ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ହିନ୍ଦୁ ଧର୍ମ ଏବଂ ପରମ୍ପରାରେ ଅନେକ ପୁରାଣ ଶାସ୍ତ୍ର ରହିଛି। ଯାହାକୁ ଆଧାର କରି ଆମେ ଏ ସଂସାର ଏବଂ ଏ ସୃଷ୍ଟି ବିଷୟରେ ଅନେକ କଥା ଜାଣିଥାନ୍ତି। ତେବେ ଏହି ପୁରାଣ ଶାସ୍ତ୍ର ମଧ୍ୟରେ ଗୋଟିଏ ହେଉଛି ମାଳିକା। ଯେଉଁଥିରେ ସମଗ୍ର ପୃଥିବୀରେ ଆଗକୁ ହେବାକୁ ଥିବା ଅନେକ ଘଟଣା ଦୁର୍ଘଟଣା ବିଷୟରେ ଭବିଷ୍ୟବାଣୀ ଉଲ୍ଲେଖ ଅଛି। ତେବେ ବନ୍ଧୁଗଣ ବର୍ତମାନ ଗଣମାଧ୍ୟମ ଆଗରେ ଦିବାକର ଦସ କହିଛନ୍ତି, ନୀଳାନ୍ଦ୍ରୀ ମହୋଦୟ ଗ୍ରନ୍ଥରେ ଲେଖା ହେଇଛି ଯଦି ଅଶ୍ଵବେଦନ ହେତୁ ମହାପ୍ରଭୁଙ୍କ ଅଙ୍ଗକୁ କିଛି ବ୍ୟାଘତ ଘଟିଥାଏ।
ଆଉ ତାହା ରାଜ୍ୟ ପାଇଁ ଦେଶ ପାଇଁ ବହୁତ୍ କ୍ଷତି ଆଣିଥାଏ। ଏମିତିକି ରାଣୀଙ୍କର ମୃ-ତ୍ୟୁ କଥା ମଧ୍ୟ ଲୀଳାନ୍ଦ୍ରୀ ମହୋଦୟ ଗ୍ରନ୍ଥରେ ଲେଖା ହେଇଛି। ଶ୍ରୀ ଅଙ୍ଗକୁ ଆଘାତ ହେଲେ ବହୁତ୍ କିଛି କ୍ଷତି ହେଇଥାଏ। ଆଉ ରାଜ୍ୟରେ ଥିବା ସରକାରଙ୍କ ପ୍ରତି ମଧ୍ୟ ଅନିଷ୍ଟ ହେଇଥାଏ। ଶ୍ରୀକ୍ଷେତ୍ରରେ ଯେବେ ବି କିଛି ନକାରାତ୍ମକ ସଙ୍କେତ ଦେଖା ଦେଇଛି ତାହା ଦେଶ ପାଇଁ ବିପଦ ଦେଇଛି।
ମହାପୁରୁଷ ଯେତେବେଳେ ମାଳିକା ଲେଖିଥିଲେ ସେତେବେଳେ ଗାଁକୁ ଶଗଡ଼ ଯାଉଥିଲା। କିନ୍ତୁ ସେତେବେଳେ ସେ ଲେଖାଥିଲେ ଯେ ନାରୀଙ୍କ ହାତରେ ଶାସନ ଭାର ରହିବ। ମାଳିକା ଅନେକ ସଙ୍କେତ ଦେଇଛି ଯେ ଆଗକୁ ରମଣୀ ମାନଙ୍କ ହାତରେ ହେବ ଶାସନ ଚନ୍ଦ୍ରପୃଷ୍ଠକୁ ଯିବ କ୍ଷେପଣ ଯାନ। କାରଣ କୁହାଯାଇଛି ନାରୀ ମାନେ ସର୍ବୋଚ୍ଚ ପଦରେ ବସିବେ। ଯେତେବେଳେ ୧୯୯୯ ମହାବାତ୍ୟା ବିଷୟରେ ଅନେକ ବର୍ଷ ପୂର୍ବରୁ ମାଳିକାରେ ଅନେକ କଥା କୁହାଯାଇଥିଲା।
କିନ୍ତୁ ଲୋକ ମାନେ କେହି ବିଶ୍ୱାସ କରୁନଥିଲେ। ଏବଂ ମାଳିକାର କଥା ଲେଖାଥିବାର କାରଣ ହେଉଛି, ଆଗକୁ ଧ୍ଵଂସ ଅଛି ବେଳ ଆଗରୁ ଭଗବାନଙ୍କ ନାମ ଜପ କର। ଆଉ ଅନ୍ୟାୟ, ଅତ୍ୟାଚାର, ପରହିଂସା, ପର ନାରୀ ପ୍ରତି ଦୃଷ୍ଟି ଦେବା ଏସବୁ ଛାଡି ଭଗବାନଙ୍କ ନାମ କୀର୍ତ୍ତନ ପ୍ରତି ଧ୍ୟାନ ଦେବା। କିନ୍ତୁ ମଣିଷ ଏସବୁ ନମାନି ହିଂସା ଆଚରଣ କରୁଛନ୍ତି। ସେଥିପାଇଁ ସେମାନେ ନାଶ ଯାଉଛନ୍ତି। ନାନାଦି ପ୍ରକାର ନକାରାତ୍ମକ ଦୃଷ୍ଟି ଦେଖା ଦେଉଛି ଯାହାକି ସୃଷ୍ଟି ଧ୍ଵଂସ ର କାରଣ।