ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ପାଇପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଜଣେ ମାଆ ତାଙ୍କ ପୁଅକୁ ନେଇ କିଛି କଥା କହିଛନ୍ତି । ଘରର ଅସୁବିଧା ପାଇଁ ଅନେକ ପୁଅ ବାହାରକୁ ଯାଇ କାମ କରିଥାନ୍ତି । ନିଜ ଘରଦ୍ୱାର ଛାଡ଼ି ସେମାନେ ବାହାରେ କାମ କରିଥାନ୍ତି ।
ଜଣେ ଯୁବକ କାମ କରିବାକୁ ବାହାରକୁ ଯାଇଥିଲେ । ଆଉ କାମ କରିବା ବେଳେ ଯୁବକ ଜଣକ ଛାତରୁ ଗଳି ପଡ଼ିଥିଲେ । ଆଉ ସେ ସେଠାରୁ ଗଳି ପଡ଼ିବା ପରେ ତାଙ୍କର ମେରୁଦଣ୍ଡ ଭାଙ୍ଗି ଯାଇଥିଲା । ଆଉ ଏବେ ସେ କେବଳ ଶୋଇ ରହୁଛନ୍ତି । ସେ ଏଭଳି ଅବସ୍ଥାରେ ରହିବା ପରେ ସେ କାମ କରୁଥିବା କମ୍ପାନୀ ଠିକାଦାର ତାଙ୍କୁ ସାହାଯ୍ୟ କତୁହା ସହ ସେ ଠିକ୍ ନହେଲା ପର୍ଯ୍ୟନ୍ତ ଟଙ୍କା ଦେବେ ବୋଲି କହିଥିଲେ କିନ୍ତୁ ଏବେ ଏହି ଯୁବକ ଜଣକର ଏଭଳି ଅବସ୍ଥାରେ କେହି ତାଙ୍କୁ ସାହାଯ୍ୟ କରୁ ନାହାଁନ୍ତି ।
ଏହି ଯୁବକ ଜଣଙ୍କର ମାଆ ତାଙ୍କ ପାଖରେ ଯାହା ଥିଲା ସବୁ ବିକ୍ରି କରି ତାଙ୍କ ପୁଅର ଦେହ ଦେଖାଇଥିଲେ । ଏବେ ସେ କାନ୍ଦି କାନ୍ଦି ତାଙ୍କ ପଣତକାନିରେ ଲୁହ ପୋଛୁଛନ୍ତି । ଏହି ଯୁବକ ଜଣଙ୍କର ନାମ ହେଉଛି କାର୍ତ୍ତିକ ସିଂ । ସେ ସ୍ୱେଦେଶା ନାମକ କମ୍ପାନୀରେ କାମ କରୁଥିଲେ । କଟକ ଜିଲ୍ଲାର ସାଲେପୁରର ଗୌତମ ବେହେରା ନାମକ ଠିକାଦାରଙ୍କ ଦ୍ଵାରା ଯାଇ ତିନି ବର୍ଷ ହେବ କାମ କରୁଥିଲେ । ଆଉ ସେ ଦେଢ଼ ବର୍ଷ ହେବ କାମ କରୁଥିବା ବେଳେ ଖସି ପଡ଼ିଥିଲେ । ଆଉ ତାଙ୍କୁ ସେଠାରେ କାମ କରୁଥିବା ଲୋକମାନେ ପାଖ ମେଡ଼ିକାଲକୁ ନେଇଥିଲେ ।
ସେ ୯ ମହଲା ମହଲାରୁ କାମ କରୁଥିବା ବେଳେ ଗଳି ପଡ଼ିଛନ୍ତି । ତାଙ୍କର ମେରୁଦଣ୍ଡ ସହିତ ଗୋଟିଏ ଗୋଡ ଅକାମୀ ହୋଇଯାଇଛି । ତାଙ୍କ ପରିବାରକୁ ସାହାଯ୍ୟ କରିବାକୁ କହି ଠିକାଦାର ତାଙ୍କ କଥାରୁ ଓହରି ଯାଇଛନ୍ତି । ପୁରା ପରିବାର କାର୍ତ୍ତିକଙ୍କ ଦରମାରେ ଚଳି ଥାଆନ୍ତି କିନ୍ତୁ ଏବେ ସେମାନେ କିଭଳି ଚଳିବେ । ଏଭଳି ଘଟଣା ଯାଜପୁର ବ୍ଲକ୍ ବାରୁଆ ସାନଝୋଲା ଗ୍ରାମର । ଏବେ ଏହି ଘଟଣା ଉପରେ ସରକାରଙ୍କ ନଜର କେବେ ପଡ଼ିବ ତାକୁ ହିଁ ଦେଖିବା ବାକି ରହିଲା । ଏବେ ଏହି ଘଟଣାରେ କେବେ ସାହାଯ୍ୟ ମିଳୁଛି ତାକୁ ହିଁ ଅପେକ୍ଷା ।