Jul 1, 2024, 19:24 IST

ଷଣ୍ଢ ଲଢେଇର ଭୟଙ୍କର ଚିତ୍ର ଦେଖନ୍ତୁ ଷଣ୍ଢ ଲଢେଇ ପାଇଁ ଅଟକିଗଲା ଟ୍ରେନ ଆଉ ତା ପରେ

Gh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ଆଜିକାଲି ସୋସିଆଲ ମିଡିଆରେ ଏମିତି କିଛି ଭିଡିଓ ଭାଇରାଲ ହେଉଛି, ଯାହା ଦେଖିବାକୁ ବେଶ୍‌ ଆଶ୍ଚର୍ଯ୍ୟଜନକ ହୋଇଥାଏ। ସେଭଳି ଭିଡିଓକୁ ଦେଖିଲେ ମଧ୍ୟ ସହଜରେ ବିଶ୍ୱାସ କରିହୁଏ ନାହିଁ। 
Bb
ଏପରି ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବନ୍ଧୁଗଣ ସବୁବେଳେ ଷଣ୍ଢ ମାନଙ୍କ ପାଇଁ ରାସ୍ତାଘାଟ ଜାମ ହେଉଥିବା କଥା ଆପଣ ମାନେ ଶୁଣିଥିଲେ। ପ୍ରଥମଥର ପାଇଁ ଆଜି ମାଲବାହି ଟ୍ରେନଟି ଦୁଇ ଷଣ୍ଢଙ୍କ ମାରପିଟି ପାଇଁ ଅଟକି ଯାଇଛି। ଟ୍ରେନ ଚାଳକ ଜଣଙ୍କ ବାରମ୍ଵାର ହର୍ନ ମାରିବା ସତ୍ୱେ ଦୁଇ ଷଣ୍ଢ ସାଇଡ ନହେଇ ଜୋରେ ମାରପିଟି ହେଉଛନ୍ତି। ଆପଣ ତ ଅନେକ ସମୟରେ ଷଣ୍ଢ ଲଢେଇ ଦେଖିଥିବେ। 
Bb
ଷଣ୍ଢମାନେ ଲଢେଇ କରୁଥିବାବେଳେ ସେମାନଙ୍କ ପାଖକୁ ଯିବାକୁ ବି ଭୟ ଲାଗେ। ଫାଟକ ଗେଟଟିକୁ ଦୁଇ ଷଣ୍ଢ ଭାଙ୍ଗିଦେବେ ବୋଲି ଚିନ୍ତାରେ ଅଛନ୍ତି ରେଳ କର୍ମଚାରୀ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଟକ ସାନ୍ତଳ ରେଳ ଫାଟକ ପାଖରେ। କଟକ ପାରାଦ୍ଵୀପ ରେଳ ଲାଇନ ଉପରେ ଚାଲିଥିଲା ଘମାଘୋଟ ଦୁଇ ଷଣ୍ଢଙ୍କ ଲଢେଇ ମଧ୍ୟରେ ଫସି ଯାଇଥିଲା ଟ୍ରେନଟି। ସ୍ଥାନୀୟ ଲୋକେ ଯେତେ ଚେଷ୍ଟା କରିଥିଲେ ବି ଲଢେ଼ଇକୁ ରୋକି ପାରିନଥିଲେ। 
ବନ୍ଧୁଗଣ ଶେଷରେ ଏହି ଲଢେ଼ଇ ଆଗରେ ହାର ମାନିବାକୁ ପଡ଼ିଥିଲା ମାଲବାହୀ ଟ୍ରେନଟିକୁ। ଟ୍ରେନ ଚାଳକ ଜଣଙ୍କ ବଡ ହୃଦୟ ଦେଖାଇ ବ୍ରେକ ମାରି ଅଟକାଇ ଦେଇଥିଲେ। ଆଉ ବାରମ୍ଵାର ବଜାଇଥିଲେ ହର୍ନ। ଶେଷରେ ଦୁଇଷଣ୍ଢଙ୍କ ମନଶାନ୍ତ ହେବା ପରେ ଅଲଗା ହେଇଥିଲେ। ଆଉ ପାର ହେଇଥିଲା ଟ୍ରେନଟି। ତେବେ ଏଭଳି ଦୁଇ ଷଣ୍ଢଙ୍କ ଲଢ଼େଇ ଦେଖି ଲୋକ ପାଇଲଟ୍ ଜଣକ ଟ୍ରେନଟିକୁ ଅଟକାଇଥିଲେ।

Advertisement