାଙ୍କୁ ପାଖରୁ ଦେଖିବା ଆଉ ତାଙ୍କ ଡାଇଲଗ ଶୁଣିବାକୁ ଆସନ୍ତି ଯାତ୍ରା ପ୍ରେମୀ । ହାଇଦର ନାମକ ନାଟକରେ ତାଙ୍କର ନିଖୁଣ ଅଭିନୟ ଦେଖିବାକୁ ମିଳିଥିଲା । ଏହି ଅଭିନେତା ଜଣକ ଏହି ନାଟକରେ ବହୁତ ସୁନ୍ଦର ଅଭିନୟ କରିବା ସହ ଅନେକ ଚର୍ଚ୍ଚାକୁ ଆସିଥିଲେ । ଏବେ ଏହି ଅଭିନେତା ଜଣକ ଆଉ ଏହି ଯାତ୍ରା କରିବେ ନାହିଁ ବୋଲି ଖବର ଆସିଛି । ସେ ଦୁଇଟି ଯାତ୍ରା ପାର୍ଟି ଠାରୁ ଟଙ୍କା ନେଇଛନ୍ତି ବୋଲି ଖବର ଆସିଥିଲା ।

ଆଉ ଏବେ ଏହି ଖବର ଆସିଛି କି ଏହି ଅଭିନେତା ଜଣକ ଆଉ ଅଭିନୟ କରିବେ ନାହିଁ । ଦୁଇଟି କମିଟି ଠାରୁ ଆଡଭାନ୍ସ ଟଙ୍କା ଆଣିବାକୁ ନେଇ ଅନେକ ଖବର ଆସିଥିଲା । ଆଉ ଏବେ ଏହିସବୁ ଉପରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ଏହି ଅଭିନେତା ଜଣକ ଆଉ ଅଭିନୟ କରିବେ ନାହିଁ । ସେ ଏହି ସିଜିନରେ ଘରେ ବସିବେ ବୋଲି ସେ କହିଛନ୍ତି । ଏହାସହ ଏହି ଅଭିନେତା ଜଣଙ୍କ ବାପା ଯାତ୍ରା ପାର୍ଟିକୁ ଚିଠି ଲେଖି ଏହି ବିଷୟରେ ଜଣାଇଛନ୍ତି । ତାଙ୍କ ପୁଅଙ୍କ ସ୍ବାସ୍ଥ୍ୟ ଆଉ ପାରିବାରିକ ସମସ୍ୟା ପାଇଁ ସେ ଏହି ସିଜିନରେ ଅଭିନୟ କରିବେ ନାହିଁ ।
ତାଙ୍କ ବାପା ହରିଶଙ୍କର ତ୍ରିପାଠୀ ଯାତ୍ରା ମାଲିକ ସଂଘର ସଭାପତିଙ୍କ ପାଖକୁ ଏହି ଚିଠି ଲେଖିଛନ୍ତି । ଅଭିନେତା ପୀୟୂଷ ତ୍ରିପାଠୀ ଏହି କଥା କହି ନାହାଁନ୍ତି କିନ୍ତୁ ତାଙ୍କ ବାପା ଏହି ଲେଖା ଦେଇଛନ୍ତି । ଓଡ଼ିଶାର ଯାତ୍ରା ଜଗତରେ କଳାକାର ଆଉ ମାଲିକଙ୍କ ଭିତରେ ବିଶୃଙ୍ଖଳା ଲାଗି ରହିଛି । ନିକଟରେ ନରି ପଣ୍ଡା ଆଉ ପୀୟୂଷ ତ୍ରିପାଠୀଙ୍କ କଥା ସାମ୍ନାକୁ ଆସିଥିଲା । ଆଉ ଏବେ ପୀୟୂଷ ତ୍ରିପାଠୀଙ୍କ ବାପାଙ୍କ ଚିଠି ଏବେ ସାମ୍ନାକୁ ଆସିଛି । ଏବେ ପୀୟୂଷ ତ୍ରିପାଠୀ ଏଭଳି କିଛି କହିଛନ୍ତି ବୋଲି ଏବେ ସବୁଠି ଚର୍ଚ୍ଚା ହେଉଛି । ଆଉ ଏହାକୁ ନେଇ ବା ଆଗାମୀ ବର୍ଷ ପୀୟୂଷ ତ୍ରିପାଠୀ ଘରେ ରହିବେ ବୋଲି ଏବେ ଖବର ଆସିଛି ।