Jun 12, 2024, 01:03 IST

ମୋହନ ମାଝି ଙ୍କୁ ମୁଖ୍ୟମନ୍ତ୍ରୀ ପଦ ରେ ଦେଖି..ବିରୋଧି ଦଳ ଙ୍କ ଏବେ ଠୁ ତଣ୍ଟି ଶୁଖିଲାଣି

Hh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ ଓଡ଼ିଶାକୁ ମିଳିଗଲା ନୂଆ ମୁଖ୍ୟମନ୍ତ୍ରୀ। ମୋହନ ଚରଣ ମାଝୀ ହେଲେ ଏବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ। ଆସନ୍ତା କାଲି ମହା ସମାରୋହରେ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ନେବାକୁ ଯାଉଛନ୍ତି ଶପଥ। ଆଗାମୀ ପାଞ୍ଚ ବର୍ଷ ପାଇଁ ସେ ସବୁ କାର୍ଯ୍ୟଭାର ସମ୍ଭାଳିବାକୁ ଯାଉଛନ୍ତି। ଗତ କିଛିଦିନ ପୂର୍ବରୁ ଏହାକୁ ନେଇ ଖୁବ୍ ଚର୍ଚ୍ଚା ଚାଲିଥିଲା। କିଏ ହେବ ଓଡ଼ିଶାର ମୁଖ୍ୟମନ୍ତ୍ରୀ ତାହା ଜଣା ପଡ଼ି ପାରୁ ନଥିଲା।
Hh
ନବୀନ ପଟ୍ଟନାୟକ ଙ୍କ ପରେ ପରେ ଏବେ ଏବେ ଓଡ଼ିଶାକୁ ତାର ନୂଆ ମୁଖ୍ୟମନ୍ତ୍ରୀ ମିଳି ସାରିଛି। ଏହାକୁ ନେଇ ମଧ୍ୟ ଅନେକ ତର୍କ ବିତର୍କ ଲାଗି ରହିଥିଲା। ଆଉ ଏବେ ଦଳ ମୋହନ ମାଝୀ ଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ଚୟନ କରିଛି। ଏବେ ଓଡ଼ିଶାରେ ଏହା ଚର୍ଚ୍ଚା ହେବାରେ ଲାଗିଛି କି ଭାରତୀୟ ଜନତା ପାର୍ଟି ର ଏହି ବଡ଼ ନେତା ମୋହନ ମାଝୀ ହେବାକୁ ଯାଉଛନ୍ତି ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ। ଆଜି ବିଜେପି ବିଧାୟକ ଦଳର ବୈଠକ ବସିଥିଲା।
Bb
ଆଉ ବିଜେପି ପାର୍ଟି ଅଫିସରେ ମଧ୍ୟ ଏହି ବୈଠକ ହୋଇଥିଲା। ବୈଠକରେ ଏହା ସ୍ଥିର ହୋଇ ଯାଇଥିଲା କି ମୋହନ ମାଝୀ ଏବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଆସନ୍ତା କାଲି ଜନତା ମଇଦାନ ରେ ହେବାକୁ ଯାଉଥିବା ସେହି ଶପଥ ସମାରୋହରେ ମୋହନ ମାଝୀ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବାକୁ ଯାଉଛନ୍ତି। ଏହି ବଡ଼ ଖବର ଏବେ ସାମ୍ନା କୁ ଆସି ଯାଇଛି। ସାରା ଓଡ଼ିଶାରେ ଏବେ ଏହା ହିଁ ଚର୍ଚ୍ଚା।
ଗତ ଚାରି ତାରିଖରେ ବାହାରି ଥିଲା ଏହି ନିର୍ବାଚନର ଫଳାଫଳ। ଏହି ନିର୍ବାଚନରେ ବିଜେଡ଼ି ବିପୁଳ ପରିମାଣରେ ହାରି ଥିଲା। ଆଉ ବିଜେପି ମଧ୍ୟ ଏହି ନିର୍ବାଚନରେ ଅନେକ ପରିମାଣରେ ଜିତିଥିଲା। ଏହାପରେ ମୁଖ୍ୟମନ୍ତ୍ରୀ ପଦ ରୁ ନବୀନ ପଟ୍ଟନାୟକ ଇସ୍ତଫା ଦେଇଥିଲେ। ଆଉ ତାହା ପରଠାରୁ ହିଁ ଚର୍ଚ୍ଚା ହେଉଥିଲା କି ଓଡ଼ିଶାରେ ଏବେ ଶାସନ କରିବ ଭାରତୀୟ ଜନତା ପାର୍ଟି। ଆଉ ଏବେ ତାହା ହିଁ ହୋଇଛି।

Advertisement