ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆ ଦ୍ଵାରା ସବୁ ପ୍ରକାରର ଖବର ପାଇ ପାରୁଛନ୍ତି । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଅନେକ କିଛି ଖବର ଜାଣିବା ସହ ଅନେକ କିଛି ଆପଣଙ୍କ କାମରେ ଲାଗୁଛି । ଏବେ କିଛି ଭବିଷ୍ୟବାଣୀ ବିଷୟରେ ଆପଣମାନେ ଖବର ପାଇପାରିବେ । ଏହି ବର୍ଷରେ ଦୁଇଟି ସୂର୍ଯ୍ୟପରାଗ ପଡୁଛି । ଆଉ ଏହି ବର୍ଷର ଶେଷ ସୂର୍ଯ୍ୟପରାଗ ସାଜିବ ଭୟଙ୍କର ବୋଲି ସୂଚନା ମିଳୁଛି । ରାତିରେ କିଛି ବି ହୋଇପାରେ ।
ଗୋଟିଏ ବର୍ଷରେ ଦୁଇଟି ଗ୍ରହଣ ପଡୁଛି ଯାହା ଭୟଙ୍କର ପରିଣାମର ସଂକେତ ଅଟେ । ଆଜିଠାରୁ ପୃଥିବୀ ସହିତ ପ୍ରାକୃତିକ ବିପତ୍ତିର କଷ୍ଟ ଦେଖିବାକୁ ମିଳିବ । ଦୁର୍ଘଟଣା, ଅଗ୍ନି, ଆତଙ୍କ ଏବଂ ତିକ୍ତତା ସବୁ ବଢିଯିବ । ଅକ୍ଟୋବର ୨ ତାରିଖରେ ଲାଗିବ ଆଶ୍ୱିନ ଅମାବାସ୍ୟା ଦିନ ବର୍ଷର ଶେଷ ସୂର୍ଯ୍ୟପରାଗ ଲାଗିବ । କନ୍ୟା ରାଶି ଏବଂ ହସ୍ତା ନକ୍ଷତ୍ରରେ ଏହି ସୂର୍ଯ୍ୟପରାଗ ଲାଗିବ । ବୁଧ, କେତୁ ଏବଂ ସୂର୍ଯ୍ୟ ଏହି ସମୟରେ କନ୍ୟା ରାଶିରେ ରହିଥିବା ବେଳେ ୩ ଗ୍ରହ ଉପରେ ରବିଙ୍କ ସିଧା ଦୃଷ୍ଟି ପଡ଼ିବ ।
ଏହି ସୂର୍ଯ୍ୟପରାଗକୁ ନେଇ ଜ୍ୟୋତିଷ ଗ୍ରନ୍ଥ ବୃହତସଂହିତାରେ ଅନେକ କିଛି ଲେଖାଯାଇଛି । ଗୋଟିଏ ବର୍ଷରେ ଦୁଇଟି ସୂର୍ଯ୍ୟପରାଗ ହେଲେ ଏହା ଭୟଙ୍କର ଅଟେ । ଏହି ସୂର୍ଯ୍ୟପରାଗ ୬ ଘଣ୍ଟା କିଛି ମିନିଟ ଲାଗିବ ବୋଲି ସୂଚନା ମିଳିଛି । ଆଗକୁ ଅନେକ ପ୍ରାକୃତିକ ବିପତ୍ତିର ସାମ୍ନା କରିପାରେ ପୃଥିବୀ । ଏହା ବ୍ୟତୀତ ଭୂମିକମ୍ପ, ଗ୍ୟାସ ଦୁର୍ଘଟଣା, ଏବଂ ବିମାନ ଦୁର୍ଘଟଣା ହେବାର ସମ୍ଭାବନା ରହିଛି ।ସାରା ପୃଥିବୀରେ ଅସ୍ଥିରତା ସାଙ୍ଗକୁ ସୀମାରେ ତିକ୍ତତା ଆରମ୍ଭ ହୋଇପାରେ ବୋଲି ସୂଚନା ମିଳିଛି।
ଦେଶର ଆୟ ବୃଦ୍ଧି ହେବ ବୋଲି ଅନୁମାନ କରାଯାଉଛି । ଆୟକ୍ଷେତ୍ରରେ ଏହା ଶୁଭ ବୋଲି ଜଣାପଡିଛି । ଅନେକ କିଛି କ୍ଷୟକ୍ଷତି ହେବ ବୋଲି ସମ୍ଭାବନା ରହିଛି । ଆନ୍ଦୋଳନ, ବିରୋଧ, ବିମାନ ଦୁର୍ଘଟଣା ଏବଂ ବିମାନ ତ୍ରୁଟି ହେବାର ସମ୍ଭାବନା ରହିଛି । ଏହାସହ ସଙ୍ଗୀତ, କଳା ଜଗତରୁ ଖରାପ ଖବର ଆସିପାରେ । ଦେଶର ଅବସ୍ଥା ଖରାପ ହୋଇପାରେ ବୋଲି ସୂଚନା ମିଳିଛି । ପେଟ, ଆଖି, କାନ, ନାକ ସମ୍ବନ୍ଧୀୟ ରୋଗ ହେବ । ଏହି ସୂର୍ଯ୍ୟପରାଗ ଭାରତରେ ଦେଖାଯିବ ନାହିଁ । ଆଉ ଏହି ସୂର୍ଯ୍ୟପରାଗ ଦକ୍ଷିଣ ଆଫ୍ରିକା, ଚୀନ ଏବଂ ଅଆର୍ଜେଣ୍ଟିନାରେ ଦେଖାଯିବ ।