Aug 5, 2024, 17:20 IST

ପୁଣି ଘଟିଲା ବଡ଼ ଅଘଟଣ ଦେଖନ୍ତୁ ବ୍ରିଜ ଉପରୁ ଡେଇଁଲେ ମହିଳା ଆଉ ତା ପରେ ..

Bb

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ବନ୍ଧୁଗଣ ପୁଣି ମହାନଦୀକୁ ଡେଇଁ ମହିଳାଙ୍କ ଆ-ତ୍ମ-ହ-ତ୍ୟା। ଯୋବ୍ରା ବ୍ରିଜ ନିକଟରେ ଘଟିଛି ଏହି ଘଟଣା। 
Bb
କାମିନୀ ସ୍ୱାଇଁ ନାମକ ଜଣେ ମହିଳା ଆଜି ଅପରାହ୍ଣ ସମୟରେ ବ୍ରିଜ ନିକଟରେ ପହଞ୍ଚି କିଛି ସମୟ ଛିଡା ହୋଇଥିଲେ। ପରେ ବ୍ରିଜ୍ ଉପରେ ନିଜ ଆସବାପତ୍ର ରଖି ସିଧା ମହାନଦୀକୁ ଡେଇଁ ପଡିଥିଲେ। ସ୍ଥାନୀୟ ଲୋକେ ଏହା ଦେଖି ଯୋବ୍ରା ବିଜ୍ ନିକଟରେ ଭିଡ ଲଗାଇଥିଲେ। କେହି ଜଣେ ମହାନଦୀକୁ ଡେଇଁବାର ଦେଖି ସେଠାରେ ଥିବା କିଛି ମତ୍ସ୍ୟଜୀବୀ କିଛି ସମୟ ମଧ୍ୟରେ ମହାନଦୀରୁ ମହିଳାଙ୍କୁ ଉଦ୍ଧାର କରିଥିଲେ। ପରେ ମହିଳାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। 
Vv
ହେଲେ ସେଠାରେ ଡାକ୍ତର ମହିଳାଙ୍କୁ ମୃ-ତ ଘୋଷଣା କରିଥିଲେ। ବର୍ତ୍ତମାନ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି। ଯୋବ୍ରା ବ୍ରିଜରୁ ମହିଳାଙ୍କ ଆଧାରକାର୍ଡ, ଜୋତା, ମୋବାଇଲ ଏବଂ ଭ୍ୟାନିଟ ବ୍ୟାଗ ଉଦ୍ଧାର ହୋଇଛି। ତେବେ କେଉଁ କାରଣରୁ ମହିଳା ଜଣକ ଆ-ତ୍ମ-ହ-ତ୍ୟା କରିବା ପାଇଁ ନଦୀକୁ ଡେଇଁଲେ ସେ ସମ୍ପର୍କରେ ଜଣା ପଡିନାହିଁ। କିନ୍ତୁ ସାଧାରଣ ଲୋକଙ୍କ କହିବା କଥା ହୁଏତ ପାରିବାରିକ କଳହ କାରଣରୁ ସେ ଏପରି କରିଥାଇପାରନ୍ତି। 
ସୂଚନାଯୋଗ୍ୟ, କିଛିଦିନ ମଧ୍ୟରେ ମହାନଦୀକୁ ଡେଇଁ ଆ-ତ୍ମ-ହ-ତ୍ୟା କରିବା ଘଟଣା ବୃଦ୍ଧି ପାଇଛି। ଖବର ମୁତାବକ ୧ ମାସ ମଧ୍ୟରେ ୪ଜଣ ମହାନଦୀକୁ ଡେଇଁଛନ୍ତି। ୩୧ ଜୁଲାଇରେ କଟକ ମହାନଦୀକୁ ଡେଇଁଥିଲେ ୨ ଜଣ। ପ୍ରଥମେ ଶିକ୍ଷୟତ୍ରୀ ମମତା ସାହୁ କାଠଯୋଡିକୁ ଡେଇଁବା ଦିନଠାରୁ ଏପର୍ଯ୍ୟନ୍ତ ସେ ନିଖୋଜ ଥିବା ଜଣାପଡ଼ିଛି। ସେହିପରି ଭୁବନେଶ୍ୱରର ଯୁବକ ତୁଷାର ଭଟ୍ଟ ତ୍ରିଶୁଳିଆ ବ୍ରିଜ୍ ଉପରୁ ଡେଇଁଥିଲେ।

Advertisement