May 29, 2024, 18:25 IST

କାହିଁକି ହାତ ଯୋଡ଼ି ଭୁଲ ମାଗିଲେ ହିରୋ ଅରିନ୍ଦମ ଦେଖନ୍ତୁ କଣ କହିଲେ ଜନସାଧାରଣ ମାନଙ୍କୁ

Bh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ବନ୍ଧୁଗଣ ମତଦାନ ହେଇନଥିବା ନିର୍ବାଚନ ମଣ୍ଡଳୀ ଉପରେ ସମସ୍ତଙ୍କର ଅଛି ନଜର। 
Gh
କାରଣ ସବୁଠୁ କଡ଼ା ଟକ୍କର ସାଲେପୁର ଓ ଟାଙ୍ଗୀରେ ହେବ ବୋଲି ଚର୍ଚ୍ଚା ଜୋର ଧରିଛି ଖାସ ଏଥିପାଇଁ ପୁରା ଲାଗିପଡିଛନ୍ତି ସମସ୍ତ ଦଳ। କିଏ ସଭାସମିତି ପରି ବିରୋଧୀ ଦଳକୁ କଟାକ୍ଷ କରୁଛି ତ ଆଉ କିଏ ଗ୍ୟାରେଣ୍ଟି ନାଁରେ ଜନତାଙ୍କୁ ଲୋଭ ଦେଖାଉଛି। ହେଲେ ଏହାରି ଭିତରେ ସବୁଠୁ ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ ହେଉଛି ସାଲେପୁର ଟାଙ୍ଗୀ ନିର୍ବାଚନ ମଣ୍ଡଳୀ। ସେହି ଠାରେ ଜୋରଦାର ପ୍ରଚାର କରୁଛନ୍ତି ବିଜେପି ପ୍ରାର୍ଥୀ ଅଭିନେତା ଅରିନ୍ଦମ ରାୟ। 
Bh
ସିନେ ଅଭିନେତା ତଥା ପ୍ରାର୍ଥୀଙ୍କୁ ଅତି ପାଖରୁ ଦେଖିବାକୁ ଲୋକ ମାନଙ୍କର ଜମୁଛି ଭିଡ। ଗତକାଲି ସାଲେପୁର ବିଜେପିର ପ୍ରେସମିଟ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହେଇଥିଲା। ସାଲେପୁର ବିଜେପି ପ୍ରାର୍ଥୀ ଅରିନ୍ଦମ ରାୟଙ୍କ ପ୍ରେସମିଟ ଓ ମିଶ୍ରଣ ପର୍ବ ଦଳୀୟ କାର୍ଯ୍ୟାଳୟ ସୋହାନି ମଣ୍ଡପ ଥରେ ଅନୁଷ୍ଠିତ ହେଇଥିଲା। ସାଲେପୁର ବିଜେପି ପ୍ରାର୍ଥୀ ଅରିନ୍ଦମ ରାୟ ପ୍ରେସମିଟ ମାଧ୍ୟମରେ ସାଲେପୁର ଓ ଟାଙ୍ଗୀ ଜନସାଧାରଣଙ୍କୁ କ୍ଷମା ପ୍ରାର୍ଥନା କରିବା ସହ ଆଶୀର୍ବାଦ ଭିକ୍ଷା କରିଥିଲେ। 
ବହୁ ଅଳ୍ପଦିନ ମଧ୍ୟରେ ସେ ସାଲେପୁର ଟାଙ୍ଗୀ ନିର୍ବାଚନ ମଣ୍ଡଳୀର ସମସ୍ତ ଜନସାଧାରଣଙ୍କୁ ନଭେଟି ପାରିବାରୁ ନିଜକୁ ଦୋଷୀ ମାନେ କରି। ସାଲେପୁର ଟାଙ୍ଗୀ ଜନସାଧାରଣଙ୍କୁ କ୍ଷମା ପ୍ରାର୍ଥନା କରି ଆଗାମୀ ନିର୍ବାଚନ ପାଇଁ ଆଶୀର୍ବାଦ ଭିକ୍ଷା କରିଛନ୍ତି। ଅନ୍ୟପଟେ ସାଲେପୁର ଟାଙ୍ଗୀ ନିର୍ବାଚନ ମଣ୍ଡଳୀରେ ମଧ୍ୟଗଛ ଓ ପୂର୍ବତନ ଗୋବିନ୍ଦ ସରପଞ୍ଚଙ୍କ ସହିତ ବହୁ ଯୁବଗୋଷ୍ଠୀ ବିଜେପିରେ ଯୋଗ ଦେଇ ଅରିନ୍ଦମଙ୍କ ହାତ ମୁଠାକୁ ଟାଣ କରିବା ସହ ଏହି ନିର୍ବାଚନରେ ଅରିନ୍ଦମଙ୍କୁ ଜିତେଇବା ପାଇଁ ଶପଥ ନେଇଥିଲେ।

Advertisement