Jul 8, 2024, 18:32 IST

ରଥଯାତ୍ରାରେ ଘଟିଲା ବିରଳ ଘଟଣା ଦେଖନ୍ତୁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନମସ୍କାରରେ ଉଠି ପଡିଲେ ରାଷ୍ଟ୍ରପତି ଏବଂ ଅନ୍ୟାନ୍ୟ ବରିଷ୍ଠ ମନ୍ତ୍ରୀ ତଥା ବର୍ତ୍ତମାନର ମୁଖ୍ୟମନ୍ତ୍ରୀ

Hh

ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ପାଇଁ ବଡ଼ଦାଣ୍ଡରେ ଭକ୍ତଙ୍କ ଭିଡ଼ ଲାଗିଥିବା ଦେଖିବାକୁ ମିଳିଛି। ତେବେ ଏଥର ରଥଯାତ୍ରା ଦେଖିବା ପାଇଁ ପୁରୀରେ ଉପସ୍ଥିତ ଅଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ତାଙ୍କ ସହିତ ବାଚସ୍ପତି, ରାଜ୍ୟପାଳ, ମୂଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ମଧ୍ୟ ପବିତ୍ର ରଥଯାତ୍ରା ଦେଖିବା ପାଇଁ ଶ୍ରୀ କ୍ଷେତ୍ରରେ ଥିଲେ। କିଛି ସମୟ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ରଥଯାତ୍ରା ଉପଲକ୍ଷେ ପୁରୀରେ ପହଞ୍ଚି ଥିଲେ। ବଡ଼ଦାଣ୍ଡରେ ପହଞ୍ଚିବା ପରେ ପ୍ରଥମେ ରଥାରୂଢ଼ ମହାପ୍ରଭୁଙ୍କୁ ଦର୍ଶନ କରି ପ୍ରଣିପାତ କରିଥିଲେ ନବୀନ। 
Hh
ଯେତେବେଳେ ତିନି ଠାକୁର ତିନିରଥରେ ବିଜେ ହେଇସାରିଥିଲେ କିନ୍ତୁ ସେତେବେଳେକୁ ଛେରା ପହଁରା ଆରମ୍ଭ ହେଇନଥିଲା ସେହି ସମୟରେ ରଥାରୁଢ଼ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ନବୀନ ମଞ୍ଚ ଉପରକୁ ଯାଇଥିଲେ। ସେତେବେଳେ ମଞ୍ଚରେ ଉପସ୍ଥିତ ଥିଲେ ଦ୍ରୌପଦୀ ମୁର୍ମୁ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟପାଳ ରଘୁବର ଦାସ ଏବଂ ବିଧାନସଭା ବାଚସ୍ପତି ସୁରମା ପାଢ଼ୀ। ଆଉ ସେହି ସମୟରେ ମଞ୍ଚ ଆଡ଼କୁ ଆସିଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ତେବେ ନବୀନ ମଞ୍ଚ ପାଖରେ ପହଞ୍ଚି ସାରିଥିଲେ ମଧ୍ୟ ମଞ୍ଚ ଉପରକୁ ନଯାଇ ତଳେ ଠିଆ ହେଇଥିବାର ଦେଖିବାକୁ ମିଳିଥିଲା। 
Gy
ଆଉ ମଞ୍ଚ ତଳୁ ହିଁ ରାଷ୍ଟ୍ରପତି, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଅନ୍ୟ ମାନ୍ୟବର ମାନଙ୍କୁ ନମସ୍କାର କରିଥିଲେ ନବୀନ ପଟ୍ଟନାୟକ। ତା'ପରେ ମଞ୍ଚାସନ୍ ସମସ୍ତ ଅତିଥି ନବୀନଙ୍କୁ ସ୍ଵାଗତ ଜଣାଇବା ଉଦ୍ଦେଶ୍ୟରେ ଠିଆ ହେଇ ପଡିଥିଲେ। ରାଷ୍ଟ୍ରପତି ଏବଂ ରାଜ୍ୟପାଳ ନବୀନ ପଟ୍ଟନାୟକଙ୍କୁ ପ୍ରତିନମସ୍କାର ଜଣାଇବା ସହିତ ମଞ୍ଚ ଉପରକୁ ଡ଼ାକିଥିଲେ। କିନ୍ତୁ ନବୀନ ମଞ୍ଚ ତଳେ ରହି ସମସ୍ତଙ୍କ ସହିତ କଥା ହେଇଥିଲେ। ଦେଖିଲେ ଲାଗୁଥିଲା ଯେମିତି ନବୀନ ପଟ୍ଟନାୟକ ମଞ୍ଚ ଉପରକୁ ଯିବାକୁ ଚାହୁଁ ନଥିଲେ। 
ହେଲେ ଏହା ଦେଖି ମଞ୍ଚ ଉପରେ ସବୁ ଅତିଥିଙ୍କ ଗ୍ରହଣରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାଙ୍ଗେ ସାଙ୍ଗେ ଉପରୁ ତଳକୁ ଓହ୍ଲାଇ ଆସିଥିଲେ। ଆଉ ନବୀନଙ୍କ ପାଖରେ ପହଞ୍ଚି କିଛି କଥା ହେଇଥିଲେ। ତାପରେ ଧର୍ମେନ୍ଦ୍ର ନବୀନ ପଟ୍ଟନାୟକଙ୍କ ହାତ ଧରି ମଞ୍ଚ ଉପରକୁ ନେଇଯାଇଥିଲେ। ଆଉ ନବୀନ ପଟ୍ଟନାୟକ ମଞ୍ଚ ଉପରେ ପହଞ୍ଚିବା କ୍ଷଣି ପ୍ରଥମେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ବାଚସ୍ପତି ସୁରମା ପାଢ଼ୀ ନିଜ ଆସନରୁ ଉଠି ଠିଆ ହୋଇ ନବୀନ ପଟ୍ଟନାୟକଙ୍କୁ ନମସ୍କାର କରି ସ୍ଵାଗତ କରିଥିଲେ। 
ହେଲେ ନବୀନ ସେମାନଙ୍କୁ ବସି ରହିବା ପାଇଁ ଇଙ୍ଗିତ କରିଥିଲେ। ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଠିଆ ହୋଇ ନବୀନ ପଟ୍ଟନାୟକଙ୍କୁ ସ୍ଵାଗତ କରିଥିଲେ। ହେଲେ ସବୁଠାରୁ ବଡକଥା ହେଉଛି ରାଜନୀତିରେ ଏହି ମନ୍ତ୍ରୀ ଓ ନେତା ମାନେ ପରସ୍ପରର ବିପ୍ର ବିରୋଧୀ ଥିଲେ ମଧ୍ୟ ବଡ଼ଦାଣ୍ଡରେ ମଞ୍ଚ ଉପରେ ସମସ୍ତେ ପରସ୍ପରକୁ ଶ୍ରଦ୍ଧା ଓ ସମ୍ମାନ ଦେଖାଇଥିଲେ। ତେବେ ରଥଯାତ୍ରାରେ ରାଜନେତା ମାନଙ୍କ ଏହି ଦୃଶ୍ୟ ସଂପୂର୍ଣ୍ଣ ନିଆରା ଥିଲା। କାରଣ ଏହା ପୂର୍ବରୁ ପୁରୀ ବଡ଼ଦାଣ୍ଡରେ ଏଭଳି ଦୃଶ୍ୟ ବା ଘଟଣା କେବେବି ଘଟିନଥିଲା।

Advertisement