ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଦେଶ ସ୍ଵାଧୀନତା ବିଷୟରେ ଆସିଥିବା ଖବର ସବୁ ଜାଣିଥିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ କି ଅଗଷ୍ଟ ୧୫ ତାରିଖରେ ଆମ ଦେଶ ସ୍ବାଧୀନ ହୋଇଥିଲା ଆଉ ଅଗଷ୍ଟ ୧୪ ତାରିଖରେ କଣ ହୋଇଥିଲା ତାହା ଆପଣମାନେ ଜାଣିପାରିବେ ।
ଆମ ଦେଶ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖ ଦିନ ସ୍ଵାଧୀନ ହୋଇଥିଲା । ଆଜିବି ମନେପଡେ ୧୯୪୭ ମସିହା ଅଗଷ୍ଟ ମାସ ୧୪ ତାରିଖ କଥା । ମନରେ କମ୍ପନ ସୃଷ୍ଟି କରେ ସେହି ଅଗଷ୍ଟ ମାସ ୧୪ ତାରିଖ ରାତିର କଥା । ସେଦିନ ରାତିରେ ଏଭଳି କିଛି ହୋଇଥିଲା ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆମ ଦେଶ ଭାରତ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖର ସ୍ଵାଧୀନତାର ସ୍ଵାଦ ଚାଖିଛି । ସେଦିନ ବିଦେଶୀ ଛାଟରୁ ମୁକ୍ତ ହୋଇଥିଲେ ଭାରତବାସୀ । ସେଦିନ ଭାରତ ଏକ ନୂଆ ଭାରତ ଗଢି ତୋଳି ଥିଲା ।
ଆଉ ଏବେ ଏହି ସ୍ୱାଧୀନତାର ପୂର୍ବଦିନ ରାତିରେ କଣ ହୋଇଥିଲା ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ରାତି ଥିଲା ଖୁବ୍ ଭୟଙ୍କର । ଭାରତ ଆଉ ଇଂରେଜ ଶାସନ ମୁହଁମୁହିଁ ହୋଇଥିଲା । ସ୍ବାଧୀନତାର ପୂର୍ବଦିନ ରାତିରେ ଅନେକ କିଛି ଘଟଣା ଘଟିଥିଲା । ରାଇସେନା ହିଲ୍ସରେ ଘଟିଥିଲା ଏମିତି କିଛି । ଏହି ୧୪ ତାରିଖର ରାତି ଏଭଳି ରାତି ଥିଲା ଯାହା ଭାରତର ଇତିହାସ, ଭୌଗଳିକ ଏବଂ ସବୁ ପ୍ରକାରର ପରିବର୍ତ୍ତନ ହୋଇଛି । ଦିଲ୍ଲୀରେ ୧୯୪୭ ମସିହା ଅଗଷ୍ଟ ୧୪ ତାରିଖ ଦିନ ଅପରାହ୍ନରୁ ପ୍ରବଳ ବର୍ଷା ହେଉଥିଲା ।
ପ୍ରାୟ ୫ ଲକ୍ଷ ରୁ ଅଧିକ ଲୋକ ରାଇସେନା ହିଲସରେ ଜମା ହୋଇଥିଲେ । କେତେବେଳେ ସକାଳ ହେବ ସମସ୍ତେ ଅପେକ୍ଷା କରିଥିଲେ । ସେଠାରେ ଜବାହରଲାଲ ନେହେରୁ ତାଙ୍କ ଅଭିଭାଷଣ ଦେଇଥିଲେ । ୧୯୪୭ ମସିହା ଅଗଷ୍ଟ ମାସ ୧୫ ତାରିଖ ସକାଳ ୮ ସମୟରେ ପଣ୍ଡିତ ଜବାହରଲାଲ ନେହେରୁ ଏବଂ ତାଙ୍କ କ୍ୟାବିନେଟ୍ ପଦ ଏବଂ ଗୋପନୀୟତାର ଶପଥ ନେଇଥିଲେ । ଭାରତୀୟମାନେ ସମସ୍ତେ ଭାରତର ତ୍ରିରଙ୍ଗା ଦେଖିବାକୁ ଅପେକ୍ଷା କରିଥିଲେ । ଆଉ ସେତେବେଳେ ଭାରତୀୟମାନଙ୍କ ଆଖିରେ ଲୁହ ଆସି ଯାଇଥିଲା । ଆଉ ଏହାପରେ ଭାରତ ସ୍ବାଧୀନତାର ସ୍ବାଦ ଚାଖିଥିଲା ।