ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି କିଛି ଖବର ଜାଣିପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଏହି ଘଟଣା ହେଉଛି କି ଜଣେ ଯୁବକ ପ୍ରଥମେ ଜଣଙ୍କୁ ବିବାହ କରିଥିଲେ କିନ୍ତୁ ତାଙ୍କ ସ୍ତ୍ରୀ ପରକୀୟା ପ୍ରୀତି କରୁଥିଲେ । ସେ ଶେଷରେ ନିଜ ସ୍ବାମୀଙ୍କୁ ଛାଡ଼ି କରିଥିଲେ ଏଭଳି ନିର୍ଲଜ୍ଜ କାମ ।
ଆଜିକାଲି ଦୁନିଆରେ ଲୋକମାନେ ପରକୀୟା ପ୍ରୀତି କରି ଏଭଳି କାମ କରୁଛନ୍ତି ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ । ଏବେ ଜଣେ ଯୁବତୀ ବିବାହ କରିବା ପରେ ମଧ୍ୟ ପରକୀୟା ପ୍ରୀତି ଭାବ କରିଥିଲେ ଜଣେ ଅଟୋ ଡ୍ରାଇଭରଙ୍କ ସହିତ ଆଉ ସେ ତାଙ୍କ ସହିତ ଘର ଛାଡ଼ି ପଳାଇ ଯାଇଥିଲେ । ଏହି ମହିଳା ଜଣକ ତାଙ୍କ ସ୍ବାମୀଙ୍କୁ ଛାଡ଼ି ଯିବା ପରେ ସ୍ଵାମୀ ଜଣକ ଦ୍ଵିତୀୟ ବିବାହ କରିଥିଲେ । ସ୍ବାମୀ ଜଣକ ହେଉଛନ୍ତି ଚତୁର୍ଭୁଜ ପଣ୍ଡା । ଆଉ ସେ ପ୍ରମୋଦିନୀ ପଣ୍ଡା ନାମକ ଯୁବତୀଙ୍କୁ ଦ୍ଵିତୀୟ ବିବାହ କରିଥିଲେ ।
ତାଙ୍କର ହସଖୁସିରେ ସଂସାର ଚାଲିଥିଲା କିନ୍ତୁ ଏବେ ଏହି ଯୁବକଙ୍କ ପାଖକୁ ତାଙ୍କ ପ୍ରଥମ ପତ୍ନୀ ଆସିଛନ୍ତି ଯିଏ ୧୩ ବର୍ଷ ହେଲା ତାଙ୍କୁ ଛାଡ଼ି ଚାଲି ଯାଇଥିଲେ
। ଆଉ ଏବେ ସେ ଆସି ସାବିତ୍ରୀ ବ୍ରତ ପାଳନ କରୁଛନ୍ତି । ଏହାସହ ତାଙ୍କ ସ୍ଵାମୀ ମଧ୍ୟ ତାଙ୍କୁ ବହୁତ ଭଲ ପାଉଛନ୍ତି । ଆଉ ଏବେ ସେ ତାଙ୍କ ଘରେ ରହିବାକୁ ମଧ୍ୟ କହୁଛନ୍ତି । ଏହି ଯୁବକ ଜଣକ ଏବେ ଦୁଇଜଣ ସ୍ତ୍ରୀକୁ ଗୋଟିଏ ଘରେ ରଖିବାକୁ ଚାହୁଁଛନ୍ତି । ଏହି ସ୍ୱାମୀ ସ୍ତ୍ରୀଙ୍କ କଥା ଶୁଣିଲେ ଆପଣ ବି କହିବେ ଏଭଳି ନିର୍ଲଜ୍ଜ କାମ କିପରି କରି ପାରୁଛନ୍ତି ।
ଏହି ଘଟଣା କଟକ ଜିଲ୍ଲା ସାଲେପୁର ବ୍ଲକ୍ ଜପପୁର ଫାଣ୍ଡି ଅଧିନସ୍ଥ ଏଲଏମପୁର ଗ୍ରାମରେ । ପ୍ରଥମ ସ୍ତ୍ରୀ ଏବଂ ସେହି ଯୁବକଙ୍କ ମଧ୍ୟରେ ଛାଡ଼ପତ୍ର ମଧ୍ୟ ହୋଇଛି । ଏବେ ଦୁଇଜଣଙ୍କ ଲାଇଫ ଉପରେ ପଡିଛନ୍ତି ପ୍ରଥମ ସ୍ତ୍ରୀ । ପ୍ରଥମ ସ୍ତ୍ରୀ ସୁନ୍ଦର ବୋଲି ତାଙ୍କ ଆଡ଼େ ତାଙ୍କ ସ୍ଵାମୀ ତାଙ୍କୁ ଘରେ ରଖିଛନ୍ତି । ଏବେ ଏହି ଘଟଣାକୁ ନେଇ ଥାନାରେ ଅଭିଯୋଗ ଦେବା ପରେ ପ୍ରମୋଦିନୀଙ୍କୁ ମାରିଦେବାକୁ ଉଦ୍ୟମ କରିଥିଲେ । ଆଉ ଏବେ ଏହି ଘଟଣାକୁ ନେଇ ସେ ପୁଣି ଥାନାର ଦ୍ବାରସ୍ଥ ହୋଇଛନ୍ତି । ଏହି ଘଟଣାର ତଦନ୍ତ ପରେ ଏବେ କିଛି ସମାଧାନ କରାଯିବ ବୋଲି ଜଣାପଡିଛି ।