Sep 11, 2024, 16:01 IST

ବନ୍ୟା ପାଣିରେ ଭାସିଗଲେ ଦମ୍ପତି ଦେଖନ୍ତୁ ସୋସିଆଲ ମିଡିଆରେ Viral ହେଲା ଏହି ଦୃଶ୍ୟ

Gg

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟକ ସମୟରେ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁ ନାହିଁ। 
Bh
ବନ୍ଧୁଗଣ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି। ଦେଖିବାକୁ ମିଳିଛି ଯେ, ଗୁଜରାଟର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି। ଏଥିଯୋଗୁ ନଦୀର ଜଳସ୍ତର ବୃଦ୍ଧି ପାଇଛି। ସାବରକାଣ୍ଠା ଜିଲ୍ଲାରେ ନଦୀରେ ହଠାତ୍‌ ବନ୍ୟାପାଣି ମାଡ଼ି ଆସିବାରୁ ଜଣେ ଦମ୍ପତି କାର୍‌ ଭିତରେ ଫସି ଯାଇଥିଲେ। ଏହାର ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ଏବେ ଭାଇରାଲ ହେଉଛି। ନଦୀର ସ୍ରୋତ ଅଚାନକ୍‌ ବଢ଼ିଯିବାରୁ ବହୁ ଘଣ୍ଟା ଧରି କାର୍‌ଟି ଅଧା ପାଣିରେ ବୁଡ଼ି ରହିଥିଲା। 
Hh
ଏହି ସମୟରେ ଦମ୍ପତି ନିଜକୁ ବଞ୍ଚାଇବାକୁ ଯାଇ କାର୍‌ ଛାତ ଉପରେ ଚଢ଼ିଯାଇଥିଲେ। ନଦୀର ସ୍ରୋତ ଏତେ ପ୍ରଖର ଥିଲା ଯେ ଦମ୍ପତି କାର୍‌ ସହିତ ଭାସି ଯାଇଥିଲେ। ଇଡ଼ର ତାଲୁକାର ଓ୍ୱଡିୟାଓ୍ୱିର ଭୂତିଆ ମଧ୍ୟରେ ଦମ୍ପତି ଅନେକ ସମୟ ଧରି ନଦୀ ବନ୍ୟାରେ ଫସି ରହିଥିଲେ। ସ୍ଥାନୀୟ ଲୋକମାନେ କହିଛନ୍ତି ଯେ ନଦୀ ଦେଇ ଯାଉଥିବା ବେଳେ ପାଣିର ସ୍ରୋତ ବଢ଼ିଯିବାରୁ କାର୍‌ଟି ଠେଲି ହୋଇଯାଇଥିଲା। 
ଫଳରେ ଦମ୍ପତି ନିଜକୁ ବଞ୍ଚାଇବା ପାଇଁ କାର୍‌ ଛାତ ଉପରେ ଚଢ଼ି ଯାଇଥିଲେ। ଲୋକେ ସେମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସ୍ରୋତ ଅଧିକ ଥିବାରୁ ସମସ୍ୟା ଦେଖାଦେଇଥିଲା। ଏହାପରେ ଲୋକମାନେ ଇଡର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା। ନଦୀର ସ୍ରୋତ ସାମାନ୍ୟ କମିବା ପରେ ଉଭୟ ସ୍ୱାମୀ, ସ୍ତ୍ରୀଙ୍କୁ ରେସ୍‌କ୍ୟୁ କରାଯାଇଥିଲା।

Advertisement