ଏବେ କ୍ରିକେଟ ଜଗତକୁ ନେଇ ଆସିଛି କିଛି ଖବର ଯାହା ଆପଣମାନେ ଏହି ଭିଡିଓ ମାଧ୍ୟମରେ ପାଇପାରିବେ । ଏବେ ନିକଟରେ ଇଂଲଣ୍ଡ ଆଉ ଭାରତ ମଧ୍ୟରେ ଦିନିକିଆ କ୍ରିକେଟ ମ୍ୟାଚ୍ ହେଉଥିଲା । ଆଉ ଏହି କ୍ରିକେଟ ମ୍ୟାଚ୍ ଓଡ଼ିଶାରେ ହୋଇଥିଲା । ଓଡ଼ିଶାର ବାରବାଟୀ ଷ୍ଟାଡିୟମରେ ଏହି ଖେଳ ହୋଇଥିଲା । ଏହି ଖେଳ ପାଇଁ ଅନେକ ସ୍ଥାନରୁ ଅନେକ ଲୋକ ଆସିଥିଲେ । ଏବେ ଏହି ଖେଳକୁ ନେଇ କିଛି ଖବର ଆସିଛି । ଏବେ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦୋଷ କିଛି କଥା କହିଛନ୍ତି । ଏହା ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ ।

ଏହା ଏକ ଇଣ୍ଟରନେସନାଲ ମ୍ୟାଚ୍ ଥିଲା । ଆଉ ବାରବାଟୀରେ ଏଭଳି ମ୍ୟାଚ୍ ସବୁବେଳେ ହୁଏ ନାହିଁ । ଏହି ମ୍ୟାଚ୍ ପାଇଁ ଅନେକ କିଛି ଯୋଜନା କରିଥିଲେ ମୁଖ୍ୟମନ୍ତ୍ରୀ । କିନ୍ତୁ କିଛି ବି ଯୋଜନା କାମ କରିଲା ନାହିଁ ବୋଲି ସୂଚନା ମିଳିଛି । ଏହି ମ୍ୟାଚରେ ଇଣ୍ଡିଆ ଜିତି ଯାଇଥିଲା ଆଉ ସେଥିପାଇଁ ଭାରତବାସୀ ବହୁତ ଖୁସି ଅଛନ୍ତି । ଏହି ମ୍ୟାଚ୍ ଦେଖିବାକୁ ଅନେକ ସ୍ଥାନରୁ ଅନେକ ଲୋକ ଆସିଥାନ୍ତି । ଏବେ ଏହି ଖବର ହେଉଛି ଠିକ୍ ସମୟରେ ଡିଜେ ଲାଇଟ୍ ଲାଗିଲା ନାହିଁ । ଆଉ ଏହାର ଭୁଲ ଏବେ ଖୋଜା ଯାଉଛି ।

ବିଧାୟିକା ଜଣକ କହିଛନ୍ତି ପ୍ରଥମେ କାହାକୁ ଦୋଷ ନଦେଇ ଘଟଣା କଣ ତାହା ଜାଣିବାକୁ ଚେଷ୍ଟା କରିବା ଉଚିତ । ଯେଉଁଥିରେ ଡିଜେ ଲାଇଟ ରଖା ଯାଇଥିଲା ସେହି ସ୍ଥାନରୁ ଡିଜେ ଲାଇଟ୍ କାମ କରି ନଥିଲା । ଏହାସହ ଏହା ୩୦ ମିନିଟ ପର୍ଯ୍ୟନ୍ତ ବନ୍ଦ ଥିଲା ବୋଲି ସେ କହିଛନ୍ତି । ଏହା ଏକ ଭଲ କଥା ନୁହେଁ । ଏହିଭଳି ଆଗକୁ ଯେଭଳି ନହୁଏ ସେଥିପ୍ରତି ଦୃଷ୍ଟି ଦେବା ଉଚିତ୍ । ଏହା ଏକ ଲଜ୍ୟାଜନକ ଘଟଣା । ରାଜ୍ୟର ସବୁ ସଦସ୍ୟ ଏହି ବିଷୟରେ ଜାଣିବା ଦରକାର । ଏନେଇ ଆଇନ ବି ରହିବ ।
ଲୋକମାନେ ଟିକେଟ ପାଇଁ ହଇରାଣ ହେଇଛନ୍ତି । ଆଉ ବିଧାନସଭାରେ ଏହି କଥା ମଧ୍ୟ ପକାଇବେ ବୋଲି ବିଧାୟିକା ସୋଫିଆ କହିଛନ୍ତି । କାହିଁକି ଗାଡ଼ି ରଖା ଯାଇଥିଲା, କାହିଁକି ଏଭଳି ସବୁ ହୋଇଥିଲା । ଏବେ ଏହିସବୁ ବିଷୟରେ ଏକ ସ୍ପେସିଆଲ୍ ଟିମ୍ ତଦନ୍ତ କରିବ ବୋଲି ସୂଚନା ମିଳିଛି । କ୍ରିକେଟ ପ୍ରେମୀମାନେ ଏନେଇ ଅନେକ ପ୍ରଶ୍ନ କରୁଛନ୍ତି । ଆଉ ଏହିସବୁ ଅସୁବିଧାକୁ ନେଇ ବିଧାୟିକା ସୋଫିଆ ବିଧାନସଭାରେ କଥା ପକାଇବେ ।ଆଉ ଆଗକୁ କିଛି ଯେମିତି ନ ହେଉ ଏଥିପ୍ରତି ଧ୍ୟାନ ରଖାଯିବ । ଏଭଳି ଅନେକ କଥା ଏହି ମ୍ୟାଚ ଆଉ ବାରବାଟୀ ଷ୍ଟାଡିୟମକୁ ନେଇ କଂଗ୍ରେସ ବିଧାୟିକା ସୋଫିଆ କହିଛନ୍ତି ।