Jun 17, 2024, 17:30 IST

ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଆସିଲେ ଉତ୍ତମ ମହାନ୍ତି ଦେଖନ୍ତୁ କଣ କହିଲେ

Hh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ବନ୍ଧୁଗଣ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଲୋକଙ୍କର ଲାଗିଛି ଭିଡ। ସକାଳୁ ସନ୍ଧ୍ୟା ଯାଏଁ ଧାଡ଼ିରେ ଠିଆ ହୋଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସାଧାରଣ ଜନତା।
Vhg
ନୂଆ ମୁଖ୍ୟମନ୍ତ୍ରୀକୁ ମଧ୍ୟ ଭେଟିବାକୁ ଆସିଥିଲେ ଅଲିଉଡର ସୁପରଷ୍ଟାର ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି। ଭଲ ଭାବରେ ଚାଲି ପାରୁନଥିଲେ ମଧ୍ୟ ସେ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଆସିଥିଲେ। ନୂଆ ସରକାର ଗଢ଼ିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ସାଧାରଣ ଜନତାଙ୍କୁ ଭେଟୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଟିକେ ଝଲକ ଦେଖିବାକୁ ରାଜ୍ୟ ଅତିଥି ଭବନରେ ସାଧାରଣ ଜନତାଙ୍କ ଲାଗିଛି ଭିଡ। ରଜର ଶେଷ ଦିନରେ ବି ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଲୋକେ ଧାଡ଼ିରେ ଠିଆ ହେଇଥିଲେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ। 
Hh
ବନ୍ଧୁଗଣ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଶୁଭେଛା ଜଣାଇବା ସହ ନିଜ ନିଜର ଦୁଃଖ ଏବଂ ବିଭିନ୍ନ ପ୍ରକାର ଅସୁବିଧା ବିଷୟରେ ଜଣାଇଛନ୍ତି ସାଧାରଣ ଜନତା ମାନେ। ଏହାରି ଭିତରେ ଜଣେ ମହିଳା ମଧ୍ୟ ମୂଖ୍ୟମନ୍ତ୍ରୀଙ୍କ ହାତକୁ ଧରି କାନ୍ଦି ପକାଇଛନ୍ତି। ଅଲିଉଡର ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ବି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଆସିଛନ୍ତି ରାଜ୍ୟ ଅତିଥି ଭବନକୁ। ଆଉ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଛନ୍ତି ଉତ୍ତମ ମହାନ୍ତି ତା ସହିତ ଶୁଭେଛା ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ଉତ୍ତମ ମହାନ୍ତି ବହୁତ ଖୁସି ଥିବାର ଦେଖିବାକୁ ମିଳିଛି। 
ସାଧାରଣ ଜନତାଙ୍କୁ ଭେଟୁଛନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟ ଅତିଥି ଭବନରେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିବାକୁ ଲୋକଙ୍କ ଧାଡ଼ି ଲାଗିଛି। ଯାହା ୨୪ ବର୍ଷରେ ହେଇନଥିଲା ତାହା ୫ ବର୍ଷରେ ସେସବୁ କାର୍ଯ୍ୟ ସଂପୂର୍ଣ୍ଣ ହେବ। ଓଡ଼ିଶାରେ ଏବେ ୫ ବର୍ଷରେ ୫୦ ବର୍ଷର ବିକାଶ ହେବ ବୋଲି କହିଛନ୍ତି ନୂଆ ମୁଖ୍ୟମନ୍ତ୍ରୀ। ସାଧାରଣ ଜନତା ମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଶୁଭେଚ୍ଛା ଦେବା ସହିତ ନିଜର ଅସୁବିଧା ସଂପର୍କରେ ଅବଗତ କରାଇଛନ୍ତି।

Advertisement