Aug 30, 2024, 17:20 IST

ଦେଖନ୍ତୁ ଏମିତି କଣ ହେଲା ଯେ ଖୋଲା ଆକାଶ ତଳେ ପାଠ ପଢ଼ିଲେ ଛାତ୍ର ଛାତ୍ରୀ

Gg

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୁନ୍ଦରଗଡ଼ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଲହଣ୍ଡାବୁଡ ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏହି ଜିଲ୍ଲାରେ ପ୍ରାୟ ୧୫ ଦିନ ହେଲାଣି ଲାଗି ରହିଛି ବର୍ଷା। ବର୍ଷା ଫଳରେ ଉକ୍ତ ବିଦ୍ୟାଳୟର ଶ୍ରେଣୀର ଗୃହ ଏବଂ ଅଫିସ ଗୃହ ଛାତରୁ ପାଣି ଝରିବା ସହ କାନ୍ଥ ଗୁଡ଼ିକ ଫାଟି ଆଁ ହେଲାଣି। କେତେବେଳେ ଯେ ଅ-ଘ-ଟ-ଣ ଘଟିବ ତାହା ଜଣାନାହିଁ। ଶିକ୍ଷକ ଶିକ୍ଷୟତ୍ରୀ ସ୍କୁଲରେ ଡରି ଡରି ପଠା ପଢ଼ାଉଥିବା ବେଳେ ଛାତ୍ରଛାତ୍ରୀଙ୍କ ଅଭିଭାବକ ମାନେ ଏଭଳି ଅବସ୍ଥା ଜାଣିପାରିଥିଲେ। 
Gg
ଫଳରେ ଅଭିଭାବକ ମାନେ ପିଲାଙ୍କୁ ବିଦ୍ୟାଳୟକୁ ଛାଡ଼ିବା ପାଇଁ ଭୟ କରୁଛନ୍ତି। ଗତକାଲି ହଠାତ ସ୍କୁଲ ଖୋଲିବା ସମୟରେ ଉଚ୍ଚପ୍ରାଥମିକ ବିଦ୍ୟାଳୟକୁ ତାଲା ପକାଇଥିଲେ ଗ୍ରାମବାସୀ ଓ ଅଭିଭାବକ। ସ୍କୁଲର ଶ୍ରେଣୀ ଗୃହ ଓ ଅଫିସ ଗୃହ ବିପଦ ସଙ୍କୁଳ ଅବସ୍ଥାରେ ରହିଛି। ଛାତରୁ ପାଣି ଝରିବା ସହ କାନ୍ଥ ଗୁଡ଼ିକ ଫାଟି ଆଁ କରିଛି। ତେବେ ଏ ସମ୍ପର୍କରେ ଅଭିଭାବକ ମାନେ ଜାଣିବାକୁ ପାଇବା ପରେ ଗତକାଲି ସ୍କୁଲ ପରିଦର୍ଶନ କରିବା ସହ ଏହାକୁ ନେଇ ଏକ ବୈଠକ କରିଥିଲେ। 
Hh
ତେବେ ହଠାତ୍ ଅଭିଭାବକ ମାନେ ଯାଇ ସ୍କୁଲର ମୁଖ୍ୟ ଦ୍ଵାରରେ ତାଲା ପକାଇଥିଲେ। ଆଉ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସ୍କୁଲ ଭିତରକୁ ଯିବାକୁ ଦେଇନଥିଲେ। ଘଟଣା ସମ୍ପର୍କରେ ପ୍ରଧାନ ଶିକ୍ଷକ ସ୍ଥାନୀୟ ସରପଞ୍ଚ ଓ ସି.ଆର.ସି.ସିଙ୍କୁ ଜଣାଇଥିଲେ। ସେହି ସ୍କୁଲ କୁ ସି.ଆର୍.ସି.ସି ଶ୍ରୀକାନ୍ତ ପଟେଲ, ଏ ବି ଇ ଓ ଜେନାମଣି ନାଏକ ଏବଂ ସରପଞ୍ଚ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥଲେ ମଧ୍ୟ ଅଭିଭାବକ ମାନେ ବୁଝି ନଥିଲେ। 
ଘଟଣାଟି ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାନକୁ ଗଲା ପରେ ସେ WEO ଙ୍କୁ ଘଟଣା ସ୍ଥଳକୁ ପଠାଇଥିଲେ। WEO ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ଅଭିଯୋଗ ଶୁଣିଲା ପରେ ଗ୍ରାମବାସୀ ଓ ଅଭିଭାବକ ମାନଙ୍କୁ ବୁଝାଇଥିଲେ। ଏଵଂ ସ୍କୁଲ ଛାତ୍ରଛାତ୍ରୀ ପଢ଼ିବା ପାଇଁ ଶ୍ରେଣୀ ଗୃହର ବିକଳ୍ପ ବ୍ୟବସ୍ଥା କରାଯିବ କହିଥିଲେ। ଏହାପରେ ଲୋକେ ଧାରଣାରୁ ଉଠି ସ୍କୁଲ ଛାତ୍ରଛାତ୍ରୀଙ୍କୁ ସ୍କୁଲ ଭିତରକୁ ପଶିବାକୁ ଦେଇଥିଲେ।

Advertisement