ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟକ ସମୟରେ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁ ନାହିଁ।
ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ବର୍ତମାନ ଏକ ଖବର ସାମ୍ନାକୁ ଆସିଛି। ଦେଖିବାକୁ ମିଳିଛି ଯେ, ଶ୍ବଶୁର ଘରେ ଜ୍ୱାଇଁର ଜଘନ୍ୟ କାଣ୍ଡ। ଛୁରୀରେ ନିଜ ସ୍ତ୍ରୀର ତଣ୍ଟି କାଟିଲା ନୃଶଂସ ସ୍ବାମୀ। ସ୍ତ୍ରୀର ତଣ୍ଟି କାଟି ଘଟଣାସ୍ଥଳରୁ ଚମ୍ପଟ ମାରିଲା ସ୍ୱାମୀ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଭଙ୍ଗାବନ୍ଧ ଗାଁରେ। ଗୁରୁତର ଅବସ୍ଥାରେ ମହିଳା ଜଣକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।
ପ-ର-କୀ-ୟା-ପ୍ରୀ-ତି ସନ୍ଦେହରୁ ସ୍ୱାମୀ ଏଭଳି କାଣ୍ଡ କରିଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁସାରେ, ୫ ବର୍ଷ ପୂର୍ବରୁ ବିରଞ୍ଚି ଓ ପ୍ରଭାତୀଙ୍କର ବିବାହ ହୋଇଥିଲା। ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେବାରୁ ୩ ମାସ ହେବ ବାପ ଘର କପ୍ତିପଦା ଥାନା ଭଙ୍ଗାବନ୍ଧ ଗାଁରେ ରହୁଥିଲେ ସ୍ତ୍ରୀ ପ୍ରଭାତୀ ନାୟକ। ହେଲେ ଆଜି ହଠାତ୍ ଶ୍ୱଶୁର ଘରେ ପହଁଚି ଯାଇଥିଲେ ସ୍ୱାମୀ ବିରଞ୍ଚି। ପୂର୍ବରୁ ଯୋଜନା କରି ଆସିଥିବା ବିରଞ୍ଚି ରାଗରେ ରକ୍ତମୁଖା ହୋଇପଡିଥିଲା।
ଶ୍ୱଶୁର ଘରେ ପହଁଚି ସ୍ତ୍ରୀ ପ୍ରଭାତିକୁ ଦେଖି କାଳ ବିଳମ୍ବ ନକରି ସାଥିରେ ଆଣିଥିବା ଏକ ଛୁରିରେ ସ୍ତ୍ରୀକୁ ଆକ୍ରମଣ କରିଥିଲା। ସ୍ୱାମୀର ଅତର୍କିତ ଆକ୍ରମଣରେ ଗୁରୁତର ହୋଇପଡିଥିଲେ ପ୍ରଭାତୀ। ଗୁରୁତର ଅବସ୍ଥାରେ ପ୍ରଭାତୀଙ୍କୁ ପ୍ରଥମେ କପ୍ତିପଦା ଓ ପରେ ବାରିପଦା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣା ବିଷୟରେ ଖବର ପାଇ କପ୍ତିପଦା ପୋଲିସ ତଦନ୍ତ ଜାରି ରଖିଛି। ତେବେ ସ୍ତ୍ରୀକୁ ଆକ୍ରମଣ କରି ସ୍ୱାମୀ ବିରଞ୍ଚି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି।