Jul 26, 2024, 20:29 IST

ସ୍ଵାମୀଙ୍କ ପାଇଁ ଏହି ସରପ୍ରାଇଜ୍ କରିଥିଲେ ପ୍ଲାନିଂ ଦେଖନ୍ତୁ ହଠାତ୍ ସ୍ଵାମୀଙ୍କ ବ୍ୟାଗରୁ ବାହାରିଲା ଛାଡ଼ପତ୍ର ପେପର

Ft

ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ମଧୁମିତା ନିଜ ପ୍ରେମିକ ଶ୍ରୀଧରଙ୍କୁ ଖୁବ୍ ଧୁମଧମାରେ ପ୍ରେମ ବିବାହ କରିଥିଲେ। ବାପା ମାଙ୍କ ଆଶୀର୍ବାଦ ନେଇ ସ୍ବାମୀଙ୍କ ହାତଧରି ଶାଶୁଘରକୁ ଯାଇଥିଲେ ମଧୁ। ସ୍ବାମୀ ଶ୍ରୀଧର ଜେନା ଏୟାରପୋର୍ଟରେ ଚାକିରୀ କରୁଥିଲେ। ଭୁବନେଶ୍ୱରସ୍ଥିତ ଇନ୍ଦିରାଗାନ୍ଧୀ ହାଉସିଂ ବୋର୍ଡ କଲନିରେ ମଧୁମିତା ଏକା ରହିଥିଲେ। ଆଉ ଚଳିତ ମାସ ୧୫ ତାରିଖରେ ମଧୁମିତାଙ୍କ ସ୍ବାମୀ ତାଙ୍କୁ କହିଥିଲେ ଘରକୁ ଗଲେ ଆମେ ଦୁହେଁ ମିଶି ବୁଲିବାକୁ ଯିବା। ଏଇ କଥା ଶୁଣି ମଧୁ ବି ବେଶ୍ ଖୁସି ହେଇଯାଇଥିଲେ। 
Gh
ଏନେଇ ସ୍ବାମୀଙ୍କୁ ଖୁସି କରିବା ପାଇଁ ମଧୁମିତା ସରପ୍ରାଇଜ ଦେବା ପାଇଁ ପ୍ଲାନ କରିଥିଲେ। କିନ୍ତୁ ତା ପୂର୍ବରୁ ଭୁବନେଶ୍ୱର ସ୍ଥିତ ଇନ୍ଦିରାଗାନ୍ଧୀ ହାଉସିଂ ବୋର୍ଡ କଲନିରେ ପହଞ୍ଚି ଯାଇଥିଲେ ସ୍ବାମୀ ଶ୍ରୀଧର ଜେନା। ମଧୁ ଅଫିସରେ ଥିବାବେଳେ ସ୍ବାମୀଙ୍କ ଆସିଥିବା କଥା ଶୁଣି ବର୍ଷାରେ ଭିଜି ଭିଜି ସ୍ବାମୀଙ୍କ ପାଖରେ ଯାଇ ପହଞ୍ଚି ଥିଲେ। ସ୍ବାମୀ ଆସିବେ ବୋଲି ଅଫିସରୁ ଛୁଟି ନେଇଥିଲେ। କିନ୍ତୁ ତା'ପରେ ସବୁକିଛି ଓଲଟ ପାଲଟ ହେଇଯାଇଥିଲା। 
Tt
ମଧୁମିତା ସ୍ବାମୀଙ୍କୁ ସରପ୍ରାଇଜ ଦେବା ପୂର୍ବରୁ ତାଙ୍କ ଲଗେଜରୁ ପାଇଥିଲେ ଡିଭୋର୍ସ ପେପର। ଖାଲି ସେତିକି ନୁହେଁ ଶ୍ରୀଧର ଅନ୍ୟ ଝିଅ ମାନଙ୍କ ସହିତ ରାତିରାତି କଥା ହେଉଥିଲେ ଏହା ସହିତ ଶାରୀରିକ ସଂପର୍କ ମଧ୍ୟ ରଖିଥିବା ଶୁଣି ମଧୁମିତା ଭାଙ୍ଗି ପଡ଼ିଥିଲେ। ଜୀବନ ହାରିବା ପୂର୍ବରୁ ମଧୁମିତାଙ୍କର ସୋସିଆଲ ମିଡିଆ ଆକାଉଣ୍ଟରେ ଶେଷ ଭିଡିଓ କରି ଛାଡ଼ିଛନ୍ତି। ଆଉ ମଧୁ କହିଛନ୍ତି, "ସୋରି ମମି ମତେ ବହୁତ କଷ୍ଟ ହେଉଛି ମୁଁ ଆଉ ସହି ପାରୁନି କେମିତି ବଞ୍ଚିବି ମୁଁ। 
୫ ବର୍ଷ ଧରି ରିଲେସନରେ ରହିବା ପରେ ବାହା ହେଇଥିଲି ହେଲେ ମୋ ସ୍ବାମୀ ଆଜି ମତେ ଧୋକା ଦେଇଛନ୍ତି ବୋଲି କହିଥିଲେ"। ତେବେ ମଧୁମିତା ନିଜ ସ୍ବାମୀ ଶ୍ରୀଧର ଜେନାଙ୍କ ଅନୈତିକ ପ୍ରେମ କାହାଣୀ ଶୁଣିବା ପରେ ଭିଡିଓ କରି ଟ୍ରେନ ଲାଇନରେ ଜୀବନ ହାରି ଦେଇଥିଲେ। ତେବେ ମଧୁମିତା ପରିଡ଼ା ଭୁବନେଶ୍ୱର ଏକ ୱେବ ଚ୍ୟାନେଲରେ ଚାକିରୀ କରୁଥିଲେ। ଗତକାଲି ସନ୍ଧ୍ୟା ସମୟରେ ନିଜ ରୁମରେ ଜୀବନର ଶେଷ ଭିଡିଓ କରି ଇନଷ୍ଟାଗ୍ରାମରେ ଛାଡିଥିଲେ।

Advertisement