ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ରାଜନୀତି ବିଷୟରେ ଆସିଥିବା ଖବର ସବୁ ଜାଣିପାରିବେ । ଆଞ୍ଚଳିକ ଦଳର ଏକ ଭିତ୍ତି ଭୂମି ରହିଛି । ବିଜେଡି ଦଳର ଦ୍ଵିତୀୟ ଶ୍ରେଣୀ ନେତା କିଏ, ତୃତୀୟ ଶ୍ରେଣୀର ନେତା କିଏ ଏବଂ ଜିଲ୍ଲାସ୍ତରର ନେତା କିଏ ଏହିସବୁ କଥା ସାମ୍ନାକୁ ଆସୁଛି ।
ଶେଷରେ ବିଜେଡି ଦଳକୁ ସମ୍ଭାଳିବା ପାଇଁ ଭି କେ ପାଣ୍ଡିଆନଙ୍କୁ ଅଣା ଯାଇଥିଲା । ବିଜୁ ଜନତା ଦଳ ଭିତରେ ସେକେଣ୍ଡ ଲିଡରସିପ ବା ତୃତୀୟ ଲିଡରସିପ କିଛି ନାହିଁ । ଏହା ସ୍ଥିତ କରାଯାଇ ନାହିଁ । ବିଜେଡି ଦଳ ସେମିତି କିଛି କରିପାରିଲା ନାହିଁ ଆଉ ଏହି କାରଣରୁ ସେମାନେ ପାଣ୍ଡିଆନଙ୍କୁ ଆଣିଥିଲେ । ପରିସ୍ଥିତି ଏବେ କିଭଳି ହେଲା ତାହା ତ ସମସ୍ତେ ଜାଣିଥିବେ । ବିଜେଡି ଦଳ ହେଉଛି ଏକ ସତର୍କ ଗଣ୍ଡି । ଦଳ କ୍ଷମତା ବାହାରେ କିଭଳି ଚଳି ପାରିବ ତାହା ଜାଣିବା କଥା । ଦଳ ସଂଗ୍ରହ ନାହିଁ ଆଉ ଏଭଳି ଅନେକ କଥା ଏବେ ଆସୁଛି ।
ଯେତେବେଳେ ବିଜେଡି ଦଳରେ କେହି ସଜାଡି ପାରିଲେ ନାହିଁ ସେତେବେଳେ ସେଠାକୁ ଭି କେ ପାଣ୍ଡିଆନଙ୍କୁ ଅଣା ଯାଇଥିଲା । ଆଉ ଭି କେ ପାଣ୍ଡିଆନ କାର୍ଯ୍ୟକୁ ଆସିବା ପରେ କଣ ହେଲା ତାହା ତ ଆପଣମାନେ ଜାଣି ପାରୁଥିବେ । ଏବେ ବିଜେଡି ଦଳ ଭାଙ୍ଗି ଯାଇଛି । ଆଉ ନିର୍ବାଚନରେ ମଧ୍ୟ ହାର ମାନି ଯାଇଛି ବିଜେଡି ଦଳ । ଏବେ ନବୀନ ପଟ୍ଟନାୟକଙ୍କୁ ଦଳର ନୀତି ଆଦର୍ଶ ସଂଗଠନ କରିବାକୁ ପଡ଼ିବ । ବର୍ତ୍ତମାନ ସମୟରେ
ଜାତୀୟ ରାଜନୀତି ଆଞ୍ଚଳିକ ଦଳକୁ ଗଠନ କରିବାକୁ ପଡ଼ିବ ।
ଏବେ ଚ୍ୟାଲେଞ୍ଜ ଆସିଛି ଆଞ୍ଚଳିକ ଦଳର ସଂଗଠନ କରିବା ପାଇଁ । ନୀତି ଆଦର୍ଶ ଆଉ ଭିତ୍ତି ଭୂମି ବାହାର କରି ଦଳକୁ ଆଉଥରେ ଗଢ଼ିବାକୁ ପଡ଼ିବ ଆଉ ଦଳକୁ ଭଲରେ ଛିଡ଼ା କରିବାକୁ ପଡ଼ିବ । ନବୀନ ପଟ୍ଟନାୟକ ଚାହିଁଲେ ଏହା କରିପାରିବେ । ଯେତେବେଳେ ବିଜୁ ଜନତା ଦଳ ହୋଇଥିଲା ସେତେବେଳେ ଏହା ଭଲ କାମ କରିବା ସହ ନିଜର ନାଁ ରଖିଥିଲେ । ଏବେ ତାଙ୍କ ହାତରୁ କ୍ଷମତା ଚାଲି ଯାଇଛି । ଆଉ ଦଳ ଭିତରେ ନେତୃତ୍ୱ ରହିବା ଉଚିତ୍ । ଏଭଳି ଅନେକ କଥା ବିଜେଡି ଦଳକୁ ନେଇ ବରିଷ୍ଠ ସାମ୍ବାଦିକ ରବି ଦାସ କହିଛନ୍ତି ।