Sep 12, 2024, 15:36 IST

ଶ୍ରୀ ମନ୍ଦିରରେ ଭୟଙ୍କର ଘଟଣା ଦେଖନ୍ତୁ ମନ୍ଦିର ଉପରକୁ ଚଢ଼ିଗଲେ ୭୦ ବର୍ଷର ବୃଦ୍ଧ ଶେଷରେ ହେଲା ଏମିତି

Vb

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଶ୍ରୀମନ୍ଦିର ଭିତରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଯାହାକୁ ନେଇ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ଉପରେ ପୁଣିଥରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜଣେ ବୟସ୍କ ବ୍ୟକ୍ତି ଶ୍ରୀମନ୍ଦିର ଦଧିନଉତି ଉପରେ ଚଢିଯାଇଥିବା ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ଦଧିନଉତି ଉପରକୁ ଚଢିଥିବା ବ୍ୟକ୍ତିଙ୍କ ଜଣଙ୍କ ଛତ୍ରପୁରର ବଳରାମ ମହାରଣା ବୋଲି ଜଣାପଡିଛି।
Bh
ତେବେ ଶ୍ରୀମନ୍ଦିର ଭିତରେ ଓ ବାହାରେ ଏତେ ଶହ ଶହ ପୋଲିସ ମୁତୟନ ଥିବା ବେଳେ ଜଣେ ବ୍ୟକ୍ତି ସମସ୍ତ ସୁରକ୍ଷା ବଳକୁ ଭେଦ କରି କିପରୀ ଶ୍ରୀମନ୍ଦିର ଦଧିନଉତି ଉପରକୁ ଚଢିଗଲେ ତାହା କେହି ଜାଣିପାରିଲେ ନାହିଁ। ତାହାକୁ ନେଇ ସାଧାରଣ ବ୍ୟକ୍ତିଙ୍କ ଠାରୁ ଆରମ୍ଭ କରି ଜଗନ୍ନାଥପ୍ରେମୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। 
Gg
ରାତି ପ୍ରାୟ ୧୦ ଟା ସମୟରେ ଦେଖିବାକୁ ଜଣେ ବୟସ୍କ ବ୍ୟକ୍ତି ଶ୍ରୀମନ୍ଦିର ଦଧିନଉତି ଉପରେ ଚଢିଯାଇ ବୁଲାବୁଲି କରୁଥିବା ଦେଖିବାକୁ ମିଳିଥିଲା। ଏନେଇ ଜଣାପଡିବା ପରେ ଶ୍ରୀମନ୍ଦିର ପୋଲିସ, ଓଡିଶା ପୋଲିସ, ସେବାୟତ ମାନେ ତାଙ୍କୁ ଶ୍ରୀମନ୍ଦିର ତଳକୁ ଓହ୍ୱାଇବା ନିମନ୍ତେ ତାଙ୍କୁ ଅନୁରୋଧ କରିଥିଲେ। ଏପରିକି ତାଙ୍କୁ ଶ୍ରୀମନ୍ଦିର ତଳକୁ ଓହ୍ଲାଇବା ନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚୂନରା ସେବାୟତଙ୍କୁ ଖବର ଦିଆଯାଇଥିଲା। 
ଚୂନରା ସେବାୟତ ନରସିଂହ ମହାପାତ୍ର ପହଞ୍ଚିବା ପୂର୍ବରୁ ବ୍ୟକ୍ତି ଜଣଙ୍କ କିଛି ବାଟ ଓହ୍ଲାଇଥିଲେ। ଶ୍ରୀ ମହାପାତ୍ର ଶ୍ରୀମନ୍ଦିର ଉପରକୁ ଯାଇ ଅଧା ବାଟରୁ ତାଙ୍କୁ ସୁରକ୍ଷିତ ଭାବରେ ଶ୍ରୀମନ୍ଦିର ତଳକୁ ଆଣିଥିଲେ। ପ୍ରଥମେ ତାଙ୍କୁ ଶ୍ରୀମନ୍ଦିର ଗାରଦ ଜିମା ଦିଆଯାଇଥିଲା। ପରେ ସିଂହଦ୍ୱାର ଥାନା ପୋଲିସ ଓ ଏସ୍‌ପି ପିନାକ ମିଶ୍ର ପହଞ୍ଚି ବଳରାମକୁ ସିଂହାଦ୍ୱାର ଥାନାକୁ ଆଣି ପଚରାଉଚରା କରିଛନ୍ତି। ତେବେ ସୁରକ୍ଷିତ ଭାବରେ ବ୍ୟକ୍ତିଙ୍କୁ ତଳକୁ ଅଣାଯାଇଛି।

Advertisement