Jun 24, 2024, 17:07 IST

ନବୀନ ପଟ୍ଟନାୟକଙ୍କ ପାଇଁ ଏମିତି କହିଲେ ଏହି ଯୁବକ ଦେଖନ୍ତୁ କଣ କହିଲେ ମିଡ଼ିଆ ସାମ୍ନାରେ

Gh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ। ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ। ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଯାହା ରାଜନୀତିକୁ ନେଇ ଆସୁଛି। ବନ୍ଧୁଗଣ ବିଜେଡି ଦଳ ଏବେ ନିର୍ବାଚନ ହାରି ଯାଇଛି। ଆଉ ବିଜେପି ଦଳ ଓଡ଼ିଶାରେ ଶାସନ କରିବ ବୋଲି ଜଣାପଡିଛି। ତେବେ ଦୀର୍ଘ ୨୪ ବର୍ଷ ଧରି ମୁଖ୍ୟମନ୍ତ୍ରୀ ରହିବା ପରେ ନବୀନ ପଟ୍ଟନାୟକ ପ୍ରଥମଥର ପରାଜୟକୁ ସାମ୍ନା କରିଛନ୍ତି। 
Bg
ଜଣେ ଯୁବକ ଗଣମାଧ୍ୟମ ଆଗରେ କହୁଛନ୍ତି ଯେ, ଛୋଟ ବେଳୁ ହିଁ ସମସ୍ତଙ୍କ ମୁହଁରେ ମାନ୍ୟବର ନବୀନ ପଟ୍ଟନାୟକଙ୍କ ନାଁ ଶୁଣିବାକୁ ମିଳୁଛି। ନବୀନ ପଟ୍ଟନାୟକ ଯେମିତି କାର୍ଯ୍ୟ କରିଥିଲେ ସେମିତି ଆଉ କୋଉ ସରକାର କରି ପାରିବେନି ବୋଲି କହିଛନ୍ତି। ନବୀନ ପଟ୍ଟନାୟଙ୍କର ଯେତିକି ଯୋଜନା ଅଛି ନୂଆ ମୁଖ୍ୟମନ୍ତ୍ରୀଙ୍କୁ ସେତିକି ଯୋଜନା ହିସାବ କରିବାକୁ ହେଲେ ୫ ବର୍ଷ ଲାଗିଯିବ ବୋଲି ଯୁବକ ଜଣଙ୍କ କହିଛନ୍ତି। 
Gg
ଓଡ଼ିଶାର ସବୁ ସ୍ଥାନରେ ନବୀନ ପଟ୍ଟନାୟକଙ୍କ ନାଁ ରହିଛି। ଯୁବକ ଜଣଙ୍କ କହିଛନ୍ତି ଏବେ ଯଦି ଆଉ ଥରେ ଇଲେକସନ୍ ହୁଏ ତେବେ ନବୀନ ସରକାର ଆଉ ଥରେ ନିଶ୍ଚିନ୍ତ ଆସିବେ। ଯୁବକ ଜଣଙ୍କ କହିଛନ୍ତି ତାଙ୍କ ଘର ହେଉଛି ଆଠଗଡ। ଆଉ ସେ ବିଜେଡି ଦଳର ବୋଲି କହିଛନ୍ତି। ନବୀନ ପଟ୍ଟନାୟକ ଯେତିକି ବର୍ଷ ଯାଏଁ ଶାସନ ଚଲାଇଛନ୍ତି। ରାଜା ସ୍ୱାଇଁ ମଧ୍ୟ ଆଠଗଡ଼ରେ ସେତିକି ବର୍ଷ ଯାଏଁ ଶାସନ ଚଲେଇଛନ୍ତି। ଏବେ ବି ଆଠଗଡ଼ରେ ଏମେଲେ ଅଛନ୍ତି ରାଜା ସ୍ୱାଇଁ।
ଘରର ପାଇଁ ଯେମିତି ଛାତ ଗୋଟିଏ ଗଛର ଛାଇ ହେଉଛି ଗଛ ତଳ ସେମିତି ଲୋକଙ୍କ ପାଇଁ ଶ୍ରୀଯୁକ୍ତ ମାନ୍ୟବର ନବୀନ ପଟ୍ଟନାୟକ। ଯୁବକ ଜଣଙ୍କର ବାପାଙ୍କର ଖୋର୍ଦ୍ଧାରେ ଏକ ଅପରେସନ ହେଲା ଗୋଟେ ଟଙ୍କା ଖର୍ଚ୍ଚ ହେଲାନି କେବଳ ସ୍ୱାସ୍ଥ୍ୟ କାର୍ଡ ପାଇଁ। ଯଦି ସେହି କାର୍ଡଟି ନୂଆ ସରକାର ବଦଳେଇ ଦେବେ ତେବେ ଅନେକ ଲୋକ ହଇରାଣ ହେବେ ବୋଲି କହିଛନ୍ତି ଯୁବକ ଜଣଙ୍କ। ପୂର୍ବତନ ମୁଖ୍ୟମନ୍ତ୍ରୀ ମାନ୍ୟବର ଶ୍ରୀଯୁକ୍ତ ନବୀନ ପଟ୍ଟାୟକଙ୍କ ପରି କୌଣସି ମୁଖ୍ୟମନ୍ତ୍ରୀ ହେଇପାରିବେ ନାହିଁ।

Advertisement