ନମସ୍କାର ପାଠକ ବନ୍ଧୁ।ବନ୍ଧୁଗାଁ ଚିକେନ ତରକାରୀ ଖାଇବ ବୋଲି ୧୭ ଦିନର ପିଲାକୁ ବିକିଦେଲା ମାଆ। ପାଞ୍ଚ ପାଞ୍ଚ ଟା ଛୁଆ ଜନ୍ମ କରିଥିଲା। ସାମାନ୍ୟ କେଇଟା ଟଙ୍କା ପାଇଁ ରାକ୍ଷସୀ ମାଆ ସବୁ ସୀମା ଟପି ଗଲା। ଆଉ ଚିକେନ ତରକାରୀ ଖାଇବା ପାଇଁ କୁଆଁ କୁଆଁ କାନ୍ଦୁଥିବା ଛୁଆକୁ ତିନି ହଜାର ଟଙ୍କା ରେ ବିକି ଦେଲା। ସାମାନ୍ୟ କେତେଟା ଟଙ୍କା ପାଇଁ ରାକ୍ଷସୀ ପାଲଟି ଗଲା ଜନ୍ମ ଦେଇଥିବା ଏହି ରାକ୍ଷସୀ ମାଆ।

ଆଉ ଯାହାକୁ ୧୦ ମାସ ୧୦ ଦିନ ପେଟରେ ରଖି ଜନ୍ମ ଦେଇଥିଲା ଶେଷରେ ସେହି କଅଁଳ ଛୁଆ କୁ କେଇଟା ଟଙ୍କା ରୋଜଗାର କରିବା ପାଇଁ ଚିକେନ ଖାଇବାକୁ ବିକୀ ଦେଲା। ଏପଟେ ଛୋଟ ପୁଅ ଟି ମାଆ ର ସ୍ନେହ ପ୍ରେମ ଭଲ ପାଇବା କଣ ଜାଣି ନଥିବା ବେଳେ କୁଆଁ କୁଆଁ ହୋଇ ନିଜ ମାଆ ର କ୍ଷୀର ଖୋଜୁଥିଲା। ହେଲେ ସେହି ନୃଶଂସ ମାଆ ତିନି ହଜାର ଟଙ୍କା ପାଇଁ ନିଜ ୧୭ ଦିନର କଅଁଳ ପୁଅକୁ ବିକ୍ରୀ କରି ଦେଇଥିଲା।

ସେହି ଛୁଆ ବିକ୍ରୀ ଟଙ୍କା ରେ ବାପା ମାଆ ଦୁହେଁ ଚିକେନ ଖାଇଥିଲେ। ଚିକେନ ଖାଇବା ପାଇଁ ସେ ଏମିତି ପାଗଳ ହୋଇଯାଇଥିଲା ଯେ ତାକୁ ତାର ୧୭ ଦିନର ଛୁଆ କଥା ଆଦୌ ହେଲେ ମଧ୍ୟ ଚିନ୍ତା ହେଲା ନାହିଁ। ପର କୋଳରେ ଟଙ୍କା ପାଇଁ ନିଜ ଛୁଆ କୁ ଟେକି ଦେଇଥିଲା। ପୁର୍ବରୁ ମହିଳାଙ୍କ ୫ ଟି ଛୁଆ ଥିବା ବେଳେ ସ୍ବାମୀ ସ୍ତ୍ରୀ ଦୁହେଁ ମିଶି ପ୍ଲାନ୍ କରିଥିଲେ। ଏମିତି ଗୋଟେ ଗୋଟେ କରି ଛୁଆ ବିକିବେ ଆଉ ନିଜର ପେଟର ଭୋକ ମେଣ୍ଟାଇବେ।
ସ୍ବାମୀ ସ୍ତ୍ରୀ ଦୁଇଜଣ ମନେ ମନେ ଚିନ୍ତା କରୁଥିବା ବେଳେ ତାଙ୍କର ସବୁ ଭାବନା ପାଣିରେ ପଶି ଯାଇଥିଲା। ଏଭଳି ଘଟଣା ବରଗଡ ଜିଲ୍ଲାରେ ଦେଖିବାକୁ ମିଳିଛି। ଗଣେଶ ବୋସାଗରଙ୍କ ପତ୍ନୀ କିଛିଦିନ ତଳେ ଡାକ୍ତରଖାନା ରେ ଏକ ଶିଶୁ ପୁତ୍ର ସନ୍ତାନ କୁ ଜନ୍ମ ଦେଇଥିଲେ। ଆଉ ପଇସା ପାଇଁ ସେ ସେହି ପୁତ୍ର ସନ୍ତାନ କୁ ବିକ୍ରୀ କରି ଦେଇଥିଲେ ଯାହାକି ଏବେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି ବୋଲି ଏହା କୁହା ଯାଉଛି।